Home ଜିଲ୍ଲା ପରିକ୍ରମା ନଳଗୋହିରା ଠାରେ ଆର୍ନ୍ତଜାର୍ତିକ ମହିଳା ଦିବସ ପାଳିତ

ନଳଗୋହିରା ଠାରେ ଆର୍ନ୍ତଜାର୍ତିକ ମହିଳା ଦିବସ ପାଳିତ

39

ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଅଖିଳ ଭାରତ ଛାତ୍ର ସଂଘ ଭଦ୍ରକ ତରଫରୁ ନଳଗୋହିରା ଶିକ୍ଷା ବିକାଶ ମଂଚ କାର୍ଯ୍ୟାଳୟ ଠାରେ ଆର୍ନ୍ତଜାତିକ ମହିଳା ଦିବସ ପାଳିତ ହୋଇଯାଇଛି।ସୁଜାତା ପଣ୍ଡା, ଲଷ୍ମୀପ୍ରିୟା ବାରିକଙ୍କ ମିଳିତ ଅଧ୍ୟକ୍ଷତାରେ ଏଆଇଏସଏଫ ରାଜ୍ୟ ସଂପାଦକ କାହ୍ନୁଚରଣ ପରିଡା ପଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଏହାକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ସମାଜସେବୀ ସସ୍ମିତା ରାଉତ ଯୋଗ ଦେଇ ଥିବା ବେଳେ ଚଳିତ ବର୍ଷ ବିଶ୍ୱ ମହିଳା ଦିବସ ପାଇଁ, ଏକ ସ୍ଥାୟୀ ଆସନ୍ତାକାଲି ପାଇଁ ଲିଙ୍ଗଗତ ସମାନତା ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା। ଏ ସମାଜକୁ ନାରୀ ଜାତିର ଅବଦାନ ଓ ଲିଙ୍ଗଗତ ସମାନତା ପାଇଁ ଅବର୍ଣନୀୟ ସଂଗ୍ରାମୀ ସାବିତ୍ରି ବାଇ ଫୁଲେ ହୁଅନ୍ତୁ ଅଥବା ନାରୀମୁକ୍ତି ଆନ୍ଦୋଳନର ଅନନ୍ୟ ଯୋଦ୍ଧା କମଳା ବସିନ ହୁଅନ୍ତୁ ସେମାନଙ୍କର ଅବଦାନ ପାଇଁ ଆଜିର ନାରୀ ଶତମୁଖରେ ପ୍ରଶଂସିତ।

ପୁରୁଷତାନ୍ତ୍ରିକ ସମାଜ ଭିତରେ ନାରୀଟିଏ କେବଳ ବସ୍ତୁ, ଭୋଗ୍ୟ ବସ୍ତୁ। ପେନରୁ ପ୍ଲେନ ପର୍ଯ୍ୟନ୍ତ ସବୁଠି ବିଞ୍ଜାପନରେ ଝିଅଟିର ଫଟୋ। ପୁରୁଷତନ୍ତ୍ର ବିଲୋପରେ ହିଁ ସମତାଭିତିକ ସମାଜ ଗଠନ ସମ୍ଭବ। ଯେଉଁଠି ପୁରୁଷ ଓ ନାରୀ ଉଭୟ ଙ୍କୁ ସମାନ ଦୃଷ୍ଟିରେ ଦେଖୁଥିବା ସମାଜ ପୁରୁଷତନ୍ତ୍ର ପ୍ରତିବଦଳରେ ମହିଳାତନ୍ତ୍ର ଚାହେଁନା ଚାହେଁ ସମାନତା।ସରକାରୀ କ୍ଷେତ୍ରରେ ଘରୋଇକରଣ ସେମାନଙ୍କ ଆର୍ଥିକ ସ୍ୱତନ୍ତ୍ରତା ଓ ସୁରକ୍ଷା ରାସ୍ତାରେ ବିରାଟ ପାର୍ଥକ୍ୟ ସୃଷ୍ଟି କରାଯାଉଛି। ମହିଳାକାର୍ଡ କେବଳ ଭୋଟ ବ୍ୟାଙ୍କ ସୁରକ୍ଷିତ ପାଇଁ ବ୍ୟବହାର କରାଯାଉଛି। ସଶକ୍ତ ମହିଳା ହିଁ ସଶକ୍ତ ସମାଜ ତିଆରୀ କରିବ ଏବଂ ଏହା କେବଳ ସମସ୍ତଙ୍କୁ ବିଞାନ ସମ୍ମତ ନିଶୁଳ୍କ ଶିକ୍ଷା ପ୍ରଦାନ ଓ ମହିଳା ମାନଙ୍କ ନିଯୁକ୍ତିକୁ ସୁନିଶ୍ଚିତ କରିବା ଦ୍ୱାରା ଏହା ସମ୍ଭବ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ଏହା ଫଳରେ ନାରୀ ସମାଜ ନିଜର ସ୍ୱତନ୍ତ୍ରତା ଗଢିବାରେ ସହାୟକ ହେବ ବୋଲି ଉପସ୍ଥିତ ସଦସ୍ୟା ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଏହି ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ମନୋରଞ୍ଜନ ରାଉତ, ସୌରଭ ରାଉଳ, ତନୁଶ୍ରୀ ପରିଡା, ଅଲିଭା ନାଥ, ରାଜେଶ୍ୱରୀ ଜେନା, ଅର୍ପିତା ପରିଡା, ନର୍ମଦା ବାରିକ, ବର୍ଷା ନାୟକ ପ୍ରମୁଖ ଛାତ୍ରସଂଘର ସଦସ୍ୟା ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.