Home ଜିଲ୍ଲା ପରିକ୍ରମା ଦୋସିଙ୍ଗା ବେସରକାରୀ ଜାଗାରେ ସରକାରୀ ଯୋଜନା ମାଳମାଳ, ୨ କୋଟିର ହିସାବ ପାଉ ନାହାନ୍ତି ପଂଚାୟତ...

ଦୋସିଙ୍ଗା ବେସରକାରୀ ଜାଗାରେ ସରକାରୀ ଯୋଜନା ମାଳମାଳ, ୨ କୋଟିର ହିସାବ ପାଉ ନାହାନ୍ତି ପଂଚାୟତ କାର୍ଯ୍ୟନିର୍ବାହୀ ଏବଂ କନିଷ୍ଠଯନ୍ତ୍ରୀ

21

ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ଏହି ଯୋଜନାରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଉଥିବା ବେଳେ ରାଜ୍ୟ ସରକାର ବ୍ଲକକୁ ଏବଂ ବ୍ଲକ ଅଧିକାରୀ ବାଛି ବାଛି କେବଳ ଶାସକ ଦଳର ନେତାଙ୍କ ହାତରେ ଏହି ଟଙ୍କା ସମର୍ପି ଦେଉଛନ୍ତି। ମାତ୍ର ଶାସକ ଦଳର ନେତା ନିଜ ପଂଚାୟତରେ ନିଜ ଇଛାରେ କାର୍ଯ୍ୟ କରୁଥିବା ବେଳେ ଏହା କି ପ୍ରକାର କାର୍ଯ୍ୟ, କେଉଁଠୁ ଅନୁଦାନ ଆସିଛି ଏବଂ କେତେ ଅନୁଦାନ ତାହାର ହିସାବ ପଂଚାୟତ ନିର୍ବାହୀ ଅଧିକାରୀ କିମ୍ବା ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କ ପାଖରେ ନାହିଁ ବୋଲି ମତ ପ୍ରକାଶ ପାଇଛି। ଖବରରୁ ପ୍ରକାଶ ଗତ ୟାଶ ବାତ୍ୟା ସମୟରେ ଧାମରା ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଚାନ୍ଦବାଲି ବ୍ଲକକୁ ବହୁ ଅନୁଦାନ ଆସି ପହଂଚିଥିଲା। ଏହି ୟାଶ ବାତ୍ୟା ସମୟରେ ଧାମରା ଅଂଚଳରେ ପ୍ରତି ପଂଚାୟତକୁ ୟାଶ ବାତ୍ୟା ଅଂଚଳର ଉନ୍ନତି ପାଇଁ ୨କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ମାତ୍ର ଏହି ଯୋଜନାରେ ଆସିଥିବା କାର୍ଯ୍ୟକୁ ବ୍ଲକ ପ୍ରଶାସନ କେବଳ ନିଜର ନେତା ମାନଙ୍କୁ କାର୍ଯ୍ୟ କରିବାକୁ ଅନୁମତି ପ୍ରଦାନ କରିଥିଲେ। ମାତ୍ର ଏହି ଯୋଜନାରେ କେଉଁଠି କି କି କାର୍ଯ୍ୟ ହେବ ତାହାର ତାଲିକା ବ୍ଲକ ଅଧିକାରୀ ପ୍ରସ୍ତୁତ କରି ସଂପୃକ୍ତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ସଂପୃକ୍ତ ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କୁ ଦେବାର ନିୟମ ଅଛି।

ମାତ୍ର ଆଜି ଦୋସିଙ୍ଗା ପଂଚାୟତରେ ଏକ ବେସରକାରୀ ସ୍ଥାନରେ ଏହି ୟାଶ ବାତ୍ୟା ସହାୟତାରେ ଏକ ସି.ସି (ସିମେଂଟ କଂକ୍ରିଟ)ରୋଡ ନିର୍ମାଣ ହେଉଥିବା ଦେଖିବାକୁ ମିଳିଥିଲା। ଏହି ସି ସି ରୋଡ କେତେ ଲମ୍ବ ପ୍ରସ୍ଥ, ମୋଟେଇ କେତେ ରହିବ ଏବଂ ବ୍ୟୟ ଅଟକଳ କେତେ ତାହା ଏହି କାର୍ଯ୍ୟ ଆରମ୍ଭରୁ ଏକ ସୂଚନା ଫଳକରେ ଲିପିବଦ୍ଧ ହେବାର ନିୟମ ଅଛି। ମାତ୍ର ସେହି ନିୟମକୁ ଫୁ କରି ଏକ ବେସରକାରୀ ସ୍ଥାନରେ କେଉଁ ପରିସ୍ଥିତିରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ସି ସି ରୋଡ ନିର୍ମାଣ ଚାଲିଛି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଏ ବିଷୟରେ ସଂପୃକ୍ତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାôରୀ ଏବଂ କନିଷ୍ଠଯନ୍ତ୍ରୀଙ୍କ ମତ ଲୋଡିଥିବା ବେଳେ ସେମାନେ ଏହି ବିଷୟରେ ଅବଗତ ନଥିବା କଥା କହିବା ସହ ଚାନ୍ଦବାଲି ବ୍ଲକ ପ୍ରଶାସନିକ ଅଧିକାରୀ ୟାଶ ବାତ୍ୟା ସମୟରେ ଆସିଥିବା କାର୍ଯ୍ୟ ବିଷୟରେ ସେମାନଙ୍କୁ ଅବଗତ କରାଉ ନଥିବା କଥା କହିବା ସହ ପଂଚାୟତକୁ ଆସିଥିବା ୨କୋଟି ଟଙ୍କାର କାର୍ଯ୍ୟାଦେଶ ବିଷୟରେ ଅବଗତ ନାହାନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ।କୌଣସି ବେସରକାରୀ ସ୍ଥାନରେ ସି ସି ରୋଡ ନିର୍ମାଣ କରିବା ପୂର୍ବରୁ ଏହି ବେସରକାରୀ ସ୍ଥାନକୁ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ନାମିତ କରିବା ପରେ ଏହି ସ୍ଥାନରେ ସିସି ରୋଡ ନିର୍ମାଣ କରାଯାଇ ପାରିବ ବୋଲି ନିୟମ ଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରି ଏହି ରାସ୍ତା ନିର୍ମାଣ ହେଉ ନାହିଁ ବୋଲି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମତ ରଖିଥିବା ବେଳେ ଏହି ଅନିୟମିତତା ବିଷୟରେ ଏକ ବେସରକାରୀ ସଙ୍ଗଠନ କେନ୍ଦ୍ରୀୟ ରାଜସ୍ୱ ଆୟୋଗ, ଭଦ୍ରକ ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.