ଓଡ଼ିଶା

ବାଇକ ଦୁର୍ଘଟଣାରେ ଆହତ ଛାତ୍ରର ମୃତ୍ୟୁ

ହାଟଡ଼ିହି, ୧୧। ୯ (ଓଡ଼ିଆ ପୁଅ): ବାଇକ ଦୁର୍ଘଟଣାର ଶୀକାର ହୋଇ ଚିକିତ୍ସାଧିନ ଥିବା ସୋସୋ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ବିଶ୍ୱଜିତ ଜେନାଙ୍କ ଆଜି ମୃତ୍ୟୁ ଘଟିଛି। ଖବରରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତର ବେରୁଣପଦି ଗ୍ରାମର ଇଶ୍ୱର ଚନ୍ଦ୍ର ଜେନାଙ୍କ ପୁଅ ବିଶ୍ୱଜିତ ବାଲୁକେଶ୍ୱର ହାଇସ୍କୁଲ ସୋସୋ କାନପୁରରେ ଦଶମ ଶ୍ରେଣୀରେ ପଢ଼ୁଥିଲା। ଗତ ୧୫ଦିନ ତଳେ ସେ ସାଙ୍ଗଙ୍କ ସହ ଆଗରପଡା ଯାଇ ଫେରୁଥିବାବେଳେ ବାଇକ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଅବସ୍ଥାରେ କଟକ ବଡଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା। ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ବିଶ୍ୱଜିତର ମୃତ୍ୟୁ ଘଟିଥିଲା। ବିଶ୍ୱଜିତର ମୃତ୍ୟୁ ଖବର ମିଳିବାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top