Home ଜିଲ୍ଲା ପରିକ୍ରମା ଅବକାରୀ ବିଭାଗର ଚଢଉ,ଗଜେଂଇ ଓ ମଦ ଜବତ ୫ ଜଣ ଗିରଫ

ଅବକାରୀ ବିଭାଗର ଚଢଉ,ଗଜେଂଇ ଓ ମଦ ଜବତ ୫ ଜଣ ଗିରଫ

54

ମାଲକାନଗିରି,୧୫ା୧୦(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହା ର ସୁଯୋଗ ନେଇ କିଛି ଚୋରା ମଦ ବେପାରି ବେଆଇନ ଭାବେ ଦେଶି ମଦ ଚାଲାଣ କରୁଥିବା ବେଳେ ୧୫୦ଲିଟର ମଦ,୩୦୦ କେଜି ମହୁଲ ପୋଚ,୨୧କେଜି ୫୦ ଗ୍ରାମ ଗଜେଂଇ ଜବତ କରାଯିବା ସହ ୫ଜଣ ଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଜିଲ୍ଲାଅବକାରୀ ବିଭାଗ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନିର୍ଦ୍ଦେଶ କ୍ରମେ ଅବକାରି ଥାନା ଅଧିକାରୀ ଏଚ.ଜଗାରାଓ ପ୍ରମୁଖ ବାଲିମେଳା ଓ ମାଥିଲି ଅବକାରୀ ବିଭାଗ କର୍ମାଚାରୀ ମାଥିଲି ଥାନାସ୍ଥ ବାରିବାହଲ ଜଙ୍ଗଲ ଉପରେ ଚଢଉ କରି ମଦ ରାନ୍ଧୁଥିବା ଓ ଚାଲାଣ କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । କରୋନା ସମୟରେ ମାଥିଲି ଥାନା ଅଚଂଳରେ କିଛି ଚୋରା ମଦବେପାରି ମଦ ରନ୍ଧି ବାହରକୁ ଚାଲାଣ କରୁଥିବାର ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଡଉ କରାଯାଇଥିଲା । ଏହି ଚଢଉ ସମୟରେ ମୋତି ପୁଜାରୀ,ଡମ ମୁଦୁଲି,ଗୋପି ଚାଲାଣ,ସନ୍ତୋଷ ଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧୫୦ଲିଟର ଦେଶିମଦ,୩୦୦ କେଜି ମହୁଲ ପୋଚ ଜବତ କରା ଯାଇଛି । ଅନୁରୁପ ଆଜି ସକାଳେ ଏହି ଟିମ ପେଟ୍ରୋଲିଂ କରୁଥିବା ସମୟରେ ମାଥିଲି ଥାନାସ୍ଥ ମୁଣ୍ଡା ଗୁଡା ଛକ ଠାରେ ଜମେ ବ୍ୟକ୍ତି ଏକ ଜରି ବସ୍ତାରେ ଗଜେଂଇ ନେଇ ଯାଉଥିବାର ଦେକି ତାଙ୍କୁ ଗୋଡାଇ ଧରିଥିଲେ । ଗିରଫ ବ୍ୟକ୍ତି ରାମଚୌଧୁରୀ ତାଙ୍କ ନିଜଘର ପଶ୍ଚିମବବଙ୍ଗ ମୁର୍ସିଦାବାଦ ଗ୍ରାମରେ ସେ ଗତକିଛି ବର୍ଷହେଲା ମାଥିଲିରେ ରହି ଚୋରା ଗଜେଂଇବାପର କରୁଥିବାର ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.