ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ନେଇ କୋରାପୁଟ ବ୍ଲକରେ ପରାମର୍ଶ କର୍ମଶାଳା

କୋରାପୁଟ ; ତା୩୦-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ନେଇ କୋରାପୁଟ ବ୍ଲକରେ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।୨୦୧୮/୧୯ ଆର୍ଥିକ ବର୍ଷରେ ୭ ଟି ପଂଚାୟତରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ୫୮ ଜଣ ହିତାଧିକାରୀ କର୍ମଶାଳାରେ ଯୋଗଦେଇଥିଲେ ବୋଲି ଏବିଡିଓ ସଦାଶିବ ଅଧିକାରୀ ପ୍ରକାଶ କରିଥିଲେ।୪ ମାସରେ ଗୃହ କାର୍ଯ୍ୟ ସଂପୂର୍ଣ୍ଣ କଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ସରକାର ନିଷ୍ପତି ନେଇଥିବା ବେଳେ ୬ମାସରେ ସଂପୁର୍ଣ୍ଣ କଲେ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଏ ତେଣୁ କାର୍ଯ୍ୟାଦେଶ ପାଇଥିବା ହିତରାଧିକାରୀମାନେ ଗୃହ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ।ଏହି କର୍ମଶାଳାରେ କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି ଓ ବିଧାୟକଙ୍କ ପ୍ରତିନିଧି ବାବୁଲା ବେନିଆ ଉପସ୍ଥିତ ରହି ୪ ମାସ ମଧ୍ୟରେ ଗୃହ କାର୍ଯ୍ୟ ଶେଷ କରିବାକୁ ପରାମର୍ସ ଦେଇଥିଲେ।ଏହି କର୍ମାଶାଳାକୁଏବିଡିଓ ସଦାଶିବ ଅଧିକାରୀ ପରିଚାଳନା କରିଥିବା ବେଳେ ପଂଚାୟତ ନିର୍ବାହୀ ଅଧିକାରୀ ସୁରେଶ କୁମାର ହୋତା ଓ ଆର. ପଣ୍ଡା ୍େୟାଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *