Home ଓଡ଼ିଶା ସ୍ୱଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧ ନାଗରିକ ଏବେ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ

ସ୍ୱଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧ ନାଗରିକ ଏବେ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ

180

ନୂଆ ଦିଲ୍ଲୀ ୨୭-୬ (ଓଡ଼ିଆ ପୁଅ) କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ର ଫର୍ମ-୧ ଓ ଫର୍ମ-୧ ‘ଏ’ରେ ସଂଶୋଧନ କରାଯାଇଛି। ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ଯେଉଁ ନାଗରିକମାନେ ସ୍ୱଳ୍ପ ବା ମଧ୍ୟମ ବର୍ଣ୍ଣାନ୍ଧ (ରଙ୍ଗ ଚିହ୍ନିବାରେ ଅସୁବିଧାର ସମ୍ମୁଖୀନ) ସେମାନେ ଏବେ ଡ୍ରାଇଭିଂ ଲାଇସେନ୍‌ସ ପାଇପାରିବେ। ଜିଏସ୍‌ଆର ୪୦୧ (ଇ) ଦିନାଙ୍କ ୨୪ ଜୁନ୍‌ ୨୦୨୦ରେ ପ୍ରକାଶିତ ଏହି ବିଜ୍ଞପ୍ତିଟି ଏକ ସାମାଜିକ ଓ ସୁବିଧା ପ୍ରଦାନକାରୀ ନିୟମ।

ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗ ନାଗରିକମାନଙ୍କୁ ସମର୍ଥ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତଦନୁସାରେ ସେମାନେ ପରିବହନ ଜନିତ ସୁବିଧା ବିଶେଷକରି ଡ୍ରାଇଭିଂ ଲାଇସେନ୍ସ ପାଉଛନ୍ତି। ଏ କ୍ଷେତ୍ରରେ ଠିକ୍‌ଭାବରେ ବର୍ଣ୍ଣ ବା ରଙ୍ଗ ଚିହ୍ନିପାରୁନଥିବା ଲୋକମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ଦେବା କ୍ଷେତ୍ରରେ ଯେଉଁ କଟକଣା ରହିଛି ତାହାକୁ ଉଠାଇ ଦେବାକୁ ପୂର୍ବରୁ ପରାମର୍ଶ ଜାରି କରାଯାଇଥିଲା ଏବଂ ଏବେ ତାହା କାର୍ଯ୍ୟକାରୀ ହୋଇଛି।

ମନ୍ତ୍ରଣାଳୟ ଏହି ମର୍ମରେ ପୂର୍ବରୁ ବର୍ଣ୍ଣାନ୍ଧ ନାଗରିକମାନଙ୍କଠାରୁ ଅନେକ ଆବେଦନପତ୍ର ପାଇଥିଲା। ଡ୍ରାଇଭିଂ ଲାଇସେନ୍‌ସ ପାଇଁ ଉଦ୍ଦିଷ୍ଟ ଶାରୀରିକ ଯୋଗ୍ୟତା ଫର୍ମ-୧ ଓ ମେଡିକାଲ ସାର୍ଟିଫିକେଟ ଫର୍ମ-୧ ‘ଏ’ରେ ଥିବା ନିୟମ ବର୍ଣ୍ଣାନ୍ଧମାନଙ୍କୁ ଲାଇସେନ୍‌ସ ଦେବା କ୍ଷେତ୍ରରେ ପ୍ରତିବନ୍ଧକ ସାଜି ଥିବାରୁ ତାହାକୁ ଉଠାଇ ଦେବାକୁ ଏହି ଆବେଦନପତ୍ରରେ ଅନୁରୋଧ କରାଯାଇଥିଲା।

ଏହି ପ୍ରସଙ୍ଗକୁ ପ୍ରଥମେ ସ୍ୱାସ୍ଥ୍ୟଗତ ବିଶେଷଜ୍ଞ ପ୍ରତିଷ୍ଠାନ (ଏମ୍‌ଇଆଇ)ରେ ଉତ୍‌ଥାପିତ କରାଯାଇ ମତାମତ ମଗାଯାଇଥିଲା। ସ୍ୱଳ୍ପ ଓ ବର୍ଣ୍ଣାନ୍ଧମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ଦେବାକୁ ଏମ୍‌ଇଆଇ ସୁପାରିସ କରିଥିଲା। ତେବେ ମାତ୍ରାଧିକ ବର୍ଣ୍ଣାନ୍ଧମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ନ ଦେବାକୁ ଏଥିରେ ବାରଣ କରାଯାଇଥିଲା। ବିଶ୍ୱର ଅନ୍ୟାନ୍ୟ ଦେଶରେ ସ୍ୱଳ୍ପ ଓ ମଧ୍ୟମ ବର୍ଣ୍ଣାନ୍ଧମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ଦେବାର ବ୍ୟବସ୍ଥା ରହିଛି। ଏହି ସୁପାରିସ ଆଧାରରେ ଏକ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇ ମତାମତ ଲୋଡ଼ାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.