ad
ଜିଲ୍ଲା ପରିକ୍ରମା

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ନାବାଳକ ସମେତ ପିତା ଥାନାରେ ଅଟକ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ପୌରାଞ୍ଚଳ ଅଧୀନସ୍ତ ୨ନଂ ୱାର୍ଡ ବରାଳପୋଖରୀ ଗ୍ରାମର ଜଣେ ନାବାଳିକା କନ୍ୟାକୁ ଟ୍ୟୁସନ ଯିବା ରାସ୍ତାରେ ବଳପୂର୍ବକ ଉଠାଇ ଦୁଷ୍କର୍ମ ଉଦ୍ୟମ କରିଥିବା ଜଣେ ନାବାଳକ ଓ ଖୁର ଦ୍ୱାରା ଭୟଭୀତ କରିଥିବା ତା’ ପିତାଙ୍କୁ ସହରାଞ୍ଚଳ ଥାନା ପୁଲିସ୍ ଅଟକ ରଖି ତଦନ୍ତ କରୁଥିବାର ଜଣାପଡିଛି। ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଭଦ୍ରକ ପୌରାଞ୍ଚଳର ୱାର୍ଡ ନଂ-୨ରେ ଯାଉଥିବା ଉପରୋକ୍ତ ଗ୍ରାମର ବାପ ଛେଉଣ୍ଡ କଳ୍ପନା (ଛଦ୍ମନାମ) ସ୍ଥାନୀୟ ହନୁମାନ ଜୀଉ ହାଇସ୍କୁଲରେ ନବମ ଶ୍ରେଣୀରେ ପଢେ। ସେ କିଛିଦିନ ହେବ ଟ୍ୟୁସନ ଯିବାଆସିବା କରିବା ମଧ୍ୟରେ ରାସ୍ତାରେ ସେହି ୱାର୍ଡର ହନୁମାନ ହାଟ ବାରିକସାହି ଗ୍ରାମର ଜଣେ ସେଲୁନ ଦୋକାନୀଙ୍କ ପୁତ୍ର (ସେ ମଧ୍ୟ ଉକ୍ତ ସ୍କୁଲରେ ଅଧ୍ୟୟନ କରେ) ଅଶ୍ଳୀଳ ଇଙ୍ଗିତ ଦେଇଆସୁଥିଲା। ଇତିମଧ୍ୟରେ ଗତକାଲି ଅପରାହ୍ନ ୩ଟା ସମୟରେ ନାବାଳିକା ଜଣକ ଟ୍ୟୁସନ ଯିବା ସମୟରେ ଉପରୋକ୍ତ ନାବାଳକ ଜଣକ ନିରୋଳା ରାସ୍ତାରେ ଏକ ବ୍ଲେଡ୍କୁ ତା ବେକରେ ଲଗାଇ ବଳପୂର୍ବକ ସାଇକେଲ୍ରେ ବସାଇ କେନାଲବନ୍ଧ ନିକଟକୁ ନେଇଆସିଥିଲା। ଏକ ନିଛାଟିଆ ସ୍ଥାନରେ ସେ ତା ପ୍ରତି ଦୁଷ୍କର୍ମ କରିବାର ଉଦ୍ୟମ କରିବା ସମୟରେ କନ୍ୟାଟି ଚିତ୍କାର କରି ସେଠାରୁ ଖସିଆସି ନିଜର ପରିବାର ଲୋକଙ୍କୁ ସବୁକଥା କହିଥିଲା। ପରେ ତାର ମା’ ଓ ଭାଇ ସ୍ଥାନୀୟ ଅଂଚଳର ପୂର୍ବତନ କାଉନ୍ସିଲର ରଂଜନ ଜେନାଙ୍କୁ ସବୁକଥା କହିବା ପରେ ସେ ପୀଡିତାଙ୍କୁ ନେଇ ଅଭିଯୁକ୍ତର ପିତାଙ୍କ ସେଲୁନ ନିକଟରେ ପଚାରିବାରୁ ସେ ଏକ ଖୁର ଦ୍ୱାରା ସେମାନଙ୍କୁ ଭୟଭୀତ କରାଇ ସେମାନଙ୍କୁ ଗୋଡାଇଥିଲା। ପରେ ଏହି ଘଟଣାର ସମାଧାନ ନହେବାରୁ ପୀଡିତାଙ୍କ ପରିବାର ସ୍ଥାନୀୟ ଅଂଚଳର ପାରା ଲିଗାଲ ଭଲେଣ୍ଟିୟର ସସ୍ମିତା ବାରିକ ଓ ଅର୍ଣ୍ଣପୂର୍ଣ୍ଣା ସାହୁଙ୍କୁ ଜଣାଇ ଥାନାରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଫଳରେ ଥାନାଧିକାରୀ ମନୋଜ ରାଉତଙ୍କ ଉଦ୍ୟମରେ ଆଜି ଏକ ମାମଲା ରୁଜୁ ହୋଇ ଉଭୟ ଅଭିଯୁକ୍ତ ପିତା ଓ ପୁତ୍ରଙ୍କୁ ଥାନାକୁ ଅଣାଯାଇ ପଚରା ଉଚୁରା କରାଯାଉଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top