ତୁଳସୀ ମହିଳା ମହାବିଦ୍ୟାଳୟର ୩୮ତମ ବାର୍ଷିକ ଉତ୍ସବ ସାଂପ୍ରତିକ ସମାଜରେ ଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

କେନ୍ଦ୍ରାପଡା ୧୮/୨ (ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲାର ପ୍ରମୁଖ ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସଂସଦର ୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଅର୍ଥ, ଅବକାରୀ ଓ ଘରୋଇ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶଶିଭୁଷଣ ବେହେରା ଉସôବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସମାଜରେ ଶିକ୍ଷିତ ମହିଳାମାନେ ମୁଖ୍ୟ ସ୍ରୋତକୁ ଆସିବାକୁ ସେ ଆହ୍ୱାନ ଦେବା ସହିତ ସମାଜରେ ବଢୁଥିବା ମହିଳାମାନଙ୍କ ପ୍ରତି ଅତ୍ୟାଚାରକୁ କୈାଣସି ପରିସ୍ଥିତିରେ ବରଦାସ୍ତ କରିବା ଉଚିତ ନୁହେଁ ବୋଲି କହିଥିଲେ । ସାମ୍ପ୍ରତିକ ସମାଜରେ ଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ସମ୍ବାଦର ସଂପାଦକ ସୈାମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ନିଶା ନିବାରଣ ପାଇଁ ଆହ୍ୱାନ ଦେଇଥିଲେ । ପୂର୍ବତନ ରାଜ୍ୟ ସଭା ସାଂସଦ ବୈଷ୍ଣବ ଚରଣ ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ତୁଳସୀ ମହିଳା ମହାବିଦ୍ୟାଳୟ ସହିତ ଥିବା ନିଜର ସଂପର୍କ ସ୍ମରଣ କରାଇବା ସହ ନାରୀ ସଶକ୍ତିକରଣ ଓ ଦେଶପ୍ରେମରେ ଛାତ୍ରୀମାନେ ଅନୁପ୍ରାଣିତ ହେବା ସହିତ ଓଡିଆ ଭାଷାର ପ୍ରସାର ଓ ପ୍ରଚାର ଉପରେ ଗୁରୁତ୍ୱାରୋପ କରିଥିଲେ । ଛାତ୍ରୀ ସଂସଦର ସଭାନେତ୍ରୀ ଅମରିନ୍ ସାହାଦତ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ହୀରାମଣି ବେହୁରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରୀ ସଂସଦର ଉପଦେଷ୍ଟା ପ୍ରଫେସର ଗୋଲଖ ଚନ୍ଦ୍ର ମହାଭୋଇ ଅତିଥି ପରିଚୟ ପ୍ରଦାନ ଓ ପ୍ରାଧ୍ୟାପକ ଅଜୟ କୁମାର ରାଉତ ସୂଚନା ପ୍ରଦାନ କରିଥିଲେ । ସଂପାଦିକା ସୁଶ୍ରୀ ସଙ୍ଗିତା ଜେନା ସଂପାଦକୀୟ ବିବରଣୀ, ଉପସଭାନେତ୍ରୀ ହରପ୍ରିୟା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *