Home ଓଡ଼ିଶା ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶ

ପଞ୍ଚାୟତ ନିର୍ବାଚନ ପାଇଁ ଚୁଡାନ୍ତ ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶ

93

କେନ୍ଦ୍ରାପଡ଼ା ୨୬ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଆଗାମୀ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ନିମନ୍ତେ ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ ଓ ସମିତିସଭ୍ୟ ପଦ ପାଇଁ ଚୁଡାନ୍ତ ସଂରକ୍ଷଣ ଚିଠା ବିଜ୍ଞପ୍ତି ମଙ୍ଗଳବାର ପ୍ରକାଶ ପାଇଛି। ସେହି ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ୩୨ଟି ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଚୁଡାନ୍ତ ସଂରକ୍ଷିତ ହୋଇଥିବା ଚିଠା ତାଲିକା ହେଉଛି ଆଳି ବ୍ଲକର ୧ ନଂ ଜୋନ – ଅନୁସୂଚିତ ଜାତି ମହିଳା, ୨ ନଂ.- ଅଣସଂରକ୍ଷିତ, ୩ନଂ- ମହିଳା, ୪ନଂ- ଅଣସଂରକ୍ଷିତ। କେନ୍ଦ୍ରାପଡ଼ା ବ୍ଲକର ୫ ନଂ. ଜୋନ -ଅନୁସୂଚିତ ଜାତି ମହିଳା, ୬ ନଂ.- ମହିଳା, ୭ ନଂ- ଅନୁସୂଚିତ ଜାତି ମହିଳା, ୮ ନଂ- ଅଣସଂରକ୍ଷିତ। ଗରଦପୁର ବ୍ଲକ ୯ ନଂ ଜୋନ – ମହିଳା, ୧୦ ନମ୍ବର- ଅଣସଂରକ୍ଷିତ, ୧୧ ନଂ- ମହିଳା। ଡେରାବିଶ ବ୍ଲକ ୧୨ ନଂ- ଅଣସଂରକ୍ଷିତ, ୧୩ ନଂ- ଅନୁସୂଚିତ ଜାତି, ୧୪ ନଂ.- ଅଣସଂରକ୍ଷିତ। ପଟ୍ଟାମୁଣ୍ଡାଇ ୧୫ ନଂ. ଜୋନ- ଅନୁସୂଚିତ ଜାତି ମହିଳା, ୧୬ ନଂ- ଅନୁସୂଚିତ ଜାତି, ୧୭ ନଂ- ପଛୁଆବର୍ଗ ମହିଳା, ୧୮ ନଂ- ଅନୁସୂଚିତ ଜାତି। ମହାକାଳପଡ଼ା ୧୯ ନଂ. ଜୋନ – ପଛୁଆବର୍ଗ ମହିଳା, ୨୦ ନଂ.- ପଛୁଆବର୍ଗ, ୨୧ ନଂ- ପଛୁଆବର୍ଗ ମହିଳା, ୨୨ ନଂ – ପଛୁଆବର୍ଗ, ୨୩ ନଂ – ଅନୁସୂଚିତ ଜନଜାତି ମହିଳା। ମାର୍ଶର୍ାଘାଇ ବ୍ଲକ ୨୪ ନଂ- ପଛୁଆବର୍ଗ, ୨୫ ନଂ- ପଛୁଆବର୍ଗ ମହିଳା, ୨୬ ନଂ- ମହିଳା। ରାଜକନିକା ବ୍ଲକ ୨୭ ନଂ- ପଛୁଆବର୍ଗ, ୨୮ ନଂ- ଅଣସଂରକ୍ଷିତ, ୨୯ ନଂ- ମହିଳା। ରାଜନଗର ବ୍ଲକ ୩୦ ନଂ- ଅଣସଂରକ୍ଷିତ, ୩୧ ନଂ- ଅଣସଂରକ୍ଷିତ ଓ ୩୨ ନଂ ଜୋନ- ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଜିଲ୍ଲାର ୯ଟି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଚୁଡାନ୍ତ ସଂରକ୍ଷଣ ବ୍ୟବସ୍ଥା ଅନୁଯାଇ ଆଳି ବ୍ଲକ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି, କେନ୍ଦ୍ରାପଡ଼ା ଅନୁସୂଚିତ ଜାତି ମହିଳା, ଗରଦପୁର ପଛୁଆବର୍ଗ, ଡେରାବିଶ ପଛୁଆବର୍ଗ ମହିଳା, ପଟ୍ଟାମୁଣ୍ଡାଇ ଅଣସଂରକ୍ଷିତ ମହିଳା, ମହାକାଳପଡ଼ା ଅଣସଂରକ୍ଷିତ ମହିଳା, ମାର୍ଶାଘାଇ ଅଣସଂରକ୍ଷିତ, ରାଜକନିକା ଅଣସଂରକ୍ଷିତ ଓ ରାଜନଗର ବ୍ଲକ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। କେନ୍ଦ୍ରାପଡା ବ୍ଲକର ୨୭ଟି ପଞ୍ଚାୟତର ସରପଞ୍ଚ ପଦ ପାଇଁ ରହିଥିବା ଚୁଡାନ୍ତ ସଂରକ୍ଷଣ ବ୍ୟବସ୍ଥା ଅନୁଯାଇ ଆୟବା- ସରପଞ୍ଚ ପଦ ଅଣସଂରକ୍ଷିତ ମହିଳା, ଇନ୍ଦୁପୁର- ପଛୁଆବର୍ଗ, ଓସ୍ତପୁର- ଅଣସଂରକ୍ଷିତ, କପାଳେଶ୍ୱର- ଅଣସଂରକ୍ଷିତ, କଳପଡା- ପଛୁଆବର୍ଗ ମହିଳା, କୁତରଙ୍ଗ- ପଛୁଆବର୍ଗ, କେଶପୁର-ଅଣସଂରକ୍ଷିତ ମହିଳା, କୋରୋ-ପଛୁଆବର୍ଗ ମହିଳା, କଂସାର- ଅଣସଂରକ୍ଷିତ ମହିଳା, ଗାଙ୍ଗପଡା- ପଛୁଆବର୍ଗ, ଗୁଲନଗର- ପଛୁଆବର୍ଗ ମହିଳା, ଘାଗରା-ଅଣସଂରକ୍ଷିତ ମହିଳା, ଚକ୍ରୋଡା-ଅଣସଂରକ୍ଷିତ ମହିଳା, ଚନ୍ଦନପୁର- ଅନୁସୂଚିତ ଜାତି, ଚାରିଗାଁ -ଅଣସଂରକ୍ଷିତ ମହିଳା, ଜମଧର-ଅଣସଂରକ୍ଷିତ, ଢୋଲ-ଅଣସଂରକ୍ଷିତ, ଧୂମାତ-ଅନୁସୂଚିତ ଜାତି ମହିଳା, ନିକିରାଇ- ଅନୁସୂଚିତ ଜାତି ମହିଳା, ପଳସିଂହା- ଅଣସଂରକ୍ଷିତ, ପୁରୁଷୋତ୍ତମପୁର-ଅନୁସୂଚିତ ଜାତି ମହିଳା, ବଗଡା-ଅଣସଂରକ୍ଷିତ, ବାରୋ-ଅନୁସୂଚିତ ଜାତି ମହିଳା, ଭରତପୁର-ଅଣସଂରକ୍ଷିତ ମହିଳା, ଭାଗବତପୁର-ଅଣସଂରକ୍ଷିତ, ଶ୍ୟାମସୁନ୍ଦରପୁର-ଅନୁସୂଚିତ ଜାତି, ସାନମାଣତିଆ-ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି କେନ୍ଦ୍ରାପଡ଼ା ବ୍ଲକର ୨୭ଟି ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ହୋଇଥିବା ଚୁଡାନ୍ତ ସଂରକ୍ଷଣ ବ୍ୟବସ୍ଥା ଅନୁଯାଇ ଆୟବା ଗ୍ରାମପଞ୍ଚାୟତ ସମିତିସଭ୍ୟ ପଦ ଅଣସଂରକ୍ଷିତ ମହିଳା, ଇନ୍ଦୁପୁର-ଅଣସଂରକ୍ଷିତ ମହିଳା, ଓସ୍ତପୁର-ଅଣସଂରକ୍ଷିତ ମହିଳା, କପାଳେଶ୍ୱର- ଅଣସଂରକ୍ଷିତ, କଳପଡା- ଅଣସଂରକ୍ଷିତ, କୁତରଙ୍ଗ- ପଛୁଆବର୍ଗ ମହିଳା, କେଶପୁର-ଅଣସଂରକ୍ଷିତ, କୋରୋ-ପଛୁଆବର୍ଗ ମହିଳା, କଂସାର- ଅଣସଂରକ୍ଷିତ, ଗାଙ୍ଗପଡା- ଅଣସଂରକ୍ଷିତ, ଗୁଲନଗର- ଅଣସଂରକ୍ଷିତ ମହିଳା, ଘାଗରା-ପଛୁଆବର୍ଗ, ଚକ୍ରୋଡା-ଅନୁସୂଚିତ ଜନଜାତି ମହିଳା, ଚନ୍ଦନପୁର- ଅନୁସୂଚିତ ଜାତି ମହିଳା, ଚାରିଗାଁ- ପଛୁଆବର୍ଗ ମହିଳା, ଜମଧର-ଅଣସଂରକ୍ଷିତ, ଢୋଲ-ପଛୁୁଆବର୍ଗ, ଧୂମାତ-ଅନୁସୂଚିତ ଜାତି ମହିଳା, ନିକିରାଇ-ଅନୁସୂଚିତ ଜାତି ମହିଳା, ପଳସିଂହା-ଅଣସଂରକ୍ଷିତ ମହିଳା, ପୁରୁଷୋତ୍ତମପୁର- ଅନୁସୂଚିତ ଜାତି, ବଗଡା-ଅଣସଂରକ୍ଷିତ, ବାରୋ-ଅନୁସୂଚିତ ଜାତି, ଭରତପୁର-ଅଣସଂରକ୍ଷିତ ମହିଳା, ଭାଗବତପୁର-ଅଣସଂରକ୍ଷିତ, ଶ୍ୟାମସୁନ୍ଦରପୁର-ଅନୁସୂଚିତ ଜାତି ମହିଳା, ସାନମାଣତିଆ- ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.