ତାଳଚେର ରଥଯାତ୍ରା ନିମନ୍ତେ ଶେଷ ପ୍ରସ୍ତୁତି ବୈଠକ

ତାଳଚେର, ୬/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରରେ ପବିତ୍ର ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ପାଳନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ବୈଠକ ଆଜି ଅପରାହ୍ନରେ ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଦିଷ୍ଟ ବିଭାଗ ଉପରେ ନ୍ୟସ୍ତ କାର୍ଯ୍ୟ ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀଯୁକ୍ତ ନାୟକ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେସୁ ଏସଡିଓ ମନୋଜ କୁମାର ପାଣି, ଉପଖଣ୍ଡ ଚିକିତ୍ସା ଅଧିକାରୀ (ଦାୟିତ୍ୱ)ଡାକ୍ତର ଅଶୋକ କୁମାର ପ୍ରଧାନ, ଆର.ଆଣ୍ଡ ବି ସହକାରୀ ଯନ୍ତ୍ରୀ ଇଂ ଦାମୋଦର କୈବର୍ତ୍ୟ, ଏନ୍.ଜେନ୍ ଅଧିକାରୀ ପ୍ରଦୋଷ କୁମାର ସାହୁ ଓ ପ୍ରଜ୍ଞାସିସ୍ ଜେନା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୈାରଭ ପ୍ରଧାନ, ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ଜଳଧର ଦେବତା, ପୈାର ପରିଷଦର ମୀନକେତନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *