କେନ୍ଦ୍ରାପଡ଼ା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଶୀପୁର ପଂଚାୟତବାସୀଙ୍କ ଅନଶନ ଦ୍ୱିତୀୟ ଦିନରେ

କେନ୍ଦ୍ରାପଡା ୧୩/୩(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶୀପୁର ଗ୍ରାମ ପଂଚାୟତ ଅଧିବାସୀମାନେ ସୋମବାରଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଣ୍ଟ୍ରୋଲ୍ ସାମଗ୍ରୀ ଯୋଗାଣ ଏବଂ ଡିଲର ନିଯୁକ୍ତିକୁ ନେଇ ଅନଶନ ଆରମ୍ଭ କରିଥିଲେ। ଗତକାଲି ଅନଶନସ୍ଥଳକୁ କୈାଣସି ସରକାରୀ ଅଧିକାରୀ ଆସିନଥିବାବେଳେ ଆଜି ମଧ୍ୟାହ୍ନରେ ଉପଜିଲ୍ଲାପାଳ କାହ୍ନୁ ଚରଣ ଧୀର ଅନଶନ ସ୍ଥଳରେ ପହଁଚି ଅନଶନକାରୀ କୁ ସେମାନଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୈାଖିକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅନଶନକାରୀମାନେ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ। କିନ୍ତୁ ଉପଜିଲ୍ଲାପାଳ କୈାଣସି ଲିଖିତ ପ୍ରତିଶ୍ରୁତି ଦେବାକୁ ରାଜିନହେବାରୁ ଅନଶନକାରୀମାନେ ଆଜି ମଧ୍ୟ ଅନଶନ ଜାରି ରଖିଥିବା ଦେଖିବାକୁ ମିଳିଛି। ଦୀର୍ଘର୍ଦିନ ଧରି ପ୍ରଶାସନର ସାଧାରଣ ଖାଉଟିଙ୍କ ପ୍ରତି ଏଭଳି ଅପରିଣାମ ଦର୍ଶିତା କାର୍ଯ୍ୟ ପାଇଁ ଦଶୀପୁର ପଂଚାୟତବାସୀମାନେ ଦୀର୍ଘର୍ ବର୍ଷେ ହେବ କଣ୍ଟ୍ରୋଲ୍ ସାମଗ୍ରୀ ପାଇବାରୁ ବଂଚିତ ହେବାରୁ ଆଜି ଅନଶନ କରିବାଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ଏହି ଅନଶନକାରୀମାନଙ୍କ ଦାବିକୁ ଗ୍ରହଣ କରି ପ୍ରଶାସନ ଯଥାଶୀଘ୍ର ଆଇନଗତ ନିଷ୍ପତ୍ତି ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଦଶୀପୁର ସରପଂଚ ବାସନ୍ତି ବେହେରା, ବିବେକାନନ୍ଦ ଦାଶ, ରବିନାରାୟଣ ବେହେରା, ପ୍ରମୋଦ କୁମାର ପଣ୍ଡା, ମଙ୍ଗରାଜ ରାଉତ, ନିରଞ୍ଜନ ସାହୁ, ନୃସିଂହ ସୁତାର, ବସନ୍ତ ସାହୁ, ରଶ୍ମିତା ମଲ୍ଲିକ, ଅମୁଲ୍ୟ ମଲ୍ଲିକ ପ୍ରମୁଖ ଅନଶନ ସ୍ଥଳରେ ବସି ରହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top