Home ଜିଲ୍ଲା ପରିକ୍ରମା ଦମ୍ପତିଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଆରମ୍ଭ

ଦମ୍ପତିଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଆରମ୍ଭ

72

ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ) ବଲାଙ୍ଗିର ସହରର ଚନ୍ଦ୍ରଶେଖର ନଗର ପଡାରେ ଏକ ଘରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବୃଦ୍ଧାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏ ନେଇ କେଉଁ କାରଣରୁ ଏପରି ଘଟଣା ଘଟିଛି ସେ ନେଇ ସ୍ଥାନୀୟ ଜନସାଧାରଣ ରେ ନା ନା ପ୍ରକାର ଆଲୋଚନା ହେଉଛି। ମୃତକ ସ୍ବାମୀ ବୃନ୍ଦାବନ ସାହୁ ଓ ସ୍ତ୍ରୀ ନିରାଶ ସାହୁ ଉଭୟ ଙ୍କ ମୃତ ଦେହକୁ ଉଦ୍ଧାର କରାଯାଇ ବଲାଙ୍ଗିର ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.