କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, କୋଣାର୍କ ମନ୍ଦିରରୁ ଜଳ ନିଷ୍କାସନ ପାଇଁ ଚିଠି ଲେଖିଲେ

ଭୁବନେଶ୍ୱର,୧୬ ଜୁଲାଇ (ଓଡ଼ିଆ ପୁଅ): ଓଡ଼ିଶାର ଐତିହ୍ୟ କୋଣାର୍କ ମନ୍ଦିରର ସୁରକ୍ଷା ପାଇଁ କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମହେଶ ଶର୍ମାଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚିଠି ଲେଥିଛନ୍ତି। ନବୀନ ପ୍ରକାଶ କରିଛନ୍ତିଯେ, କୋଣାର୍କ ମନ୍ଦିରରେ ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି, ପୁନରୁଦ୍ଧାର କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ, ASI ଅନୁମତି ଦେଲେ ପୁନରୁଦ୍ଧାର କରାଯିବ।

ସେ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, ବର୍ଷା ଋତୁରେ ସାମାନ୍ୟ ବର୍ଷାରେ ମନ୍ଦିର ପରିସର ମଧ୍ୟରେ ଜଳପୂର୍ଣ୍ଣ ହେଉଛି, ଯାହାଫଳରେ ସାଧାରଣ ଯାତ୍ରୀ ଅସୁବିଧାର ସମ୍ମୁଖୀନ ଦେଉଛନ୍ତି ଏବଂ ଏହା ସହ ମନ୍ଦିର ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। ମନ୍ଦିର ଭିତରେ ଜମୁଥିବା ବର୍ଷା ଜଳର ନିଷ୍କାସନ ପାଇଁ ଡ୍ରେନେଜର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କର ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ଏହି ମନ୍ଦିର ଦାୟିତ୍ୱରେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ରହିଛି । ଯଦି ଅନୁମତି ମିଳେ ତେବେ ରାଜ୍ୟ ସରକାର ଜଳ ନିଷ୍କାସନର ବ୍ୟବସ୍ଥା କରିବେ।

Leave a Reply

Your email address will not be published. Required fields are marked *