Home ଓଡ଼ିଶା ମୋ ପୁଅ ଦେଶ ପାଇଁ ସହିଦ ହୋଇଛି : ଚନ୍ଦ୍ରଙ୍କ ବାପା

ମୋ ପୁଅ ଦେଶ ପାଇଁ ସହିଦ ହୋଇଛି : ଚନ୍ଦ୍ରଙ୍କ ବାପା

132

ବାଲିଗୁଡା, ୧୮/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ଭାରତ-ଚାଇନା ସୀମାନ୍ତ ଲଦାଖର ଗୋଲୀୱାନା ଠାରେ ଲାଗି ରହିଥିବା ବିବାଦକୁ ନେଇ ହୋଇଥିବା ଭାରତୀୟ ସେନା ଓ ଚାଇନା ସେନାଙ୍କ ମୁହାଁମୁହିଁରେ ୨୦ଯବାନ ସହିଦ ହୋଇଥିବା ବେଳେ ଓଡ଼ିଶାରୁ ୨ ଯବାନ ସହିଦ ହୋଇଛନ୍ତି।୨ ଯବାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ଦଡିଙ୍ଗିଆ ପଞ୍ଚାୟତ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ ରହିଛନ୍ତି।ପିତା କରୁଣାକର ପ୍ରଧାନଙ୍କ ଚନ୍ଦ୍ରକାନ୍ତ ବଡ ପୁଅ ଓ ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ଯୋଗୁଁ ତାଙ୍କ ସହିଦ ଖବର ପାଇଁ ପରିବାର ସହ ସାରା ଜିଲ୍ଲାରେ ଶୋକରଛାୟା ଖେଳିଯାଇଛି। ଚନ୍ଦ୍ରକାନ୍ତଙ୍କ ଗୋଟିଏ ଭଉଣୀ ଓ ୨ ଭାଇ ଅଛନ୍ତି। ତାଙ୍କର ଇଚ୍ଛା ଥିଲା ଭାଇକୁ ମଧ୍ୟ ସେନାରେ ସାମିଲ କରିବା ପାଇଁ, ଯାହା ଆଶାରେ ହିଁ ରହିଗଲା। ଚନ୍ଦ୍ରକାନ୍ତ ବିହାର ୧୬ରେଜିମେଣ୍ଟରେ ଚାକରି ପାଇଥିଲେ। ମୋ ପୁଅ ଦେଶ ପାଇଁ ସହିଦ ହୋଇଛି ତାହା ଗର୍ବର ବିଷୟ ବୋଲି ତାଙ୍କ ପିତା ଛଳଛଳ ମୁହଁରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.