Home Top News ୨୦୨୩ ନୂଆ ବର୍ଷରେ ଭାରତ ସରକାରଙ୍କ ୧୨ ମାସ ପାଇଁ ୧୨ ଭିଜନ୍: ଜାଣନ୍ତୁ କେଉଁ...

୨୦୨୩ ନୂଆ ବର୍ଷରେ ଭାରତ ସରକାରଙ୍କ ୧୨ ମାସ ପାଇଁ ୧୨ ଭିଜନ୍: ଜାଣନ୍ତୁ କେଉଁ ମାସ ପାଇଁ କଣ ଭିଜନ୍ ..

89

ନୂଆଦିଲ୍ଲୀ: ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। କ୍ୟାଲେଣ୍ଡର ବିଷୟବସ୍ତୁ ନୟେ ସାଲ, ନୟେ ସଂକଳ୍ପ ରହିଥିବା ବେଳେ, ଏଥିରେ ସରକାରଙ୍କ ସଫଳତା ଓ ଭବିଷ୍ୟତ ପାଇଁ ଅଙ୍ଗୀକାରବଦ୍ଧତା ସ୍ଥାନିତ ହୋଇଛି। ମୋଟ ୧୧ ଲକ୍ଷ କ୍ୟାଲେଣ୍ଡର ଛପା ହେଉଥିବା ବେଳେ ସେଥିରୁ ୨.୫ ଲକ୍ଷ ଆଞ୍ଚଳିକ ଭାଷାରେ ଛପା ହେବ ବୋଲି ଜଣାପଡ଼ିଛି। ସେହିପରି ୧୩ ଭାଷାରେ ମୁଦ୍ରିତ କ୍ୟାଲେଣ୍ଡରଗୁଡିକ ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ପଞ୍ଚାୟତରେ ବଣ୍ଟାହେବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ଚିନ୍ତାଧାରାକୁ ଭିତ୍ତିକରି କ୍ୟାଲେଣ୍ଡର- ୨୦୨୩ ପ୍ରସ୍ତୁତ ହୋଇଛି। ପ୍ରତ୍ୟେକ ମାସ ଏକ ସଶକ୍ତ ଭାରତକୁ ପରିପୃଷ୍ଟ କରିବା ପାଇଁ ପ୍ରଶାସନିକ ନୀତି ଉପରେ ଆଲୋକପାତ କରିଛି। ୨୦୨୩ ନୂଆ ବର୍ଷରେ ଭାରତ ସରକାରଙ୍କ ୧୨ ମାସ ପାଇଁ ଜାଣନ୍ତୁ କ’ଣ ସବୁ ରହିଛି ଭିଜନ୍ –

ଜାନୁୟାରୀ –
ଭାରତ ଅମୃତକାଳରେ ପ୍ରବେଶ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜପଥକୁ କର୍ତ୍ତବ୍ୟପଥ ଭାବେ ସେପ୍ଟେମ୍ବର ୨୦୨୨ରେ ପୁର୍ନନାମିତ କରିଛନ୍ତି। ଏହା ଆମର ଉପନିବେଶ ମନୋବୃତ୍ତି ଉପରେ କୁଠାରଘାତ କରି ଆମ ନିଜ ଦେଶର ରାସ୍ତାରେ ଅଗ୍ରସର ହେବାର ପ୍ରତୀକ ଭାବେ ଦର୍ଶାଯାଇଛି।

ଫେବୃୟାରୀ –
ଫେବୃୟାରୀ କିଷାନ କଲ୍ୟାଣ ବା ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଉତ୍ସର୍ଗୀକୃତ। ଚାଷୀମାନେ ଆମ ଦେଶର ଗର୍ବ ଓ ସରକାର ଏକମ ସମୃଦ୍ଧ ଭାରତ ଗଠନ ତଥା ସେମାନଙ୍କୁ ସଶକ୍ତ କରିବା ପାଇଁ ଅନେକ ନୀତି କାର୍ଯ୍ୟକାରୀ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ମାର୍ଚ୍ଚ –
ମାର୍ଚ୍ଚ ମାସ ହେଉଛି ଭାରତୀୟ ମହିଳା ବା ନାରୀଶକ୍ତି ଜାଗରଣ ପ୍ରତି ସମ୍ମାନ। ପ୍ରତ୍ୟେକ ଘରର ମହିଳାଙ୍କୁ ଧନ୍ୟବାଦ ଜଣାଇ ଏଇ ମାସରେ ଆମେ ମାର୍ଚ୍ଚ ୮ ତାରିଖ ଦିନ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛୁ। ମହିଳା ମାନେ କୌଣସି ବାଧାବିଘ୍ନ ଭ୍ରୂକ୍ଷେପ ନକରି ନିଜ ପାଇଁ ଓ ଅନ୍ୟମାନଙ୍କ ନିମନ୍ତେ ଦୃଷ୍ଟାନ୍ତ ସାଜିଥାଆନ୍ତି। ଭାରତ ସରକାର ମହିଳାଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ଦକ୍ଷତା ଭିତ୍ତିରେ ନାରୀଶକ୍ତି ପୁରସ୍କାର ଦେଇଥାଏ।

ଏପ୍ରିଲ୍ –
ଶିକ୍ଷାଗତ ସଂସ୍କାର ସରକାରଙ୍କ କାର୍ଯ୍ୟକ୍ରମର ଏକ ବିଶେଷ ଅଙ୍ଗ ପାଲଟିଛି। ଏହି ଲକ୍ଷ୍ୟ ସାରାଂଶ ହେଉଛି ପ୍ରଧାନମନ୍ତ୍ରୀଙ୍କ ସ୍ଲୋଗାନ “ପଢ଼େ ଭାରତ, ବଢ଼େ ଭାରତ “ ଓ ଏପ୍ରିଲ୍ କଥାବସ୍ତୁ ହେଉଛି ଶିକ୍ଷିତ ଭାରତ। ତୃଣମୂଳ ସ୍ତରୀୟ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂତନ ଶିକ୍ଷା ନୀତିରେ ପରିବର୍ତ୍ତନ ଭାରତୀୟ ଶିକ୍ଷା ପଦ୍ଧତିରେ ବହୁଦିନରୁ ଆବଶ୍ୟକ ଥିଲା।

ମଇ –
ମଇ ହେଉଛି କୌଶଳ ଭାରତ କାର୍ଯ୍ୟକ୍ରମ ନିମନ୍ତେ ଉତ୍ସର୍ଗୀକୃତ ମାସ। ଆନୁଷ୍ଠାନିକ ପଦ୍ଧତିରେ ଦେଶର ୩୦ କୋଟି ଜନସାଧାରଣଙ୍କୁ ତାଲିମ ଦେବା ହେଉଛି ଜାତୀୟ କୌଶଳ ବିକାଶ ଅଭିଯାନର ଲକ୍ଷ୍ୟ। କୌଣସି ଯୁବକ ଯୁବତୀଙ୍କ ଠାରେ ଯେପରି ସେମାନଙ୍କ ସାମର୍ଥ୍ୟର ଅଭାବ ପରିଲକ୍ଷିତ ନହୁଏ , ତାହା କୌଶଳ ବିକାଶ ସୁନିଶ୍ଚିତ କରିବ।

ଜୁନ୍ –
ଜୁନ୍ ୨୧ ତାରିଖ ଦିନ ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ପାଳିତ ହୁଏ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ସବିୁ ବୟସର ଜନସାଧାରଣଙ୍କୁ ଶାରୀରିକ ଦୃଷ୍ଟିରୁ ଦକ୍ଷ ରଖିବାକୁ ଫିଟ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଥିଲେ। ମାସର କଥା ବସ୍ତୁ ହେଉଛି, ‘ଫିଟ୍ ଇଣ୍ଡିଆ, ହିଟ୍ ଇଣ୍ଡିଆ’ ଫିଟନେସ୍ ମନ୍ତ୍ର ଦେଶର ଘରେ ଘରେ ପହଂଚାଇବାକୁ ଉଦ୍ଦିଷ୍ଟ।

ଜୁଲାଇ –
ପରିବେଶ ସ୍ୱାସ୍ଥ୍ୟ ବିନା ସ୍ୱାସ୍ଥ୍ୟ ଉପରେ ଆଲୋଚନା ଅସମ୍ପୂର୍ଣ୍ଣ। ପରିବେଶ ବନ୍ଧୁ ଭାବାପନ୍ନ ହେବାକୁ ଭାରତ ଏକ ସ୍ୱାସ୍ଥ୍ୟ ବିକଳ୍ପର ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ମିଶନ୍ ଲାଇଫ୍ ଜନସାଧାରଣଙ୍କୁ ହ୍ରାସ, ପୁନଃ ବ୍ୟବହାର ଓ ପୁନଃ ପ୍ରକ୍ରିୟାକରଣ ବ୍ୟବସ୍ଥା ଗ୍ରହଣ ପାଇଁ ଶିକ୍ଷା ଦିଏ।

ଅଗଷ୍ଟ୍ –
କେବଳ ଅଲିମ୍ପିକ୍ସ ବା ରାଜ୍ୟଗୋଷ୍ଠୀ କ୍ରୀଡା ନୁହଁ ବରଂ ଅନ୍ୟାନ୍ୟ ଆନ୍ତର୍ଜାତିକ ଦିବ୍ୟାଙ୍ଗ କ୍ରୀଡା କ୍ଷେତ୍ରରେ ମଧ୍ୟ ଭାରତୀୟମାନେ ସେମାନଙ୍କ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ଅଗଷ୍ଟ ମାସରେ ବିଷୟବସ୍ତୁ ହେଉଛି ଖେଲୋ ଇଣ୍ଡିଆ “ଭାରତୀୟ କ୍ରୀଡାବିତ୍‌ଙ୍କୁ ତୃଣମୂଳ ସ୍ତରକରୁ ସମର୍ଥନ ଯୋଗାଇବା ତଥା ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ଭାରତକୁ ପୋଡିୟମ୍ ଶୀର୍ଷକୁ ଦେବା ପାଇଁ ଉଦ୍ଦିଷ୍ଟ।

ସେପ୍ଟେମ୍ବର –
“ବସୁଧୈବ କୁଟୁମ୍ବକମ୍‌” ବା ବିଶ୍ୱ ହେଉଛି ଗୋଟିଏ ପରିବାର ହେଉଛି ସେପ୍ଟେମ୍ବର ମାସର କଥାବସ୍ତୁ। ଭାରତରେ ଜି-୨୦ରେ ଅଧ୍ୟକ୍ଷତା ଯାହା “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଉପରେ ପର୍ଯ୍ୟବସିତ ତାହା ପ୍ରାଚୀନ ଭାରତୀୟ ପରମ୍ପରାର ସ୍ୱାକ୍ଷର ବହନ କରିଥାଏ। ସ୍ୱାର୍ଥ ଓ ସମ୍ବେଦନା ସମସ୍ତଙ୍କୁ ଏକ ପ୍ରକାର ପ୍ରଭାବିତ କରିଥାଏ ଓ ଆମେ ସମସ୍ତେ ଜୀବନର ଗୁଣାତ୍ମକ ମାନ ଉନ୍ନତି କରିବା ଆବଶ୍ୟକ।

ଅକ୍ଟୋବର –
ତାରା ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବା ବେଳେ ଆମେ ଦେଶର ଦୈନିକ ଆବଶ୍ୟକତା ଗୁଡିକୁ ଅଣଦେଖା କରିବା ମଧ୍ୟ ଅନୁଚିତ। ସରକାର ଖାଦ୍ୟ ସୁରକ୍ଷା ଆଇନ ସୁନିଶ୍ଚିତ କରିଛନ୍ତି। ଅକ୍ଟୋବର ମାସରେ ବିଷୟବସ୍ତୁ ସେଥିପାଇଁ ହେଉଛି ଖାଦ୍ୟ ସୁରକ୍ଷା।

ନଭେମ୍ବର –
ପ୍ରଧାନମନ୍ତ୍ରୀ ଦେଶକୁ ଆତ୍ମନିର୍ଭର କରିବା ଉତ୍ସାହକୁ ପ୍ରାଧାନ୍ୟ ଦେଇ ନଭେମ୍ବର ମାସର କଥାବସ୍ତୁ ହେଉଛି ଆତ୍ମ ନିର୍ଭର ଭାରତ। ସେପ୍ଟେମ୍ବର ୨, ୨୦୨୨ରେ ଆଇଏନଏସ୍ ବିକ୍ରାନ୍ତର ନୌସେନାରେ ସାମିଲ ଏହା ଦୃଷ୍ଟାନ୍ତ। କୋଚିନ ସିପାୟାର୍ଡରେ ଭାରତରେ ନିର୍ମିତ ହୋଇଥିବା ଏହା ପ୍ରଥମ ଏୟାର କ୍ରାଫ୍ଟ କ୍ୟାରିୟର।

ଡିସେମ୍ବର –
ଉତ୍ତର ପୂର୍ବାଞ୍ଚଳରେ ଲୁକ୍କାୟିତ ପ୍ରତିଭା ଓ ଜୀବନମାନ ‌ସମୃଦ୍ଧ ପାଇଁ ପ୍ରଧାନମନ୍ତ୍ରୀ ଏହି ଉତ୍ତର ପୂର୍ବାଞ୍ଚଳରେ ଆଠଟି ରାଜ୍ୟକୁ ଅଷ୍ଟଲକ୍ଷ୍ମୀ ଭାବେ ନାମିତ କରିଛନ୍ତି। ଏହା ଆଠଟି ରାଜ୍ୟରର ପ୍ରାକୃତିକ ବିଭବ, ବାଣିଜ୍ୟ ଓ ଭାରତୀୟ ସମୃଦ୍ଧିର ବିବିଧ ସଂସ୍କୃତିକୁ ଦର୍ଶାଉଛି।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.