ad
ଓଡ଼ିଶା

କୋଭିଡ଼-୧୯ ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଶ୍ରମିକଙ୍କ କଲ୍ୟାଣ ଏବଂ ରୋଜଗାର ସୃଷ୍ଟି ନିମନ୍ତେ ଅଭୂତପୂର୍ବ ଉପାୟ ଅବଲମ୍ବନ କରାଯାଇଛି : ଶ୍ରୀ ଗଙ୍ଗୱାର


– କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁସାରେ ଗୃହନିର୍ମାଣ ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ପ୍ରାୟ ୫୦୦୦ କୋଟି ଟଙ୍କାର ସେସ୍ ପାଣ୍ଠି ମଂଜୁର କରାଯାଇଛି ଏବଂ ଏହାଦ୍ୱାରା ପ୍ରାୟ ୨ କୋଟି ନିର୍ମାଣ ଶ୍ରମିକ ଉପକୃତ ହୋଇଛନ୍ତି; ଏହି ସେକ୍ଟର ହିଁ ସର୍ବାଧିକ ସଂଖ୍ୟକ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତ କରିଥାଏ

– କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ୨୦ଟି ସମର୍ପିତ କଣ୍ଟ୍ରୋଲ ରୁମ୍ ଦ୍ୱାରା ଅଟକି ରହିଥିବା ୨ ଲକ୍ଷ ଶ୍ରମିକଙ୍କୁ ପ୍ରାୟ ୩୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି

– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୧.୭ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଦ୍ୱାରା ଗରିବ ତଥା ଅତି ମାତ୍ରାରେ ଆବଶ୍ୟକ କରୁଥିବା ଅସଂଗଠିତ ଶ୍ରମିକ ଉପକୃତ ହୋଇପାରିଛନ୍ତି;ପ୍ରାୟ ୮୦-୦୦ କୋଟି ଲୋକଙ୍କୁ ମାଗଣାରେ ମାସିକ ମୁଣ୍ଡପିଛା ୫ କିଲୋଗ୍ରାମ ଗହମ/ ଚାଉଳ ଏବଂ ୧ କିଲୋଗ୍ରାମ ଡ଼ାଲି ଯୋଗାଇ ଦିଆଯାଉଛି

– ପ୍ରତି ଦିନର ମନରେଗା ମଜୁରିକୁ ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବଢ଼ାଇ ଦିଆଯାଇଛି

– ସ୍ୱନିଧି ଯୋଜନା ଆରମ୍ଭ କରାଯିବା ଦ୍ୱାରା କୋଲାଟରାଲ ମାଗଣା ଚଳନ୍ତି ପୁଞ୍ଜି ଋଣ ଭାବେ ଏକବର୍ଷ ସକାଶେ ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଉଛି ଯଦ୍ୱାରା ଦେଶର ପ୍ରାୟ ୫୦ ଲକ୍ଷ ରାସ୍ତାକଡ଼ ବୁଲାବିକାଳୀ ଓ ଉଠା ଦୋକାନୀ ସେମାନଙ୍କର ବ୍ୟବସାୟକୁ ପୁଣି ଥରେ ସଜାଡ଼ିବାକୁ ସକ୍ଷମ ହୋଇପାରିଛନ୍ତି

– ଜୁଲାଇ ମାସରେ ରାଜ୍ୟ ସରକାରମାନଙ୍କୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଆରମ୍ଭ ହୋଇଥିବା ଏଭଳି କଲ୍ୟାଣକାରୀ ଯୋଜନା ଓ ନିଯୁକ୍ତିକୁ ସଂଯୋଜନା କରିବା ନିମନ୍ତେ ଜଣେ ଲେଖାଏଁ ନୋଡାଲ ଅଧିକାରୀ ମନୋନୀତ କରିବା ସକାଶେ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏଭଳି ପ୍ରବାସୀ ଶ୍ରମିକମାନେ କିଭଳି ବିଭିନ୍ନ ସରକାରୀ ଯୋଜନାକୁ ଉପଯୋଗ କରି ଉପକୃତ ହୋଇପାରିବେ ସେ ସଂପର୍କୀତ ଡାଟା ସଂଗ୍ରହ କରିବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ଶ୍ରୀ ସନ୍ତୋଷ ଗଙ୍ଗୱାର ଆଜି କହିଛନ୍ତି ଯେ କୋଭିଡ଼-୧୯ ମହାମାରୀ ସମୟରେ ସମଗ୍ର ଭାରତରେ ପ୍ରବାସୀ ଶ୍ରମିକମାନଙ୍କ ନିମନ୍ତେ ଶ୍ରମ କଲ୍ୟାଣ ଏବଂ ରୋଜଗାର ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାର ବିସ୍ତୃତ ସୂଚନା ପ୍ରଦାନ କରି ସେ କହିଛନ୍ତି ଯେ:

– ଶ୍ରମକୁ ସମବର୍ତ୍ତୀ ସୂଚୀରେ ରଖାଯାଇଛି ଏବଂ ସେଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଏଥିପାଇଁ ପ୍ରତିବଦ୍ଧତାର ସହିତ ଆଇନ ପ୍ରଣୟନ କରିପାରିବେ। ଏହା ବ୍ୟତୀତ, ପ୍ରବାସୀ ଶ୍ରମ ଅଧିନିୟମ ସହିତ ଅଧିକାଂଶ କେନ୍ଦ୍ରୀୟ ଶ୍ରମ ଅଧିନିୟମଗୁଡ଼ିକୁ ରାଜ୍ୟ ସରକାରମାନଙ୍କ ଦ୍ୱାରା ବିଶେଷ ରୂପେ ପ୍ରବର୍ତ୍ତନ କରାଯାଉଛି।

– ପ୍ରବାସୀ ଶ୍ରମ ଅଧିନିୟମରେ ଥିବା ପ୍ରାବଧାନ ଅନୁସାରେ, ପ୍ରବାସୀ ଶ୍ରମିକମାନଙ୍କୁ ପଂଜୀକରଣ କରିବା ଏବଂ ସେମାନଙ୍କ ଡାଟାକୁ ସମ୍ବନ୍ଧିତ ରାଜ୍ୟ ସରକାରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯିବା ଆବଶ୍ୟକ। ସମ୍ପ୍ରତି, କୋଭିଡ଼-୧୯ ମହାମାରୀ ପରିସ୍ଥିତି ଯୋଗୁ ସର୍ବତ୍ର ଅଭୂତପୂର୍ବ ପରିସ୍ଥିତି ଉତ୍ପନ୍ନ ହୋଇଛି ଏବଂ ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଏହିସବୁ ପ୍ରବାସୀ ଶ୍ରମିକମାନଙ୍କ ସଂପର୍କରେ ଡାଟାକୁ ଏକତ୍ର କରିବା ନିମନ୍ତେ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଯେଉଁମାନେ ଲକ୍ ଡାଉନ୍ ସମୟରେ ନିଜ ରାଜ୍ୟକୁ ଯିବାକୁ ଚାହୁଁଥିଲେ ସେମାନଙ୍କ ନାମ ପଞ୍ଜିକରଣ କରାଯାଇଛି। ବିଭିନ୍ନ ରାଜ୍ୟ ସରକାରମାନଙ୍କ ଦ୍ୱାରା ସମୂହ ସୂଚନାକୁ ଆଧାର କରି, ପାଖାପାଖି ଏକ କୋଟି ପ୍ରବାସୀ ଶ୍ରମିକ କୋଭିଡ଼-୧୯ ସମୟରେ ନିଜ ନିଜ ମୂଳ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶ୍ରମ ମନ୍ତ୍ରୀ କହିଛନ୍ତି ଯେ ଲକ୍ ଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ବ୍ୟବସ୍ଥା ସରକାର ଗ୍ରହଣ କରିଛନ୍ତି।

– ଲକଡାଉନର ତୁରନ୍ତ ପରେ ପରେ, ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ରାଜ୍ୟ ସରକାର/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିଲା ଯେ ସେମାନେ ଗୃହନିର୍ମାଣ ତଥା ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଉପକାର ନିଧିରୁ ନିର୍ମାଣ ଶ୍ରମିକମାନଙ୍କୁ ବିତ୍ତୀୟ ସହାୟତା ପ୍ରଦାନ କରନ୍ତୁ। ଅନୁମାନ କରାଯାଉଛି ଯେ ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟକ ନିର୍ମାଣ ଶ୍ରମିକ ଭାବେ ହିଁ କାର୍ଯ୍ୟ କରିଥାନ୍ତି। ଏପର୍ଯ୍ୟନ୍ତ, ପାଖାପାଖି ଦୁଇ କୋଟି ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ରାଜ୍ୟମାନଙ୍କ ଦ୍ୱାରା ପୋଷଣ ଯୋଗାଇ ଦିଆଯାଇଛି। ଏବଂ ଗୃହନିର୍ମାଣ ଏବଂ ଅନ୍ୟ ନିର୍ମାଣ ଶ୍ରମିକ ଉପକାର ନିଧିରୁ ୫୦୦୦ କୋଟି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ୍ ଜମାଖାତାକୁ ହସ୍ତାନ୍ତର କରି ଦିଆଯାଇଛି।

– ଲକଡାଉନ୍ ସମୟରେ, ପ୍ରବାସୀ ଶ୍ରମିକମାନଙ୍କ ଅଭିଯୋଗ ସମାଧାନ ସକାଶେ, ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ସମଗ୍ର ଦେଶରେ ୨୦ଟି ସମର୍ପିତ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଥିଲା। ଲକଡାଉନ୍ ସମୟରେ, ଶ୍ରମିକମାନଙ୍କ ପକ୍ଷରୁ ପ୍ରାୟ ୧୫, ୦୦୦ରୁ ଅଧିକ ଅଭିଯୋଗ ଏହି ନିୟନ୍ତ୍ରଣ କକ୍ଷଗୁଡ଼ିକ ମାଧ୍ୟମରେ ସମାଧାନ କରାଯାଇଥିଲା ଏବଂ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ହସ୍ତକ୍ଷେପ ଯୋଗୁ ଦୁଇ ଲକ୍ଷରୁ ଅଧିକ ଶ୍ରମିକଙ୍କୁ ପାଖାପାଖି ୨୯୫ କୋଟି ଟଙ୍କାର ରାଶି ସହାୟତା ରୂପେ ପ୍ରଦାନ କରାଯାଇଛି।

– ଲକ୍ ଡାଉନ୍ ପରେ ୧-୭ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ସହିତ ଦେଶର ଗରିବ, ଅବହେଳିତ ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ସକାଶେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ପ୍ୟାକେଜ୍ ଅଧୀନରେ ୮୦ କୋଟି ଲୋକଙ୍କୁ ପ୍ରତି ମାସରେ ମୁଣ୍ଡପିଛା ୫ କିଲୋଗ୍ରାମ ଗହମ/ ଚାଉଳ ଏବଂ ୧ କିଲୋଗ୍ରାମ ଲେଖାଏଁ ଡାଲି ଯୋଗାଇ ଦିଆଯାଇଛି। ଏହା ଦ୍ୱାରା ସମସ୍ତ ହିତାଧିକାରୀଙ୍କୁ ଏହି ନିଃଶୁଳ୍ପ ଖାଦ୍ୟାନ୍ନ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ସରକାରଙ୍କ ଉଦ୍ଦେଶ୍ୟ ଏହା ସୁନିଶ୍ଚିତ କରିବା ଯେ ଏହି ମହାମାରୀ ଏବଂ ଚାଲେଞ୍ଜଭରା ସମୟରେ କୌଣସି ଜଣେ ସୁଦ୍ଧା ଗରିବ କିମ୍ବା ଶ୍ରମିକ ଯେଭଳି ବୁଭୁକ୍ଷୁ ନରହେ।

– ମନରେଗା ଅଧୀନରେ ଦୈନିକ ମଜୁରୀର ମୂଲ୍ୟ ୧୮୨ ଟଙ୍କା ପରିବର୍ତ୍ତେ ୨୦୨ ଟଙ୍କାକୁ ବଢ଼ାଇ ଦିଆଯାଇଛି।

– ସରକାର କୃଷି, ମତ୍ସ୍ୟ ପାଳନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ନିମନ୍ତେ ଭିତ୍ତିଭୂମି ସ୍ତରରେ ଆବଶ୍ୟକ ସାମଗ୍ରୀ, କ୍ଷମତା ନିର୍ମାଣ, ଶାସନ ଏବଂ ପ୍ରଶାସନିକ ସଂସ୍କାରକୁ ଆହୁରି ମଜଭୁତ କରିବାର ନୂଆ ନୂଆ ଉପାୟମାନ ଘୋଷଣା କରିଛନ୍ତି।

– ଶ୍ରମ ମନ୍ତ୍ରୀ ଶ୍ରୀ ଗଙ୍ଗୱାର କହିଛନ୍ତି ଯେ, ଦେଶର ୫୦ ଲକ୍ଷ ବୁଲାବିକାଳୀ ଏବଂ ଉଠା ଦୋକାନୀଙ୍କୁ ନିଜର ବ୍ୟବସାୟକୁ ପୁଣି ଥରେ ସ୍ୱାଭାବିକ ଭାବେ ଆରମ୍ଭ କରିବା ନିମନ୍ତେ ବର୍ଷେ ପାଇଁ ୧୦, ୦୦୦ ଟଙ୍କା ପର୍ଯ୍ୟନ୍ତ ଆନୁସଙ୍ଗିକ ନିଃଶୁଳ୍କ କାର୍ଯ୍ୟକାରୀ ରାଶି ଋଣ ସୁବିଧା ଯୋଗାଇ ଦେବା ନିମନ୍ତେ ସ୍ୱନିଧି ଯୋଜନାର ଶୁଭାରମ୍ଭ କରାଯାଇଛି।

– ନିଜ ନିଜ ରାଜ୍ୟକୁ କରୋନା ଜନିତ ମହାମାରୀ ଓ ଲକ୍ ଡାଉନ୍ ସମୟରେ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାରର ସୁବିଧା ଯୋଗାଇ ଦେବା ନିମନ୍ତେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜଗାର ଅଭିଯାନକୁ ଏକ ମିଶନ ସ୍ତରରେ ୧୧୬ଟି ଜିଲ୍ଲାରେ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅଧୀନରେ, ସେହିସବୁ ପ୍ରବାସୀ ଶ୍ରମିକମାନଙ୍କ ଭାଗିଦାରୀରେ ଗ୍ରାମୀଣ ଭିତ୍ତିଭୂମିର ଢ଼ାଂଚା ନିର୍ମାଣ କାର୍ଯ୍ୟ ସମ୍ପାଦନ କରାଯାଉଛି ଏବଂ ଏହାର ଉଦ୍ଦେଶ୍ୟ ସାଧନ ସକାଶେ ପ୍ରାୟ ୫୦, ୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରବାସୀ ଶ୍ରମିକମାନଙ୍କୁ ରୋଜଗାର ସୁବିôଧା ପ୍ରଦାନ କରିବା ନିମନ୍ତେ, ପ୍ରବାସୀ ଶ୍ରମିକମାନଙ୍କୁ ପରିବହନ ମନ୍ତ୍ରଣାଳୟ ଦ୍ୱାରା ସଡ଼କ, ରାଜମାର୍ଗ ଆଦି ନିର୍ମାଣ ସଂପର୍କୀତ ଅନେକ ପରିଯୋଜନାମାନଙ୍କରେ ସାମିଲ କରାଯାଇ ସେହିସବୁ କାର୍ଯ୍ୟ ଆରମ୍ଭ ହୋଇଛି।

– ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ବିଶେଷ କରି ପ୍ରବାସୀ ଶ୍ରମିକ, ଅସଂଗଠିତ କ୍ଷେତ୍ରରେ ରୋଜଗାରର ଅବସର ସୃଷ୍ଟି କରିବା ନିମନ୍ତେ ୨୦ ଲକ୍ଷ କୋଟି ଟଙ୍କାର ବିତ୍ତୀୟ ପ୍ୟାକେଜ୍ ସରକାର ଘୋଷଣା କରିଛନ୍ତି। ସେଥିରେ ଏହି ସବୁ କ୍ଷେତ୍ରମାନଙ୍କ ସକାଶେ ସକଳ ପ୍ରକାର ପ୍ରାବଧାନମାନ କରାଯାଇଛି।

– ନିଜର ଇପିଏଫ ଜମାଖାତା ମାଧ୍ୟମରେ ଶ୍ରମିକମନଙ୍କୁ ବିତ୍ତୀୟ ସହାୟତା ପ୍ରଦାନ କରିବା ସକାଶେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ସମସ୍ତ ଇପିଏଫ ସଦସ୍ୟଙ୍କୁ ନିଜର ଇପିଏଫ ଖାତାରେ ଜମାଥିବା ମୋଟ ଭବିଷ୍ୟନିଧିର ୭୫ ପ୍ରତିଶତ ଉଠାଇବା ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ଏପର୍ଯ୍ୟନ୍ତ ଇପିଏଫଓର ସଦସ୍ୟମାନଙ୍କ ଦ୍ୱାରା ପ୍ରାୟ ୩୯, ୦୦୦ କୋଟି ଟଙ୍କା ଉଠା ଯାଇସାରିଛି।

– କର୍ମସଂସ୍ଥାନ ନିମନ୍ତେ ଗନ୍ତବ୍ୟ ରାଜ୍ୟମାନଙ୍କରୁ ଫେରରୁଥିବା ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ସକାଶେ, ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଜୁଲାଇ ୨୭, ୨୦୨୦ ତାରିଖ ଦିନ ସମସ୍ତ ରାଜ୍ୟ ସରକାର/ କେନ୍ଦ୍ରଶାସିତ କ୍ଷେତ୍ର ସରକାରଙ୍କୁ ଦିଶା ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଦିଶା ନିର୍ଦ୍ଦେଶନାମାରେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କରେ ରୋଜଗାର ପାଇ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ସକାଶେ ବିଭିନ୍ନ ଉପାୟଗୁଡ଼ିକ ମଧ୍ୟରେ କାର୍ଯ୍ୟାନ୍ୱୟନ ସମନ୍ୱୟ ରକ୍ଷା ସକାଶେ ରାଜ୍ୟ ସ୍ତରୀୟ ନୋଡ଼ାଲ ଅଧିକାରୀଙ୍କ ନାମ ଘୋଷଣା କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରୋଟୋକଲ ଅନୁସାରେ ମୂଳ ରାଜ୍ୟ ଏବଂ ଗନ୍ତବ୍ୟ ରାଜ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ସ୍କ୍ରିନିଂ କରିବାଏବଂ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷ କରିବା ଲାଗି ସମନ୍ୱୟ ରକ୍ଷା ନିମନ୍ତେ ପରାମର୍ଶ ଦିଆଯାଇଛି। ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ସହଜରେ କିଭଳି ଭାବେ ଚିହ୍ନଟ କରିହେବ ଏବଂ ସେମାନଙ୍କ ନିମନ୍ତେ କଲ୍ୟାଣକାରୀ ଉପାୟମାନ କାର୍ଯ୍ୟାନ୍ୱୟନ କରିବା ନିମନ୍ତେ ଏକ ଉଚିତ ଡାଟା ବେସନ ପ୍ରସ୍ତୁତ କରିବା ସକାଶେ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଡାଟା ସେମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ ସାମାମଜିକ ସୁରକ୍ଷା ଯୋଜନାରେ ନାମ ପଞ୍ଜିକରଣ କରିବା ନିମନ୍ତେ ସୁବିଧା ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଗଙ୍ଗୱାର କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top