Home Top News ମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ, ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ବିଜେପି ନେତା

ମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ, ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ବିଜେପି ନେତା

65

ଭୁବନେଶ୍ୱର/ ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ୨୦ ନମ୍ଵର ଜାତୀୟ ରାଜପଥ ଭଲୁକୁମା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାର ଓଲଟି ପଡ଼ିବା ଫଳରେ କାରରେ ବସିଥିବା ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ କେନ୍ଦୁଝର ଅଞ୍ଚଳର ଅଶୋକ ଦେବତା ନିଜ ମାଇଁ ଶଶିକଳା ପଣ୍ଡା ଓ ଭାଇବୋହୂ ନିବେଦିତା ତ୍ରୀପାଠୀଙ୍କୁ ସାଙ୍ଗରେ ଧରି କାର ଯୋଗେ ଯାଜପୁର ଟାଉନ୍ ଅଭିମୁଖେ ଯାଉଥିଲେ। ତେବେ ଏହି ସମୟରେ ଭାରସ୍ୟାମ ହରାଇ ଭଲୁକୁମା ଛକ ନିକଟରେ କାରଟି ଦୁର୍ଘଟଣାଗସ୍ତ ହୋଇଥିଲା। ଏହି ସମୟରେ ରାସ୍ତା ଦେଇ ଯାଉଥିବା ସ୍ଥାନୀୟ ବିଜେପି ନେତା ପୃଥ୍ୱୀରାଜ କୁଅଁର ସମସ୍ତଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ, ସେଠାରେ ଡାକ୍ତର ଶଶିକଳାଙ୍କୁ ମୃତ ଘୋଷଣା କରିଥିବା ବେଳେ ଅଶୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ବିଜେପି ନେତା ପୃଥ୍ୱୀରାଜ କୁଅଁରଙ୍କ ଏପରି ସେବା ଏବଂ ସହଯୋଗର କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।
/-Dr

ବିଜେଡି ବିଧାୟକଙ୍କୁ ବିଜେପି ଦବଙ୍ଗ୍ ନେତ୍ରୀଙ୍କ ଚେତାବନୀ: ଘରୁ ଭିଡ଼ି ଆଣି …

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.