ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବ୍ୟ ବାତ୍ୟା ଆକ୍ୱାନ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଜନତା ଏବଂ ମତ୍ସ୍ୟଜିବୀ ମାନଙ୍କୁ ସତର୍କ କରାଯାଇଛି। ଏହି ପରିପ୍ରେକ୍ଷୀରେ ଧାମରା ଠାରେ ମତ୍ସ୍ୟ ବିଭାଗ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ଏବଂ ବଙ୍ଗୋପସାଗର ମଧ୍ୟରେ ମାଛ ମାରୁଥିବା ମତ୍ସ୍ୟଜିବୀ ମାନେ ସମୁଦ୍ର ମଧ୍ୟରୁ ଉପକୂଳ କୁ ଫେରି ଆସିବା ପାଇଁ ଡାକବାଜି ଯନ୍ତ୍ର ଏବଂ ବେତାର ଯନ୍ତ୍ର ମାଧ୍ୟମରେ ଜଣାଇଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ପ୍ରଶାସନ ମଧ୍ୟ ଆକ୍ୱାନ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ୨୦ତାରିଖ ଦିନ ବନ୍ଦ ରଖିବାକୁ ନିର୍ଦେଶ ମଧ୍ୟ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଆକ୍ୱାନ ୨୦ତାରିଖ ମଧ୍ୟାହ୍ନ ସୁଦ୍ଧା ଦକ୍ଷିଣ ଓଡିଶା ଉପକୂଳ ନରସାପୁର ଏବଂ ପୁରୀ ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବ ବୋଲି ଭାରତୀୟ ପାଣିପାଗ ଗବେଷଣା ସଂସ୍ଥା ଆକଳନ କରିଛି। ଏହାର ପ୍ରଭାବରେ ପବନର ବେଗ ୯୦-୧୦୦ କି.ମି ରହିବା ସହ ଝଟକା ପବନ ୧୧୦ କି.ମି ପ୍ରତି ବୋହିବାର ସମ୍ଭାବନା ଅଛି। ଚାନ୍ଦବାଲି ଉପକୂଳ ବର୍ତୀ ଅଂଚଳ ଯଥା ଧାମରା, , ଦୋସିଙ୍ଗା, ଜାଗୁଳା,କଇଥଖୋଲା, କରଞମାଳ, କରଣପଲ୍ଲୀ, ବାଲିମୁଣ୍ଡା ଆଦି ପଂଚାୟତରେ ପ୍ରଶାସନ ଡାକବାଜି ଯୋଗେ ସମସ୍ତଙ୍କୁ ଅବଗତ କରାଇବା ସହ ଜରୁରୀ ପଡିଲେ ସାଧାରଣ ଜନତା ଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ରେ ଆଶ୍ରୟ ନେବାକୁ ସ୍ଥିର କରାଯାଇଛି।



