Home ଜିଲ୍ଲା ପରିକ୍ରମା ବାତ୍ୟା ‘ଅକବାନ’ ନେଇ ବନ୍ତ ବ୍ଲକ ପ୍ରଶାସନର ପ୍ରସ୍ତୁତି, ଗୋଟିଏ ସ୍ଥାୟୀ, ୭୦ଟି ଅସ୍ଥାୟୀ କେନ୍ଦ୍ର...

ବାତ୍ୟା ‘ଅକବାନ’ ନେଇ ବନ୍ତ ବ୍ଲକ ପ୍ରଶାସନର ପ୍ରସ୍ତୁତି, ଗୋଟିଏ ସ୍ଥାୟୀ, ୭୦ଟି ଅସ୍ଥାୟୀ କେନ୍ଦ୍ର ଖୋଲିଲା

2

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ଅକବାନ’ ଶୁକ୍ରବାର ମଧ୍ୟାହ୍ନ ସମୟରେ ଓଡିଶାର ଗୋପାଳପୁର ଠାରେ ଲ୍ୟାଣ୍ଡ ଫଲ କରିବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାର ପ୍ରଭାବରେ ବୁଧବାର ସନ୍ଧ୍ୟା ଠାରୁ ବନ୍ତ ବ୍ଲକର ବିଭିନ୍ନ ଅଂଚଳରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ହାଲକା ପବନ ବହୁଛି । ଆଜି ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଇଛି । ଏହି ବ୍ଲକ ଅଧିନ ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ଚାରିଗାଁ ପଂଚାୟତର ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାୟୀ କେନ୍ଦ୍ର ଭାବେ ନିଆଯାଇଥିବା ବେଳେ ୨୫ ପଂଚାୟତରେ ଥିବା ଅଙ୍ଗନୱାଡି, ବିଦ୍ୟାଳୟ ଓ କ୍ଲବ ଘର ଆଦି ୭୦ଟି ସ୍ଥାନରେ ଅସ୍ଥାୟୀ କେନ୍ଦ୍ର ଖୋଲା ଯାଇଛି । ବିଭିନ୍ନ କେନ୍ଦ୍ର ପାଇଁ କନିଷ୍ଠ ଯନ୍ତ୍ରୀ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ମାନଙ୍କୁ ଦାୟୀତ୍ୱରେ ରଖାଯାଇଛି । ସେମାନେ ପଂଚାୟତ ସ୍ତରରେ ଥିବା ନିର୍ବାଚିତ ଜନ ପ୍ରତିନିଧି, ସ୍ଥାନୀୟ ନେତୃବୃନ୍ଦ ଓ ସାମାଜିକ କର୍ମୀ ମାନଙ୍କ ସହାୟତାରେ କଚ୍ଚା ଘରେ ରହୁଥିବା ଲୋକ, ରୋଗୀ, ପ୍ରସୂତୀ ମହିଳା, ଛୋଟ ପିଲା ସର୍ବୋପରି ଏହି ବ୍ଲକ ଦେଇ ପ୍ରଭାହିତ ସାଳନ୍ଦୀ, ରେବ, କପାଳୀ, ସରୁ ସାଗର ଆଦି ନଦୀ କୂଳରେ ବସବାସ କରୁଥିବା ତଳିଆ ଅଂଚଳର ଲୋକ ମାନଙ୍କୁ ଅସ୍ଥାୟୀ କେନ୍ଦ୍ରକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ରାତ୍ରରେ ସମସ୍ତ କେନ୍ଦ୍ରରେ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ଅନ୍ୟ ପକ୍ଷରେ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଥିବା ବେଳେ ଏବେ ଠାରୁ ବିପଦପୂର୍ଣ୍ଣ ଗଛ ଓ ଡାଳ ଗୁଡିକୁ କାଟି ସଫା କରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ହୋଇଛି । କୌଣସି ସ୍ଥାନରେ ବିପଦପୂର୍ଣ୍ଣ ଗଛ ଉପୁଡି ପଡିବାର ଆଶଙ୍କା ଥିଲେ ତୁରନ୍ତ ବ୍ଲକ ଓ ତହସିଲ ପ୍ରଶାସନ ଏବଂ ଅଗ୍ନିଶମ ବାହିନୀକୁ ଜଣାଇବା ପାଇଁ ଜନ ସାଧାରଣ ମାନଙ୍କୁ ପରାମର୍ଶ ଦିଆଯାଇଛି । ତେବେ ବାତ୍ୟା ମୁକାବିଲା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.