Home Top News ବିଜେଡି ବିଧାୟକଙ୍କୁ ବିଜେପି ଦବଙ୍ଗ୍ ନେତ୍ରୀଙ୍କ ଚେତାବନୀ: ଘରୁ ଭିଡ଼ି ଆଣି …

ବିଜେଡି ବିଧାୟକଙ୍କୁ ବିଜେପି ଦବଙ୍ଗ୍ ନେତ୍ରୀଙ୍କ ଚେତାବନୀ: ଘରୁ ଭିଡ଼ି ଆଣି …

161

ଭୁବନେଶ୍ୱର/ପୁରୀ: କରୋନା ସମୟରେ କେନ୍ଦ୍ର ସରକାର ଦେଇଥିବା ସହାୟତା, ୮ ମାସର ମାଗଣା ଚାଉଳ, ଡାଲି ଓ କିରୋସିନୀ ଆଦି ହଡ଼ପ, ଫନି ସହାୟତା ରାଶି ପ୍ରଦାନରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ପ୍ରତିବାଦରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ୍ ଘେରାଉ କରିଥିଲା ଭାରତୀୟ ଜନତା ପାର୍ଟି। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲ୍ଲାର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ ପ୍ରମୂଖ ଯୋଗ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ନେତୃତ୍ୱ ମାନେ ଉପରୋକ୍ତ ପ୍ରସଙ୍ଗ ଗୁଡ଼ିକ ଉପରେ ବ୍ଲକ୍ ଅଧିକାରୀଙ୍କ ସମେତ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହୋଇ ପାରିନଥିବାରୁ ପିଲା ରୋଜଗାର ନପାଇ ନିଜ ବୁଢ଼ା ବାପା, ମା’ଙ୍କୁ ଛାଡ଼ି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି କହିଥିଲେ ମନସ୍ମିତା ଖୁଣ୍ଟିଆ। ଏହାସହ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା କଥା ଉଠାଇବା ସହ ଗରୀବଙ୍କ ପାଇଁ ଆସୁଥିବା ମାଗଣା ଚାଉଳ, ଡାଲି, ପାଇଖାନା ପାଇଁ ଟଙ୍କା, ଆବାସ ଯୋଜନା ଟଙ୍କା ଆଦି ହଡ଼ପ କରି ଦିଆଯାଉଛି କହି ଶାସନ ଓ ପ୍ରଶାସନ ବ୍ୟବସ୍ଥାକୁ ଆକ୍ଷେପ କରିଥିଲେ ମନସ୍ମିତା ଖୁଣ୍ଟିଆ।

ତେବେ, ଏହାପରେ ଅଧିକ ଆକ୍ରମଣାତ୍ମକ ହୋଇ ପଡ଼ିଥିଲେ ମନସ୍ମିତା। କିଛି ଦିନ ତଳେ ସତ୍ୟବାଦୀ ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କର ଏକ ଅଡିଓ ଭାଇରାଲ୍ ହୋଇଥିଲା। ଯେଉଁଥିରେ କି ଉମା “ଘରେ ପଶିକି ଟାଣିକି ଆଣି ମାର। କିଛି ଚିନ୍ତା କରନି, ଯାହା ହେବ ସବୁ ପଇସାପତ୍ର ମୁଁ ଖର୍ଚ୍ଚ କରିବି” ବୋଲି ତାଙ୍କର ଜଣେ ସମର୍ଥକଙ୍କୁ ଫୋନରେ କହିଥିଲେ। ଅଡିଓଟି ସେତେବେଳେ ଖୁବ୍ ଭାଇରାଲ୍ ହୋଇଥିଲା। ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ଦବଙ୍ଗଗିରୀ ଉପରେ ନିଜର ଦବଙ୍ଗ ରୂପ ଦେଖାଇ ମନସ୍ମିତା କହିଥିଲେ, ଏଠି ଆତଙ୍କରାଜ୍ ଚଲାଇ ଦବଙ୍ଗଗିରୀ ଦେଖାଉଛନ୍ତି ବିଧାୟକ। ତାଙ୍କ ଲୋକଙ୍କୁ ଶିଖାଇ, ଯାଇ ଘରୁ ଟାଣିଆଣି ବାଡ଼ାଅ, ମୁଁ ଅଛି କିଏ କ’ଣ କରିବ ଦେଖିବା ବୋଲି କହୁଛନ୍ତି। ଜଣେ ବିଧାୟକ ହୋଇକି, ଏଇ ଶିକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରିବା ସହ, ମୁଁ ତ’ କହୁଛି ଆଉ କିଛି ଦିନ ପରେ ମା’, ଭଉଣୀମାନେ ତାଙ୍କୁ ଘରୁ ଟାଣି ଆଣି ବାଡ଼େଇବେ। ଝାଡ଼ୁ ଧରିକି ପିଟିବେ। ଯେଉଁ ଦିନ ନାରୀ ସଚେତନ ହୁଏ ସରକାର ବଦଳି ଯାଏ ବୋଲି କହିଥିଲେ ମନସ୍ମିତା ଖୁଣ୍ଟିଆ। ବିଜେଡି ବିଧାୟକଙ୍କୁ ବିଜେପି ନେତ୍ରୀଙ୍କ ଏପରି ଚେତାବନୀପୂର୍ଣ୍ଣ ଭାଷଣକୁ ନେଇ ଚର୍ଚ୍ଚା ଜୋର ଧରିଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.