Home ଜିଲ୍ଲା ପରିକ୍ରମା ମାଧପୁର ସେବା ସମବାୟ ସମିତି ସଂପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଧାନସଭାରେ ପ୍ରଶ୍ନ

ମାଧପୁର ସେବା ସମବାୟ ସମିତି ସଂପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଧାନସଭାରେ ପ୍ରଶ୍ନ

2

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ମାଧପୁର ସେବା ସମବାୟ ସମିତିରେ ୨୦୨୩-୨୫ ଆର୍ଥିକ ବର୍ଷରେ ବିଭିନ୍ନ ଅନିୟମିତତାକୁ ନେଇ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପ୍ରଶ୍ନ ଉଠାଇଛନ୍ତି। ଅଭିଯୋଗ ଅନୁଯାଇସଂପୃକ୍ତ ସମବାୟ ସମିତିରେ ଦୀର୍ଘ ୫ବର୍ଷ ରୁ ଅଧିକ ସମୟ ଧରି ଜମାକାରୀଙ୍କ ଜମା, ଅନିମୋଦିତ ରୂଣ, ଅଂଶଧନ ଏବଂ ଧାନ କିଣାବିକାରେ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ସରକାରଙ୍କ ଦୃଷ୍ଟିକୁ ଆଶିଛି କି ! ଏବଂ ସଂପୃକ୍ତ ସଂପାଦକ ଏଆରସିଏସ,ଡିଆରସିଏସ ମାନଙ୍କ ମିଳିତ ଅନୁବନ୍ଧନରେ ସଭ୍ୟସଭ୍ୟାଙ୍କ ଅଗୋଚରରେ ଟଙ୍କା ଉଠାଯାଇଛି ବୋଲି ପ୍ରଶ୍ନ ଉଠାଇବା ସହ କୌଣଶି ବିଭାଗୀୟ ତଦନ୍ତ ଏବଂ ସଂପୃକ୍ତ ସମିତିର ସଭ୍ୟସଭ୍ୟା ମାନେ ହିସାବ ମାଗିଲେ ମଧ୍ୟ କୌଣସି ତଥ୍ୟ ପ୍ରଦାନ କରାଯାଉ ନାହିଁ ଏଥିସହ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ବେଳେ ପ୍ରକୃତ କାରଣ କଣ ବିଭାଗୀୟ ମନ୍ତ୍ରୀଙ୍କୁ ପଚାରିଥିଲେ। ଏହାର ଉତରରେ ୨୦୨୩-୨୪-୨୫ ଆର୍ଥିକ ବର୍ଷରେ ସମୀକ୍ଷା ରିପୋର୍ଟ ଅନୁଯାଇ ସଂପାଦକଙ୍କ ନାମରେ ୭୦ଲକ୍ଷରୁ ଉର୍ଧ ଟଙ୍କାର ଅନିୟମିତତା ଦର୍ଶାଯାଇଛି। ଉକ୍ତ ଟଙ୍କା ଆଦାୟ ନିମନ୍ତେ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ଭଦ୍ରକ ମଣ୍ଡଳକୁ ଅନୁରୋଧ କରାଯାଇଛି ବୋଲି ସମବାୟ ମନ୍ତ୍ରୀ ପ୍ରଦ୍ୱୀପ ବଳ ସାମନ୍ତ ଉତର ଦେଇଥିଲେ। ଏହି ଅନୁଯାଇ କେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.