ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା “ଆକଭାନ” ଯୋଗୁଁ ଜନଜୀବନ ଓ ସମ୍ପତି ପ୍ରତି ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ଧାମନଗର ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଭଦ୍ରକ ଜିଲାପାଳ ଙ୍କ ନିର୍ଦେଶ ରେ ତା ୧୯ ଓ ୨୦ ଦୁଇ ଦିନ ପାଇଁ କିମ୍ବା ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, କଚ୍ଚା ଘରେ ରହୁଥିବା ଲୋକ ମାନେ ସୁରକ୍ଷିତ ଜାଗାକୁ ଯିବା ପାଇଁ ନିର୍ଦେଶ ଦିଆ ଯାଇଛି। ଗର୍ଭ ବତି ମହିଳା ମାନେ ମଧ୍ୟ ସୁରକ୍ଷିତ ସ୍ଥାନ ରେ ରହିବାକୁ ଅନୁରୋଧ କରା ଯାଇଛି। କୌଣସି ଅନଧିକୃତ ଡଙ୍ଗା ବା ଫେରି ଚଳାଚଳ ନ ହେବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଫେରି ଘାଟ ଓ ସମ୍ପୃକ୍ତ ଅଂଚଳରେ ନିୟମିତ ତଦାରଖ କରାଯିବ। ବିଡ଼ିଓ ସ୍ଥାନୀୟ ସ୍ତରରେ ବ୍ୟାପକ ପ୍ରଚାର ମାଧ୍ୟମରେ ଯାତ୍ରୀ, ପର୍ଯ୍ୟଟକ ଓ ଗ୍ରାମବାସୀଙ୍କୁ ସୂଚନା ପ୍ରଦାନ କରିବେ ବୋଲି ଭଦ୍ରକ ଜିଲାପାଳ ନିର୍ଦେଶ ଦେଇ ଛନ୍ତି।ତହସିଲଦାର, ବିଡ଼ିଓ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପୋଲିସ ଅଧିକାରୀମାନେ ନିଜ ନିଜ ଅଂଚଳରେ ଏହି ନିର୍ଦ୍ଦେଶର କଡ଼ା ପାଳନ ସୁନିଶ୍ଚିତ କରିବେ । ଏଥି ପାଇଁ ଧାମନଗର ପଂଚାୟତ ସମିତି ପକ୍ଷରୁ ଡାକ ବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସୂଚନା ଦିଆ ଯାଇଛି। ତେବେ ଏହି ବାତ୍ୟା ପ୍ରଭାବରେ ସ୍ଥାନେ ସ୍ଥାନେ ବର୍ଷା ଆରମ୍ଭ ଯୋଇ ଯାଇଛି ବିଲରେ ପାଚିଲା ଧାନ ଏବେ ବର୍ଷା ରେ ଭିଯୁଚି। ତେବେ କଚ୍ଚା ଘରେ ରହୁଥିବା ବ୍ୟକ୍ତି ସେମାନଙ୍କ ପରିବାରସହ ସ୍ଥାନୀୟ ବାତ୍ୟା ଆଶ୍ରୟ ସ୍ଥଳ କିମ୍ବା ସ୍କୁଲ ଘରକୁ ଯିବାପାଇଁ ବିଡ଼ିଓ ବନବିହାରୀ ଦୀନ୍ଧା,ତହସିଲଦାର ଜ୍ଞାନ ରଞ୍ଜନ ସାହୁ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି।ତେବେ ଆଗୁଆ ସୂଚନା ପାଇଁ ଗୁରୁବାରଦିନ ୧ ରୁ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି କରା ଯାଇଛି। ଶୁକ୍ରବାର ମଧ୍ୟ ସମସ୍ତ ସ୍କୁଲ ଛୁଟି ରହିବ ।ସମସ୍ତ ସରକାରୀ କର୍ମଚାରି ଙ୍କ ଛୁଟି ବାତିଲି ମଧ୍ୟ କରା ଯାଇଛି।
Home ଜିଲ୍ଲା ପରିକ୍ରମା ବାତ୍ୟା “ଅକଭାନ” ପ୍ରଭାବରେ ଧାମନଗରରେ ପ୍ରଶାସନ ସୂଚନା, କଚ୍ଚା ଘରେ ନରହିବାକୁ ଅନୁରୋଧ, ସବୁ ସ୍କୁଲ...



