Home କୋରାପୁଟ ମାଣ୍ଡିଆର ବଜାରୀକରଣ ସଂପର୍କରେ ମହିଳାମାନଙ୍କୁ ତାଲିମ ପ୍ରଦାନ

ମାଣ୍ଡିଆର ବଜାରୀକରଣ ସଂପର୍କରେ ମହିଳାମାନଙ୍କୁ ତାଲିମ ପ୍ରଦାନ

40

କୋରାପୁଟ ୧୭-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ନ୍ଲକ ଅନ୍ତର୍ଗତ ମାଛରା ଶାବରୀ ପ୍ରଡ୍ୟୁସର ଗ୍ରୁପର ୩୦ ଜଣ ମହିଳାମାନଙ୍କୁ ମାଣ୍ଡିଆର ବଜାରୀକରଣ ସଂପର୍କରେ ତାଲିମ ପ୍ରଦାନ କରାଯାଇଥିବା ଜଣାପଡିଛି ।ଏମ.ଏସ.ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ  ୩୦ ଜଣ ମହିଳାମାନଙ୍କୁ କୋରାପୁଟ ଚନ୍ଦନପୋଖରୀସ୍ଥିତ କଫି ହାଉସଠାରେ ମାଣ୍ଡିଆର ବଜାରୀକରଣ ,ମାନବୃଦ୍ଧି ,ପ୍ୟାକିଙ୍ଗ ଉପରେ ତାଲିମ ପ୍ରଦାନ କରାଯାଇଥିଲା ।ଟିଡିସିସିର ଶାଖା ପରିଚାଳକ ଗଙ୍ଗାଧର ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ମାଣ୍ଡିଆର ବଜାରୀକରଣ ସଂପର୍କରେ ଆଲୋକପାତ କରିଥିଲେ ।ଟିଡିସିସିର ମାର୍କେଟିଂ ଅଧିକାରୀ ଆଶୁତୋଷ ନନ୍ଦ ,ସମିରକାନ୍ତ ପ୍ରଧାନ ,ସଂଜୟ ମହାନ୍ତି  ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ।ଏମ.ଏସ.ସ୍ୱାମୀନାଥନ  ଗବେଷଣା ପ୍ରତିଷ୍ଠାନର  ପ୍ରଶାନ୍ତ କୁମାର ପରିଡା ,ସୁରଜିତା କୁମାରୀ ତୁରୁକ  ଓ ଜଗନ୍ନାଥ ଖିଲ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.