Home ଓଡ଼ିଶା ‘ଦିଲ୍ଲୀ କ୍ରାଇମ୍’ କୁ ଆନ୍ତର୍ଜାତୀୟ ଏମି ଆୱାର୍ଡ଼ ୨୦୨୦

‘ଦିଲ୍ଲୀ କ୍ରାଇମ୍’ କୁ ଆନ୍ତର୍ଜାତୀୟ ଏମି ଆୱାର୍ଡ଼ ୨୦୨୦

25

ନୂଆ ଦିଲ୍ଲୀ ନଭେମ୍ବର ୨୪ (ଓଡ଼ିଆ ପୁଅ) ଡ୍ରାମା ବର୍ଗରେ ୱେବ୍ ସିରିଜ୍ ‘ଦିଲ୍ଲୀ କ୍ରାଇମ୍’ କୁ ଆନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି। ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଏକ ଭାରତୀୟ ୱେବ୍ ସିରିଜ୍ ପାଇଁ ଏହା ହେଉଛି ଏକ ପ୍ରମୁଖ ବିଜୟ। କରୋନା ଭୂତାଣୁ ହେତୁ ୪୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ଏମି ପୁରସ୍କାର ଭର୍ଚୁଆଲ୍ ରେ ଆୟୋଜିତ ହୋଇଥିଲା। ଏହି ଭର୍ଚୁଆଲ୍ ଇଭେଣ୍ଟ ରିଚାର୍ଡ କାଇଣ୍ଡଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ନେଟଫ୍ଲିକ୍ସ ସିରିଜ୍ ‘ଦିଲ୍ଲୀ କ୍ରାଇମ୍’ ଏମି ଜିତିବାରେ ପ୍ରଥମ ସିରିଜ୍ ହୋଇଛି। ୨୦୧୨ ମସିହାରେ ଦିଲ୍ଲୀରେ ହୋଇଥିବା ଗଣଦୁଷ୍କର୍ମକୁ ଆଧାର କରି ଏହି ସିରିଜ୍ ‘ଶ୍ରେଷ୍ଠ ଡ୍ରାମା ସିରିଜ୍’ ପାଇଁ ପୁରସ୍କାର ଗ୍ରହଣ କରିଛି।

ଏହି ୱେବ୍ ସିରିଜରେ ଶେଫାଲୀ ଶାହାଙ୍କ ସହ ରାଜେଶ ତୈଲାଙ୍ଗ, ଆଦିଲ ହୁସେନ୍, ରସିକା ଦୁଗ୍ଗଲ, ଗୋପାଳ ଦତ୍ତ ତିୱାରୀ, ଜୟା ଭଟ୍ଟାଚାର୍ଯ୍ୟ, ଅଭିଲାଶା ସିଂ, ବିନୋଦ ଶେରାବତ, ମ୍ରିଦୁଲ ଶର୍ମା, ଅନୁରାଗ ଆରୋରା, ସିଦ୍ଧାର୍ଥ ଭରଦ୍ୱାଜଙ୍କ ପରି ଅଭିନେତାମାନେ ଅଭିନୟ କରିଛନ୍ତି। ଏହି ସିରିଜରେ ଡେପୁଟି କମିଶନର ବର୍ତ୍ତିକା ଚତୁର୍ବେଦୀଙ୍କ ଭୂମିକାରେ ଶେଫାଲୀ ଶାହା ଅଭିନୟ କରିଥିଲେ। ଋଚି ମେହେଟ୍ଟାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିରିଜ୍ ନେଟଫ୍ଲିକ୍ସରେ ପ୍ରଦର୍ଶିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.