Home ଓଡ଼ିଶା ନୂତନ ଚାଷୀ ଆଇନକୁ ବିରୋଧ କରି ବ୍ରାହ୍ମଣୀପାଳ ଠାରେ ଏସଇଉସିଆଇ ପକ୍ଷରୁ ରାଲି ସହ ବନ୍ଦ...

ନୂତନ ଚାଷୀ ଆଇନକୁ ବିରୋଧ କରି ବ୍ରାହ୍ମଣୀପାଳ ଠାରେ ଏସଇଉସିଆଇ ପକ୍ଷରୁ ରାଲି ସହ ବନ୍ଦ ପାଳନ

29

ହରିଚନ୍ଦନପୁର,ତା ୮ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ସାରା ଦେଶର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ୍ ଡାକରା ଦିଆଯାଇଛି । ଯାହାକୁ ନେଇ ଏହି ବନ୍ଦ୍ ଡାକରାକୁ ଦେଶର ବହୁ ସଂଗଠନ ଓ ରାଜନୈତିକ ଦଳମାନେ ସମର୍ଥନ ଜଣାଇଛନ୍ତି । ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ କେନ୍ଦୁଝର ଜିଲ୍ଲା ବ୍ରାହ୍ମଣୀପାଳ ଠାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏସଇଉସିଆଇ ପକ୍ଷରୁ ମଙ୍ଗଳବାର ଦିନ କାଇଁତା ଚାତାରଙ୍କ ନେତୃତ୍ବରେ ଶତାଧିକ ଚାଷୀ ଓ ଶ୍ରମିକମାନେ ଏକତ୍ରିତ ହୋଇ ରାସୋଳ ପଞ୍ଚାୟତ ଠାରୁ ଦୈତାରୀ ଥାନା ପର୍ଯ୍ଯନ୍ତ ଏକ ରାଲି କରିଥିଲେ । ସମର୍ଥକମାନେ ବିଭିନ୍ନ ନାରାମାଧ୍ଯମରେ ଚାଷୀ ଆଇନ ପ୍ରତ୍ଯାହାର ପାଇଁ ସରକାରଙ୍କ ଉପରେ ଦାବି ରଖିଥିଲେ । ବ୍ରାହ୍ମଣୀପାଳ ବଜାର ଉପରେ ଏହି ବନ୍ଦର ଆଶିଂକ ପ୍ରଭାବ ପଡିଥିବା ଦେଖିବାକୁ ମିଳିଥିଲା । ଯେହେତୁ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ସୀମାନ୍ତ ଅଞ୍ଚଳ ଉଭୟ ଟମକା ଓ ଦୈତାରୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ଯବସ୍ଥା କରାଯାଇଛି । ଏଥିସହ ଦୈତାରୀ ଥାନା ଅଧିକାରିଣୀ ତୁଳସୀ ମଞ୍ଜରୀ ଭୂୟାଁ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପରିଚାଳନା କରୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.