Home Coronavirus Outbreak ପ୍ରଥମ ଲକଡାଉନ ପରଠାରୁ ଭାରତର ମୃତ୍ୟୁହାର ସର୍ବନିମ୍ନ ୨.୧୫ ପ୍ରତିଶତ – ମୋଟ ଆରୋଗ୍ୟ ସଂଖ୍ୟା...

ପ୍ରଥମ ଲକଡାଉନ ପରଠାରୁ ଭାରତର ମୃତ୍ୟୁହାର ସର୍ବନିମ୍ନ ୨.୧୫ ପ୍ରତିଶତ – ମୋଟ ଆରୋଗ୍ୟ ସଂଖ୍ୟା ପାଖାପାଖି ୧୧ ଲକ୍ଷ – ଗତ ୨୪ ଘଣ୍ଟା ମଧ୍ୟରେ ୩୬, ୫୦୦ରୁ ଅଧିକ ରୋଗୀ ସୁସ୍ଥ

91

ନୂଆ ଦିଲ୍ଲୀ ୧-୮ (ଓଡ଼ିଆ ପୁଅ) ବିଶ୍ଵସ୍ତରରେ ଭାରତ ସର୍ବନିମ୍ନ କୋଭିଡ ଜନିତ ମୃତ୍ୟୁହାର ବଜାୟ ରଖିଛି। ମୃତ୍ୟୁହାର ୨.୧୫ ପ୍ରତିଶତରେ ଆଜି (୦୧-୦୮-୨୦୨୦) ପହଞ୍ଚିଥିବା ବେଳେ ପ୍ରଥମ ଲକଡାଉନ ପରଠାରୁ ଏହା ସର୍ବନିମ୍ନ ବୋଲି ଜଣାପଡିଛି। ଜୁନ ମାସ ମଧ୍ୟଭାଗରେ ଏହା ଶତକଡା ୩.୩୩ ଥିବା ବେଳେ କ୍ରମାଗତ ଭାବେ ଏହା ହ୍ରାସ ପାଇଆସୁଛି।

କେନ୍ଦ୍ର ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହିତ କେନ୍ଦ୍ରର ପ୍ରୟାସ, ସମନ୍ୱିତ ଏବଂ ବିକାଶଶୀଳ “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତିର ଏହା ପରିଣାମ। ଆକ୍ରମଣାତ୍ମକ ପରୀକ୍ଷଣ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାମଲାଗୁଡ଼ିକର ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ମାଧ୍ୟମରେ ଶୀଘ୍ର ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯିବା ଦ୍ଵାରା ମୃତ୍ୟୁହାର କ୍ରମାଗତ ଭାବରେ ହ୍ରାସ ପାଇଛି, ଯାହା ସୂଚାଇ ଦେଇଛି ଯେ ଭାରତ କୋଭିଡ-୧୯ର ମୃତ୍ୟୁ ହାରକୁ ସଫଳତାର ସହ ବାନ୍ଧି ରଖିବାରେ ସକ୍ଷମ ହୋଇଛି।

ଦକ୍ଷ ଆବଦ୍ଧାଞ୍ଚଳ ପରିଚାଳନା, ଅଧିକରୁ ଅଧିକ ପରୀକ୍ଷା ଏବଂ ନିୟମାବଳୀ ପାଳନ ସହ ଉତ୍ତମ ଚିକିତ୍ସା ଯୋଗୁଁ ଦିନକୁ ୩୦ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହେଉଛନ୍ତି। ବର୍ତ୍ତମାନ ମୋଟ ସୁସ୍ଥ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୧୧ ଲକ୍ଷରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬, ୫୬୯ ରୋଗୀ ହସ୍ପିଟାଲରୁ ଘରକୁ ଫେରିଥିବା ବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦, ୯୪, ୩୭୪ରେ ପହଞ୍ଚିଛି। ଏହି ହାର ଶତକଡା ୬୪.୫୩ ବୋଲି ଜଣାପଡିଛି। ନୀରବଚ୍ଛିନ୍ନ ଭାବେ ଆରୋଗ୍ୟ ହାର ବୃଦ୍ଧି ପାଉଥିବାରୁ ସକ୍ରିୟ ରୋଗୀ ଏବଂ ଆରୋଗ୍ୟଙ୍କ ମଧ୍ୟରେ ପାର୍ଥକ୍ୟ ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ଏହା ୫, ୨୯, ୨୭୧ ଥିବା ବେଳେ ୫, ୬୫, ୧୦୩ ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି। ତ୍ରୀସ୍ତରୀୟ ହସ୍ପିଟାଲ ଭିତ୍ତିଭୂମି ଯୋଗୁଁ ରୋଗୀ ଉପଚାରର ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧି ପାଇଛି। ଆଜିସୁଦ୍ଧା ୧୪୮୮ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲରେ ୨, ୪୯, ୩୫୮ ଏକାନ୍ତବାସ ଶଯ୍ୟା, ୩୧, ୬୩୯ ଆଇସିୟୁ ଶଯ୍ୟା ଏବଂ ୧, ୦୯, ୧୧୯ ଅମ୍ଳଜାନଯୁକ୍ତ ଶଯ୍ୟା, ୧୬, ୬୭୮ ଭେଣ୍ଟିଲେଟର ରହିଛି। ୩, ୨୩୧ଟି କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨, ୦୭, ୨୩୯ଟି ଏକାନ୍ତବାସ ଶଯ୍ୟା, ୧୮, ୬୧୩ ଆଇସିୟୁ ଶଯ୍ୟା, ୭୪, ୧୩୦ ଅମ୍ଳଜାନଯୁକ୍ତ ଶଯ୍ୟା ଏବଂ ୬, ୬୬୮ଟି ଭେଣ୍ଟିଲେଟର ରହିଛି। ଅଧିକନ୍ତୁ ୧୦, ୭୫୫ କୋଭିଡ ସୁଧାର କେନ୍ଦ୍ରରେ ବର୍ତ୍ତମାନ ୧୦, ୦୨, ୬୮୧ ଶଯ୍ୟା କରୋନା ରୋଗୀଙ୍କ ଉପଚାର ନିମନ୍ତେ ଉପଲବ୍ଧ ହେଉଛି। କେନ୍ଦ୍ର ସରକାର ୨୭୩.୮୫ ଲକ୍ଷ ଏନ-୯୫ ମାସ୍କ ଏବଂ ୧୨୧.୫ ଲକ୍ଷ ପିପିଇ କିଟ୍ସ, ୧୦୮୩.୭୭ ଲକ୍ଷ ହାଇଡ୍ରୋକ୍ସିନ କ୍ଳୋରୋକୁଇନ ବଟିକା ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଅନୁଷ୍ଠାନକୁ ଯୋଗାଇ ଦେଇଛନ୍ତି।

କୋଭିଡ-୧୯ ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA।

ଏ ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid୧୯@gov.in ଏବଂ ncov୨୦୧୯@gov.in ଏବଂ @CovidIndiaSeva କୁ ପଠାଇ ପାରିବେ।

କୋଭିଡ-୧୯ ଜନିତ କୌଣସି ସୂଚନା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + ୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-୧୯ ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟରେ ଉପଲବ୍ଧ।

https://www.mohfw.gov.in/pdf/coronvavirushelplinenumber.pdf

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.