Home ଅପରାଧ ଏକ୍ସ୍- ସରପଞ୍ଚଙ୍କ ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ ..

ଏକ୍ସ୍- ସରପଞ୍ଚଙ୍କ ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ ..

921

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଗୋଳବାଇ ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରମାପାଟପୁର ଗ୍ରାମର ଜଣେ ଯୁବକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ଗୋଳବାଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବାସ ପଲେଇଙ୍କ ଫାର୍ମ ହାଉସ୍ (ବଗିଚା) ବାଡ଼ରେ ଲାଗିଥିବା ବିଦ୍ୟୁତ୍ ତାର ସଂଷ୍ପର୍ଷରେ ଆସି ଯୁବକ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ଜଣଙ୍କ ଚନ୍ଦ୍ରମା ପାଟପୁର ଗ୍ରାମର କେଳୁ ଚରଣ ପ୍ରଧାନଙ୍କ ୨୨/୨୩ ବର୍ଷ ବୟସ୍କ ପୁଅ ବିଜୟ କୁମାର ପ୍ରଧାନ (ସଞ୍ଜୁ) ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ଡାକ୍ତରଖାନା ନିଆଯାଇଥିଲା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି। ପୂର୍ବତନ ସରପଞ୍ଚ ସୁବାସ ପଲେଇ ତାଙ୍କ ଫାର୍ମରେ ଗାଈ, ମାଙ୍କଡ଼ ଆଦି ଦାଉରୁ ଫସଲ ରକ୍ଷା କରିବା ପାଇଁ ବାଡ଼ ଚାରିପଟେ ବିଦ୍ୟୁତ୍ ତାର ଲଗାଇଥିଲେ। ଯାହା ସଂଷ୍ପର୍ଷରେ ଆସି ଯୁବକ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିଦ୍ୟୁତ୍ ତାର ସଂଷ୍ପର୍ଷରେ ଆସି ଅତୀତରେ ଗାଈ, ମାଙ୍କଡ଼ ଆଦି ମରିଥିବାର କୁହାଯାଉଛି। ଏବେ ଏହି ଯୁବକଙ୍କ ମୃତ୍ଯୁ ପରେ, ଜଣେ ପୂର୍ବତନ ସରପଞ୍ଚ ଯିଏ କି ହୁଏତ ଆଗକୁ ପୁଣି ସରପଞ୍ଚ ହେବା ଆଶାରେ ଥିଲେ, ସେ କିପରି ଏଭଳି ଅବିବେକି କାମ କରି ନିଜ ପଞ୍ଚାୟତର ଜଣେ ଯୁବକଙ୍କ ପ୍ରାଣ ନେଇଗଲେ ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି। -ଦେବଦତ୍ତ ରଥ

ଗୋଳବାଇର ଘଟଣା: ଜବତ ହାଡ଼ ମଣିଷର ନାଁ ପଶୁର ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.