Home କେନ୍ଦୁଝର ଅର୍ଦ୍ଧ ନିର୍ମିତ ପୋଲରୁ ଖସି ବାଇକ୍ ଆରୋହୀ ମୃତ

ଅର୍ଦ୍ଧ ନିର୍ମିତ ପୋଲରୁ ଖସି ବାଇକ୍ ଆରୋହୀ ମୃତ

285

ବଡ଼ବିଲ ,ତା ୨୨ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଅର୍ଦ୍ଧ ନିର୍ମିତ ପୋଲର ତଳକୁ ଖସି ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଡ଼ବିଲ କଲେଜ ରୋଡ଼ର ସବ୍ ଟ୍ରେଜେରୀ ଅଫିସ ନିକଟରେ ପୂର୍ତ୍ତ ବିଭାଗ ଦ୍ଵାରା ଅର୍ଦ୍ଧ ନିର୍ମିତ ପୋଲ ତଳକୁ ଖସି ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବଡ଼ବିଲ ଶିଶୁମନ୍ଦିର ନିକଟସ୍ଥ ୪ ନମ୍ବର ୱାର୍ଡର ରାମ ପ୍ରଧାନଙ୍କ ପୁଅ ସୁଦର୍ଶନ ପ୍ରଧାନ ବୋଲି ଜଣାପଡିଛି । ସେ ତାଙ୍କ ହୋଣ୍ଡା ସାଇନ୍ ବାଇକ୍ (ଓଆର ୦୯ ଜି ୬୮୮୦) ଯୋଗେ ଆଜି ଭୋର୍ ସମୟରେ ବଡବିଲ ଅଭିମୁଖେ ଆସୁଥିବା ବେଳେ କୈାଣସି କାରଣରୁ ଉକ୍ତ ଅର୍ଦ୍ଧ୍ ନିର୍ମିତ ପୋଲ ଉପରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପୋଲଟି ପଡ଼ିରହିଛି । ଯାହା ଫଳରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି, ହେଲେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହେଉନାହିଁ । ପୋଲର ଦୁଇ ପାର୍ଶ୍ଵରେ ସୁରକ୍ଷା ବାଡା ନଥିବା କାରଣରୁ ଆଜି ଜଣଙ୍କର ଜୀବନ ଗଲା । ଏହି ଘଟଣା ପରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁ ଓ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଘଟଣାର ଖବର ପାଇ ବଡ଼ବିଲ ଆଇଆଇସି ସୁଶାନ୍ତ ଦାସ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.