Home ଓଡ଼ିଶା ବିଧାୟକଙ୍କ ବାହାଘରିଆ ଡ୍ୟାନ୍ସ ବିରୋଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ..

ବିଧାୟକଙ୍କ ବାହାଘରିଆ ଡ୍ୟାନ୍ସ ବିରୋଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ..

82

ଭଦ୍ରକ: ଚାନ୍ଦବାଲି ବିଧାୟକ ଡଃ: ବ୍ୟମୋକେଶ ରାୟଙ୍କ ଦ୍ବାରା ଖୋଲାଖୋଲି କଟକଣା ଉଲଙ୍ଘନ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ବିଜେପି। ନିଜ ବାହାଘରରେ ନିଜ ଶୁଭେଚ୍ଛୁ ଏବଂ ସମର୍ଥକ ମାନଙ୍କ ସହ ମିଶି ସାମାଜିକ ଦୂରତା ରକ୍ଷାନକରି, ମାସ୍କ ବ୍ୟବହାର ନକରି କୋଭିଡ୍ ନିୟମ ଉଲଘଂନ କରି ନିଜେ ଡ୍ୟାନ୍ସ କରିବା ଉପରେ ବିଜେପି ଏହି ଅଭିଯୋଗ ଆଣିଛି। ଏହାକୁ ନେଇ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଛି। ବିଜେପିର ଅଭିଯୋଗ ଅନୁଯାୟୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ବ୍ୟମୋକେଶ ରାୟ ନିଜକୁ ଜଣେ ସରକାରୀ ଆଇନ ଓ ନିୟମାବଳୀ ଉପରେ ରହିଥିବା ମଣିଷ ଭାବି ବାରମ୍ବାର ସରକାର ଓ ପ୍ରଶାସନକୁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି। ଚଳିତ ମାସ ୨ ତାରିଖ ଦିନ ବ୍ୟମୋକେଶ ବିବାହ କରିଥିଲେ। ପୁରୀ ଜିଲ୍ଲା ଚିଲିକା ଅଞ୍ଚଳର ଏକ ତାରକା ହୋଟେଲରେ ବିଧାୟକଙ୍କ ଦ୍ବାରା ବିବାହ ଉତ୍ସବ ମହାଆଡମ୍ବରପୂର୍ଣ୍ଣ ଭାବେ ଆୟୋଜିତ କରାଯାଇଥିଲା। ଉକ୍ତ ବିବାହ ଉତ୍ସବରେ ବିଧାୟକ ନିଜର ଶହ ଶହ ସମର୍ଥକଙ୍କ ସହିତ ମିଶି ମୁହଁରେ ମାସ୍କ ନଦେଇ , ସାମାଜିକ ଦୂରତା ନରଖି ଆଧୁନିକ ସଙ୍ଗୀତ ବଜାଇ ନାଚୁଥିବାର ଭିଡିଓ ଜନସାଧାରଣଙ୍କୁ ଚକିତ କରିଛି। କରୋନାର ଭୟାବହତାକୁ ନେଇ ପ୍ରଶାସନ ଜାରି କରୁଥିବା ବିଭିନ୍ନ କଟକଣାକୁ ସାଧାରଣ ଲୋକେ ପାଳନ କରୁଥିବା ସ୍ଥଳେ ମାନ୍ୟବର ବିଧାୟକ ନିଜ ବିବାହ କାର୍ଯ୍ୟକ୍ରମରେ ଏହାର ଖୋଲାଖୋଲି ଉଲଙ୍ଘନ କରିଛନ୍ତି। ଜଣେ ଜନ ପ୍ରତିନିଧ ଭାବେ ନିଜର ନୈତିକ ଦାୟିତ୍ଵ ଓ କର୍ତ୍ତବ୍ୟକୁ ଭୁଲି ମଉଜ କରିବାରେ ବ୍ୟସ୍ତ ରହିବା କେତେଦୂର ସମୀଚିନ? ପୂର୍ବରୁ କରୋନା ନିୟମ ନମାନିବା କାରଣରୁ ସରକାର, ପ୍ରଶାସନ ଅନେକ ପ୍ରଶାସନିକ ଅଧୁକାରୀ, ଜନ ପ୍ରତିନିଧିଙ୍କୁ ନିଲମ୍ବନ କରିବା ସହ ଜୋରିମାନା କରିବାର ନଜିର ଅଛି। ବ୍ୟମୋକେଶ ରାୟଙ୍କ କ୍ଷେତ୍ରରେ ଏତେ ବିଳମ୍ବ କାହିଁକି? କାହା ଚାପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ? ଆମକୁ ଅନୁଭବ ହେଉଛି ମାନ୍ୟବର ବିଧାୟକ ସରକାରୀ ଦଳର ବିଭିନ୍ନ ସାଙ୍ଗଠନିକ ଉଚ୍ଚ ଦାୟିତ୍ଵରେ ରହିଥିବା ଯୋଗୁଁ ତାଙ୍କ କ୍ଷେତ୍ରରେ ଆଇନ କାର୍ଯ୍ୟକାରୀ ହେଉନାହିଁ। ଯାହାକୁ ନେଇ ସମଗ୍ର ରାଜ୍ୟରେ ଜନଅସନ୍ତୋଷ ସୃଷ୍ଟି ହେଇଛି। ଲୋକେ ଅନୁଭବ କରୁଛନ୍ତି କରୋନା କଟକଣା ସରକାରୀ ଦଳର ବିଧାୟକଙ୍କ ପାଇଁ ଗୋଟେ ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟେ। ଏଥିପ୍ରତି ଆପଣଙ୍କ ହସ୍ତକ୍ଷେପ ନିହାତି ଆବଶ୍ୟକ। କରୋନା ନିୟମାବଳୀ ଉଲଂଘନ କାରଣରେ ବ୍ୟମୋକେଶ ରାୟଙ୍କ ପ୍ରତି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଆପଣଙ୍କୁ ବିନୀତ ଅନୁରୋଧ କରୁଛୁ। ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ଶଶୀକାନ୍ତ ବିଶ୍ବାଳ, ଜିଲ୍ଲା ସମ୍ପାଦିକା ମାଳତୀ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ, ଯୁବନେତା ଶରତ ପଢିହାରୀ, ଅନିଲ କୁମାର ବେହେରା ଏବଂ ତପନ ମହାନ୍ତି ପ୍ରମୂଖ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ଦେଇଛନ୍ତି।
@DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.