Home କୋରାପୁଟ  କୋରାପୁଟରେ ୭୨ ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ

 କୋରାପୁଟରେ ୭୨ ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ

31

କୋରାପୁଟ ୦୫-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସଦର ମହକୁମାରେ ୭୨ ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି ।ଡାଙ୍ଗଦେଉଳା ନିକଟ ପୋଲିସ ଆରଆଇଙ୍କ ନୂତନ କାର୍ଯ୍ୟାଳୟ ପରିସରରେ ୭୨ ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଯାଇଛି ।କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀଙ୍କ  ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର , କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି ,ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି , ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ , ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି ,କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି , ପ୍ରୋବେସେନାରୀ ଆଇଏଏସ ଭେଦଭୂଷଣ  ଓ ଆଇଏଫଏସ ଡ. ହରିଶ କୁମାର ପ୍ରମୁଖ ସମ୍ମନ୍ନିତ ଅତିଥି ଭାବେ ଯୋଗଦେଇଥିଲେ ।ନିକଟସ୍ଥ ପାହାଡରେ ଅତିଥିମାନେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ ।କୋରାପୁଟ ଜିଲ୍ଲାର ସମସ୍ତ ଅଧିବାସୀ ନିଜ ନିଜ ଘରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ ମନ୍ତ୍ରୀ ଶ୍ରୀମତୀ ଦିଆନ ନିବେଦନ କରିଥିଲେ । ଆଜି ହେଉଥିବା ଉତ୍ସବରେ ୧୦ ହଜାର ଚାରା ରୋପଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଜିଲ୍ଲାରେ ୧୨.୨୨ ଲକ୍ଷ ଚାରା ରୋପଣ କରିବାର କାର୍ଯ୍ୟକ୍ରମ ରହିଥିବା କୋରାପୁଟ ବନଖଣ୍ଡ ଅଧିକାରୀ ରିଙ୍କୁ କୁମାରୀ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲାରେ ଲୋକମାନଙ୍କୁ ମାଗଣାରେ ଚାରା ବଂଟନ କରାଯାଉଥିବା ସେ ସୂଚନା ଦେଇଛନ୍ତି ।କୋରାପୁଟ ବନଖଣ୍ଡର କେନ୍ଦୁବେଡା ଓ ଜୟପୁର ବନଖଣ୍ଡର କାଞେଇ ବନ ସୁରକ୍ଷା ସମିତିକୁ ବିଜୁ ପଟନାୟକ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।ଜୟପୁର ବନଖଣ୍ଡ ଅଧିକାରୀ ଏନଏସ ଜଗଦୀଶ ପ୍ରସାଦ ସିଂ  ଓ କୋରାପୁଟ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀମାନେ ଉତ୍ସବରେ ଯୋଗ ଦେଇଥିଲେ ।କୋରାପୁଟ ବନାଞଳ ଅଧିକାରୀ ରୋହିତ କୁମାର ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋରାପୁଟ ବନଖଣ୍ଡ ଓ ବନାଞଳର କର୍ମଚାରୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.