Home Top News ବଡ଼ ଖବର : ବ୍ରେକିଂ – ଅମରନାଥ ଗୁମ୍ଫା ଉପରେ ବାଦଲ ଫାଟିଲା : ଦେଖନ୍ତୁ...

ବଡ଼ ଖବର : ବ୍ରେକିଂ – ଅମରନାଥ ଗୁମ୍ଫା ଉପରେ ବାଦଲ ଫାଟିଲା : ଦେଖନ୍ତୁ ଭିଡ଼ିଓ

140

ନୂଆ ଦିଲ୍ଲୀ ୨୮ ଜୁଲାଇ (ଓଡ଼ିଆ ପୁଅ) ଅମରନାଥ ଗୁମ୍ଫା ଆଖପାଖରେ ଫାଟିଲା ବାଦଲ। ଅପରାହିନ ସାଢ଼େ ୪ଟାର ଘଟଣା ବୋଲି କୁହାଯାଉଛି। ପ୍ରବଳ କ୍ଷୟକ୍ଷତିର ଖବର ଆସୁଛି। ବିଏସଏଫ, CRPF ଏବଂ କାଶ୍ମୀର ପୋଲିସକୁ କ୍ୟାମ୍ପ ଧ୍ୱସ୍ତ ହୋଇତିବା ଖବର। କିନ୍ତୁ ଭଲ ଖବରଯେ, କୋରୋନା କାରଣରୁ ବାବା ଅମରନାଥଙ୍କ ହଜାର ହଜାର ଭକ୍ତଙ୍କ ଜୀବନ ରକ୍ଷା ପାଇଯାଇଛି। ସେ କ୍ଷେତ୍ରରେ କୌଣସି ତୀର୍ଥ ଯାତ୍ରୀ ନଥିଲେ। ତେଣୁ କୌଣସି ହତାହତର ଖବର ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ। ଗୁମ୍ଫାରେ କୌଣସି ଯାତ୍ରୀ ଉପସ୍ଥିତ ନଥିଲେ। SDRF ର ୨ ଟିମ୍ ପୂର୍ବରୁ ଘଟଣାସ୍ଥଳରେ ଅଛନ୍ତି।

ଜାମ୍ମୁ କାଶ୍ମୀରର ପହଲଗାମରେ ଥିବା ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିବାର ଖବର ଆସିଛି। କ୍ଲାଉଡ୍ ବର୍ଷ୍ଟ ଯୋଗୁଁ କେହି ଆହତ ହୋଇନାହାଁନ୍ତି ବୋଲି ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି। ଏହି ସମୟ ମଧ୍ୟରେ ଗୁମ୍ଫାରେ ଜଣେ ବି ଯାତ୍ରୀ ଉପସ୍ଥିତ ନଥିଲେ। ଅଧିକାରୀଙ୍କ କହିବାନୁସାରେ, ଗୁମ୍ଫା ନିକଟରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ର ଦୁଇଟି ଟିମ୍ ଉପସ୍ଥିତ ଥିଲେ। ଏହା ବ୍ୟତୀତ ଗାଣ୍ଡରବାଲରୁ ଏକ ଅତିରିକ୍ତ ଦଳ ନିୟୋଜିତ କରାଯାଇଛି। ଅମରନାଥ ଗୁମ୍ଫା ଦକ୍ଷିଣ କାଶ୍ମୀରରେ ୩, ୮୮୦ ମିଟର ଉଚ୍ଚରେ ଅବସ୍ଥିତ।

ଲଗାତାର ବର୍ଷା ଏବଂ ଘନ ବାଦଲଫାଟିବା ଯୋଗୁଁ ହଠାତ୍ ନଦୀର ଜଳ ସ୍ତର ବଢ଼ିପାରେ ବୋଲି ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଗୁଣ୍ଡ ଏବଂ କଙ୍ଗନ ଅଞ୍ଚଳର ଲୋକଙ୍କୁ ସିନ୍ଧ ନଦୀଠାରୁ ଦୂରରେ ରହିବାକୁ ନିବେଦନ କରିଛନ୍ତି।

ଏହାପୂର୍ବରୁ ବୁଧବାର ଦିନ ଜାମ୍ମୁ କାଶ୍ମୀରର କିଶ୍ୱର ଜିଲ୍ଲାର ଏକ ଦୂର ଗ୍ରାମରେ ବାଦଲ ଫାଟିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ସକାଳ ପ୍ରାୟ ୪.୩୦ ସମୟରେ ଡାଞ୍ଚନ ତହସିଲର ହଞ୍ଜର ଗ୍ରାମରେ ବାଦଲ ପାଟିବା କାରଣରୁ ଏକ ବ୍ରିଜ ବ୍ୟତୀତ ୬ ଟି ଘର ଏବଂ ଏକ ଛୋଟ ନଦୀ କୂଳରେ ଥିବା ଏକ ରେସନ ଦୋକାନ ମଧ୍ୟ ଖରାପ ଭାବରେ କ୍ଷତିଗ୍ରସ୍ତ ହୋଇଛି। ନିଖୋଜ ୧୪ ଜଣଙ୍କ ସନ୍ଧାନରେ ନିୟୋଜିତ ଥିବା ପୋଲିସ, ସେନା ଏବଂ SDRF ର ମିଳିତ ରିଲିଫ ଅପରେସନ୍ ଚାଲିଛି।

କେନ୍ଦ୍ର ସରକାର ତୀକ୍ଷ୍ଣ ନଜର ରଖିଛନ୍ତି- ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଜାମ୍ମୁ କାଶ୍ମୀରର କିଶୱର ଜିଲ୍ଲାରେ ବାଦଲ ଫାଟିବା ଘଟଣାରେ କେନ୍ଦ୍ର ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ପ୍ରଭାବିତ ଅଞ୍ଚଳରେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି। ଏଥି ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂଙ୍କ ସହ କଥା ହୋଇ ପରିସ୍ଥିତି ସମ୍ପର୍କରେ ସୂଚନା ପାଇଛନ୍ତି।

କିଶ୍ଟର ଜିଲ୍ଲା ଉନ୍ନୟନ କମିଶନର ଅଶୋକ କୁମାର ଶର୍ମା ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ କ୍ଲାଉଡ୍ ବର୍ଷ୍ଟ ଘଟଣା ଦ୍ୱାରା ପ୍ରଭାବିତ ଗାଁର ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଆହତ ହୋଇଥିବା ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି। ସେ କହିଛନ୍ତି ଯେ, ନିଖୋଜ ୧୪ ଜଣଙ୍କୁ ଖୋଜା ଚାଲିଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଦେଖନ୍ତୁ ଭିଡ଼ିଓ

https://twitter.com/AnkitBhat09/status/1420360904529514512

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.