Home ଓଡ଼ିଶା  ୨ ଅପହୃତା ନାବାଳିକା ଙ୍କୁ ଉଦ୍ଧାର କଲା ରଣପୁର ପୋଲିସ୍‌

 ୨ ଅପହୃତା ନାବାଳିକା ଙ୍କୁ ଉଦ୍ଧାର କଲା ରଣପୁର ପୋଲିସ୍‌

79

ନୟାଗଡ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୭- ନୟାଗଡ ଜିଲ୍ଲା ରଣପୁର ଓ ଚାନ୍ଦପୁର ଅଂଚଳ ରୁ ଅନେକ ନାବାଳିକା ଅପହରଣ ନେଇ ଉଦବେଗ ପ୍ରକାଶ ପାଉଥିଲା । ନୟାଗଡ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଏହି ଘଟଣା କୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି । ଅପହୃତା ନାବାଳିକା ଉଦ୍ଧାର କରିବାକୁ ଥାନା ମାନଙ୍କୁ ନିର୍ଦେଶ ଦେଇଥିଲେ । ରଣପୁର ଥାନା ପୋଲିସ ଏହି ଅନୁଯାଇ ୨୦୧୫ ମସିହା ରେ ରାଜସୁନାଖଳା ଫାଣ୍ଡି ଅର୍ନ୍ତଗତ ଜାମୁସାହି ଗ୍ରାମର ନାବାଳିକା ଲଳିତା ପରିଡା (ଛଦ୍ମନାମ) ଅପହରଣ ନେଇ ଅଭିଯୋଗ ହୋଇଥିଲା । ରଣପୁର ପୋଲିସ ବିଭିନ୍ନ ସ୍ଥାନ ଖୋଜିଥିଲା ବେଳେ କୈାଣସି ସୁରାକ୍ ପାଇନଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି  ଗତ ଜୁଲାଇ ୨୭  ତାରିଖ ରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ରୁ ଅପହୃତା ନାବାଳିକା ଲଳିତା କୁ ଉଦ୍ଧାର କରିଥିଲେ ।

ସେ ଅପହରଣ ପରେ ନିରାକାରପୁର ର ଅଲୋକ ଚମ୍ପତି କୁ ବିବାହ କରିଥିବା ଜଣାପଡିଥିଲା । ତାଙ୍କର ୨ ବର୍ଷ ର ଗୋଟିଏ ପୁତ୍ର ସନ୍ତାନ ଥିବା ଜଣାପଡିଛି । ସେହିଭଳି ଭାବରେ ରଣପୁର ଥାନା ସାମନ୍ତରାପୁର ଗ୍ରାମର ନାବାଳିକା ଜୁଲି (ଛଦ୍ମନାମ) ଅପହରଣ ନେଇ ଥାନାରେ ଅଭିଯୋଗ ହୋଇଥିଲା  । ରଣପୁର ପୋଲିସ ଉପନିରୀକ୍ଷିକା ଏସ୍ ଏସ୍ ହାରୋ ଢେଙ୍କନାଳ ଜିଲ୍ଲା ରାସୋଳ ଥାନା ଭାପୁର ଗ୍ରାମରୁ ନାବାଳିକା କୁ ଉଦ୍ଧାର କରିବା ସହ ଜଣେ ଯୁବକ କୁ ଅଟକ ରଖିଥିଲା । ଉଭୟ ଅପହୃତା ନାବାଳିକା କୁ ରଣପୁର କୋର୍ଟ ରେ ହାଜର କରି ବୟାନ ଲିପିବଦ୍ଧ କରି ବ୍ୟକ୍ତିଗତ ମୁଚାଲିକା ରେ ଛାଡିଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.