Home ଓଡ଼ିଶା ବଜ୍ରପାତରେ ୭ ଗୋଟି ଗାଈ ବଳଦ ମୃତ

ବଜ୍ରପାତରେ ୭ ଗୋଟି ଗାଈ ବଳଦ ମୃତ

1097

ନୂଆପଡା/ଖଡ଼ିଆଳ ୧୮-୬ (ଓଡ଼ିଆ ପୁଅ/ହେରମ୍ବ ମେହେର) ନୂଆପଡ଼ା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ଖାଳିଆମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଆଜି ସକାଳେ ବର୍ଷା ନହେଉଣୁ ଗାଈ ବଳଦ ଗୁଡିକ ଆହାର ପାଇଁ ବିଲକୁ ଚରିବାକୁ ଯାଇଥିବା ସମୟରେ ଘଡଘଡି ସହିତ ବଜ୍ରପାତ ହେବାରୁ ଖାଲିଆମୁଣ୍ଡା ଗ୍ରାମର ୭ ଗୋଟି ଗାଈ ବଳଦ ବଜ୍ରାଘାତରେ ମରି ପଡିଛି। ଏ ଘଟଣା ଘଟିବାର କିଛି ସମୟ ପରେ ବଜ୍ରାଘାତ ପାଇଁ ସ୍ଥାନୀୟ ଲୋକମାନେ ଭୟଭୀତ ରହୁଥିବା ବେଳେ ମୃତ ଗାଈ ବଳଦର ମୁଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ଏବଂ ମୃତ ଗାଈ ବଳଦ ମାଲିକମାନଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହଯୋଗ କରିବା ପାଇଁ ଦାବି କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.