Home Coronavirus Outbreak ଆଜି କ୍ୟାବିନେଟ ବୈଠକ – କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଆଯାଇପାରେ ନିଷ୍ପତ୍ତି

ଆଜି କ୍ୟାବିନେଟ ବୈଠକ – କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ନିଆଯାଇପାରେ ନିଷ୍ପତ୍ତି

915

ନୂଆଦିଲ୍ଲୀ ୨୨-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ଉପରେ ରୋକ ଲାଗିପାରେ। ଏହା କ୍ୟାବିନେଟ ବୈଠକରେ ଅନୁମୋଦିତ ହେବାର ସମ୍ଭାବନା ଅଛି। ଜାନୁଆରୀ ୧ ରୁ ଡିସେମ୍ବର ୩୧, ୨୦୨୦ ପର୍ଯ୍ୟନ୍ତ DA କୁ ବୃଦ୍ଧି ନକରିବାକୁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ୫୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କୁ ପ୍ରଭାବିତ କରିବ। କୁହାଯାଇପାରେଯେ, ଗତ ମାସରେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। DAକୁ ୧୭ ପ୍ରତିଶତରୁ ୨୧ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା।

କୁହାଯାଉଛିଯେ, କରୋନା ଭାଇରସ ମହାମାରୀ ଯୋଗୁଁ ସରକାର ଏହି ନିଷ୍ପତ୍ତି ନେଇପାରନ୍ତି, କରୋନାଭାଇରସ୍‌ର ପ୍ରଭାବରୁ ରାଜସ୍ୱ ପ୍ରଭାବିତ ହୋଇଛି। ସମଗ୍ର କ୍ୟାଲେଣ୍ଡର ବର୍ଷ ପାଇଁ ବୃଦ୍ଧି ଉପରେ ରୋକ ଲଗାଇବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇପାରେ। ସରକାରଙ୍କ ଏହି ନିଷ୍ପତ୍ତି ୫୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କୁ ପ୍ରଭାବିତ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.