Home Coronavirus Outbreak ଭଦ୍ରକ ଜିଲ୍ଲାରେ ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି

ଭଦ୍ରକ ଜିଲ୍ଲାରେ ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି

846

ଭଦ୍ରକ ୨୨-୪ (ଓଡ଼ିଆ ପୁଅ) : ଓଡ଼ିଶାରେ ଆଉ ତିନିଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଏହି ୩ କରୋନା ପଜିଟିଭ୍ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି। ତେବେ ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୦ଜଣ ସୁସ୍ଥ ହୋଇସାରିଲେଣି। ୫୧ ଜଣ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଭଦ୍ରକରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।

ଭଦ୍ରକ ବାସୁଦେବପୁର ଅଞ୍ଚଳର। ଏ ସମସ୍ତେ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। ସେମାନଙ୍କର ବୟସ ଯଥାକ୍ରମେ ୪୦,୫୫ ଏବଂ ୩୫ ବୋଲି ସୂଚନା ଦେଇଛି ସୂଚନା ଓ ଲୋକସଂପର୍କ ବିଭାଗ। ବାସୁଦେବପୁରରୁ ପୂର୍ବରୁ ୩ ଟି ପଜିଟିଭ୍ ଥିଲା ଏବେ ପୁନଃ ୩ ପଜିଟିଭ୍ ଆସିବାରୁ ବାସୁଦେବପୁରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.