Home ଓଡ଼ିଶା ଜେଏସଡବ୍ଲୁ କମ୍ପାନୀ ପକ୍ଷରୁ କରୋନା ଯୋଦ୍ଧା ଓ ଗରିବଙ୍କୁ ମାସ୍କ, ସାବୁନ୍, ସାନିଟାଇଜର ବଣ୍ଟନ

ଜେଏସଡବ୍ଲୁ କମ୍ପାନୀ ପକ୍ଷରୁ କରୋନା ଯୋଦ୍ଧା ଓ ଗରିବଙ୍କୁ ମାସ୍କ, ସାବୁନ୍, ସାନିଟାଇଜର ବଣ୍ଟନ

525

ବଡ଼ବିଲ ,ତା ୨୨ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କରୋନା ମହାମାରୀ ସହ ମୁକାବିଲା ପାଇଁ ମାସ୍କ, ସାନିଟାଇଜର ଓ ବାରମ୍ବାର ସାବୁନରେ ହାତ ଧୋଇବା ଉପରେ ଗୁରୁତ୍ବ ଦିଆଯାଇଛି । ଏହାକୁ ଆଖି ଆଗରେ ରଖି ଗରିବ ଲୋକମାନଙ୍କୁ ସଚେତନ କରାଇବା ସହ ଖାଦ୍ୟ, ମାସ୍କ, ସାବୁନ୍, ସାନିଟାଇଜର ବଣ୍ଟନ ପାଇଁ ଅନେକ ସଙ୍ଗଠନ ଦୈାଡି ଆସୁଛନ୍ତି । ସେହିଭଳି କେନ୍ଦୁଝର ଜିଲ୍ଲା ବଡ଼ବିଲର ଜେଏସଡବ୍ଲୁ କମ୍ପାନୀ ପକ୍ଷରୁ ଗରିବ ଶ୍ରେଣୀର ଲୋକ ଏବଂ କରୋନା ଯୋଦ୍ଧା ପୋଲିସ କର୍ମଚାରୀ, ମେଡ଼ିକାଲ କର୍ମଚାରୀ, ସ୍ବାସ୍ଥ୍ୟ କର୍ମୀ ଓ ଆଶା କର୍ମୀଙ୍କୁ ମାସ୍କ, ସାବୁନ୍, ସାନିଟାଇଜର ବଣ୍ଟନ କରାଯାଇଛି । ସୂଚନା ଅନୁଯାୟୀ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧ହଜାର ମାସ୍କ, ୫ଶହ ସାବୁନ୍, ୫ଶହ ସାନିଟାଇଜର ଏବଂ ଯୋଡ଼ା ଥାନାରେ ୧ଶହ ମାସ୍କ, ୫୦ଟି ସାବୁନ୍, ୫୦ଟି ସାନିଟାଇଜର ଓ ଗନୁଆ ମାଇନ୍ସର ନିକଟବର୍ତ୍ତୀ ଅଞ୍ଚଳରେ ସଚେତନ ସହ ୪ହଜାର ମାସ୍କ, ୨ହଜାର ସାବୁନ୍, ୨ହଜାର ସାନିଟାଇଜର କମ୍ପାନୀ ପକ୍ଷରୁ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର କର୍ମଚାରୀ କେସି ଶ୍ରୀବାସ୍ତବ, ଧର୍ମେନ୍ଦ୍ର ଦିକ୍ଷୀତ ଓ କେଦାରନାଥ ଶର୍ମା ଉପସ୍ଥିତ ରହି ପ୍ରଦାନ କରିଥିଲେ ।


LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.