Home ଓଡ଼ିଶା ୨୦୨୦-୨୧ ଋତୁ ପାଇଁ ଚିନିକଳ ଆଖୁ ଉପରେ ଚାଷୀଙ୍କୁ ଦେଉଥିବା ଲାଭଦାୟକ ମୂଲ୍ୟ କ୍ୟାବିନେଟ ଦ୍ୱାରା...

୨୦୨୦-୨୧ ଋତୁ ପାଇଁ ଚିନିକଳ ଆଖୁ ଉପରେ ଚାଷୀଙ୍କୁ ଦେଉଥିବା ଲାଭଦାୟକ ମୂଲ୍ୟ କ୍ୟାବିନେଟ ଦ୍ୱାରା ଧାର୍ଯ୍ୟ

230

ନୂଆ ଦିଲ୍ଲୀ ୨୨-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଚିନିକଳଗୁଡିକ ଆଖୁଚାଷୀଙ୍କୁ ଯୋଗାଇ ଦେଉଥିବା ଉଚିତ ଓ ଲାଭଦାୟକ ମୂଲ୍ୟ (ଏଫ୍‌ଆରପି) ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହା ୨୦୨୦-୨୧ ବର୍ଷ ପାଇଁ ଅର୍ଥାତ୍‌ ଆଗାମୀ ଅକ୍ଟୋବରରୁ ଆସନ୍ତାବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଆଖୁ ଅମଳ ଋତୁପାଇଁ ଲାଗୁ ହେବ। ଏହି ମୂଲ୍ୟ ବୃଦ୍ଧି ପାଇଁ କୃଷି ବ୍ୟୟ ଓ ମୂଲ୍ୟ ନିର୍ଦ୍ଧାରଣ କମିଶନ ସରକାରଙ୍କୁ ସୁପାରିସ କରିଥିଲେ। ଏହି ଲାଭଦାୟକ ମୂଲ୍ୟ ଆଖୁ ଚାଷୀଙ୍କୁ ନିମ୍ନମତେ ପ୍ରଦାନ କରାଯିବ

୧- ଆଖୁର ଉଚିତ ଓ ଲାଭଦାୟକ ମୂଲ୍ୟ ବା ଏଫ୍‌ଆରପି ୨୦୨୦-୨୧ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଥିରେ ବେସିକ୍‌ ରିକଭରି ରେଟ୍‌ ୧୦ ଶତାଂଶ ଧାର୍ଯ୍ୟ ହୋଇଛି। ବେସିକ୍‌ ରିକଭରି ରେଟର ଅର୍ଥ ଆଖୁରୁ କେତେ ପରିମାଣରେ ଚିନି ଉତ୍ପାଦିତ ହୋଇପାରିବ ସେହି ହିସାବ।

୨- ୧୦ ଶତାଂଶ ରିକଭରି ଉପରେ ପ୍ରତି ୦.୧ ଶତାଂଶ ବୃଦ୍ଧି ପାଇଁ କ୍ୱିଣ୍ଟାଲ ପିଛା ୨୮୫ ଟଙ୍କା ପ୍ରିମିୟମ ଆକାରରେ ମିଳିବ।

୩- ରିକଭରି ୦.୧ ପ୍ରତିଶତ ହ୍ରାସ ପାଇଲେ ଏଫ୍‌ଆରପି କ୍ୱିଣ୍ଟାଲ ପିଛା ୨ ଟଙ୍କା ୮୫ ପଇସା କମିବ। ଯେଉଁ କଂପାନୀଗୁଡିକର ରିକଭରି ହାର ଅର୍ଥାତ୍‌ ଆଖୁରୁ ଚିନି ଉତ୍ପାଦନ କରିବାର କ୍ଷମତା ୧୦ ଶତାଂଶରୁ କମ୍‌ କିନ୍ତୁ ୯.୫ ଶତାଂଶରୁ ଅଧିକ ସେମାନଙ୍କ ପାଇଁ ଏହା ଲାଗୁହେବ। ତେବେ ଯେଉଁ କମ୍ପାନୀଗୁଡିକର ରିକଭରି ହାର ୯.୫ ଶତାଂଶରୁ କମ୍‌ ସେମାନଙ୍କୁ କ୍ୱିଣ୍ଟାଲ ପିଛା ଏଫଆରପି ବାବଦରେ ୨୭୦ ଟଙ୍କା ୭୫ ପଇସା ଦେବାକୁ ପଡିବ।

ଆଖୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଲାଭଦାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହାଫଳରେ ସେମାନେ ନିଜର ଉତ୍ପାଦିତ ସାମଗ୍ରୀ ଉପରେ ଉଚିତ ମୂଲ୍ୟ ପାଇପାରିବେ। ୧୯୬୬ ଆଖୁ ନିୟନ୍ତ୍ରଣ ଆଇନ ବଳରେ ଏହି ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି। ସମଗ୍ର ଦେଶପାଇଁ ଏହି ଏଫ୍‌ଆରପି ସମାନଭାବେ ଲାଗୁ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.