Home ଅପରାଧ ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ଦାହ: ବହିଷ୍କାର ଏବଂ ଗିରଫ ଦାବୀ

ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ଦାହ: ବହିଷ୍କାର ଏବଂ ଗିରଫ ଦାବୀ

77

ଭୁବନେଶ୍ୱର/ଭଦ୍ରକ: ମହାଳିଙ୍ଗ ସନସାଇନ୍ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା। ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ପକ୍ଷରୁ ବନ୍ତ ଛକରୁ ଏକ ଶୋଭାଯାତ୍ରା ଆସି ଟାଉନ୍ ହଲ୍ ଛକ ନିକଟରେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସନସାଇନ୍ ସ୍କୁଲ ନଥିଲା ଏକ ପାଠଶାଳା। ତାହା ଥିଲା ଏକ ରଙ୍ଗଶାଳା। ଯାହାର ମାଲିକ ନୁହେଁ, ବରଂ ଗୁମାସ୍ତା ଥିଲେ ଗୋବିନ୍ଦ ସାହୁ। ସେହି ରଙ୍ଗଶାଳାର ମାଲିକ ଥିଲେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ଆଉ ଏଥିରେ ମାହାଙ୍ଗା ଡବଲ୍ ମଡ଼ର୍ର କେସର ୧୩ ନମ୍ବର ମୁଦଲା, ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କର ମଧ୍ୟ ସଂପୃକ୍ତି ରହିଛି। ରାତିରେ ଯାଇ ସେଇ ରଙ୍ଗମହଲରେ ଦିବ୍ୟଶଙ୍କର ମିଶ୍ରଙ୍କ ପରି ପ୍ରତାପ ଜେନା ଏବଂ ଆଉ କିଛି ନେତାମନ୍ତ୍ରୀ ମଧ୍ୟ କରୁଥିଲେ ରାତ୍ରୀଯାପନ ବୋଲି ଘଟଣା ଏବେ ପଦାକୁ ଆସୁଛି। ଏବେ ଜଣେ ନିରୀହ ଶିକ୍ଷିତ ଆତ୍ମନିର୍ଭରଶୀଳ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ସହ ମନ୍ତ୍ରୀଙ୍କ ସମ୍ପୃକ୍ତି ଜଣାପଡ଼ିଛି। ତେଣୁ, ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର ଏବଂ ଗିରଫ କରାଯିବା ସହ ଏହାର ତଦନ୍ତ ଦାୟିତ୍ବ ସିବିଆଇକୁ ପ୍ରଦାନ କରାଯାଉ ବୋଲି ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି।

ବିବାଦରେ ଛନ୍ଦି ହେଇଥିବା ମହାଲିଙ୍ଗ କଲେଜର ୨ ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ନଦିଆଯାଉ। ସଞ୍ଚାଳକ ଗୋବିନ୍ଦ ସାହୁଙ୍କ ପୁଷ୍ଟପୋଷକତାରେ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିୟନ୍ତ୍ରଣରେ ଥିବା ପରିଚାଳନା କମିଟିକୁ ତୁରନ୍ତ ବରଖାସ୍ତ କରାଯାଉ। ଏହା ଦ୍ୱାରା ସେଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ରହିବ। ଏହାସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଏବଂ ଗିରଫ କରାଯାଉ ବୋଲି ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ଲିପିକା ବାରିକ, ଜିଲ୍ଲା ଉପାଧ୍ୟକ୍ଷା ଉଷା ପାଢ଼ୀ, ଉମାମଣି ସାହୁ, ସମ୍ପାଦିକା ବିଷ୍ଣୁପ୍ରିୟା ଜେନା, ଚୈତାଳି ଖିଲାର, ସ୍ମୃତିରେଖା ରାଉତ, ଆଇଟି ସେଲ୍ ପ୍ରମୂଖ ସ୍ୱର୍ଣ୍ଣଲତା ମିଶ୍ର ଏବଂ ଅନୁସୟା ବାରିକ ପ୍ରମୂଖ ଯୋଗଦେଇ ଦାବୀ ଉପସ୍ଥାପନା କରିଥିଲେ। ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ଭଗବାନ ପଣ୍ଡା, ଜିଲ୍ଲା ଆଇଟି ସେଲ୍ ପ୍ରମୂଖ ଶଶାଙ୍କ ଶେଖର ମିଶ୍ର, ଶରତ ପଢ଼ିଆରୀ, ତପନ ମହାନ୍ତି, ସନ୍ତୋଷ ସାହୁ, ସବୀର ଦାସ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.