Home Top News ବାଲୁକା କଳା ମାଧ୍ୟମରେ କୋଭିଡ ଟୀକାକରଣର ସଚେତନତା ବାର୍ତ୍ତା

ବାଲୁକା କଳା ମାଧ୍ୟମରେ କୋଭିଡ ଟୀକାକରଣର ସଚେତନତା ବାର୍ତ୍ତା

41

ପୁରୀ ୨୧ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋଭିଡ ଟୀକାକରଣ କ୍ଷେତ୍ରରେ ଭାରତ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ଇତି ମଧ୍ୟରେ ୧୦୦ କୋଟି ଡୋଜ ଦିଆସରିଛି। ଯାହାକି ସାରା ବିଶ୍ଵ ରେ ସର୍ବ ବୃହତ ଟୀକାକରଣ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି। ପୁରୀ ବେଳାଭୂମିରେ ଏହି ବାଲୁକା ଚିତ୍ରକଳାଟି ସେ କରିଛନ୍ତି। ଶହେ କୋଟି ଡୋଜ ଭାରତ ପୂରଣ କରିଥିବା ହେତୁ ସେ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ ପ୍ରତ୍ୟେକ ନାଗରିକ କୋଭିଡ ଟୀକା ନେଇ କୋଭିଡ ମହାମାରୀ ବିରୋଧ ରେ ଚାଲିଥିବା ଯୁଦ୍ଧ ସାମିଲ ହୋଇ ସରକାର ଙ୍କୁ ସହଯୋଗ କରିବାକୁ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା ଚିତ୍ର କଳା ରେ ସଚେତନତା ବାର୍ତ୍ତା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.