Home ଜିଲ୍ଲା ପରିକ୍ରମା ଭଦ୍ରକ ସହରରେ ଟ୍ରଲି ବେପାରୀଙ୍କୁ ଉଚ୍ଛେଦ ପରେ ଆନ୍ଦୋଳନ ତେଜିଲା, ଠେଲା ଦୋକାନୀଙ୍କ ପୌରପାଳିକା ଘେରାଉ

ଭଦ୍ରକ ସହରରେ ଟ୍ରଲି ବେପାରୀଙ୍କୁ ଉଚ୍ଛେଦ ପରେ ଆନ୍ଦୋଳନ ତେଜିଲା, ଠେଲା ଦୋକାନୀଙ୍କ ପୌରପାଳିକା ଘେରାଉ

63

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରକୁ ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ଟ୍ରଲି ବ୍ୟବସାୟୀମାନେ ଏଥିରେ ଅନ୍ତରାୟ ସୃଷ୍ଟି କରିଛନ୍ତି । ପ୍ରତ୍ୟେକଦିନ ସହରରେ ଟ୍ରାଫିକ୍ ଜାମ୍ କରୁଥିବାରୁ ଏହି ଟ୍ରଲି ଓ ଠେଲା ବ୍ୟବସାୟୀଙ୍କୁ ପୌରପାଳିକା ପକ୍ଷରୁ ଚେତାବନୀ ଦିଆଯାଉଛି । ଏଠାରେ ସୂଚନାଯୋଗ୍ୟ ଗତ କିଛିବର୍ଷ ଧରି ଭଦ୍ରକ ସହରର ମୁଖ୍ୟ ରାସ୍ତା କୁହାଯାଉଥିବା ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବାଇପାସ୍ ପର୍ଯ୍ୟନ୍ତ ଶତାଧିକ ଟ୍ରଲି ରିକ୍ସା ଫଳ, ପନିପରିବା, ଆଳୁ ଓ ପିଆଜ ଭଳି ଦ୍ରବ୍ୟକୁ ରଖି ଟ୍ରାଫିକ୍ ଜାମ୍ କରିଆସୁଛନ୍ତି । ଏହାଫଳରେ ପ୍ରତିଦିନ କୌଣସି ନା କୌଣସି ଦୁର୍ଘଟଣା ଘଟିବା ସହ ଯାତାୟତ କରୁଥିବା ବାଇକ୍ ଓ ଗାଡି ଚାଳକ ମାନେ ପାର୍କିଂରୁ ବଂଚିତ ହୋଇଆସୁଛନ୍ତି । ଏହି ଟ୍ରଲିଗୁଡିକର ଉଚ୍ଛେଦ ନେଇ ଜନସାଧାରଣ ଓ ବୁଦ୍ଧିଜୀବୀ ମାନଙ୍କ ପକ୍ଷରୁ ବହୁବାର ଦାବି କରାଯାଇଆସୁଥିଲା । ଏମାନଙ୍କ ପାଖରୁ ପୌରପାଳିକା ଟିକସ ବାବଦରେ ପ୍ରତିଦିନ ୧୦ ଟଙ୍କା ଆଦାୟ କରୁଛି । ତେବେ ଏହି ଠେଲା ଉପରେ ଶତାଧିକ ଗରିବ ଶ୍ରେଣୀର ଲୋକେ ନିର୍ଭର କରିଆସୁଥିବାବେଳେ ସେମାନଙ୍କୁ ଥଇଥାନ ନକରି ହଠାତ୍ ଗତକାଲି ରାତିରେ ମାଇକ୍ ଯୋଗେ ରାସ୍ତାପାଶ୍ୱର୍ରୁ ସେମାନେ ଉଠିଯିବା ପାଇଁ ଘୋଷଣା କରାଯାଇଥିଲା । ଏହାର ପ୍ରତିବାଦରେ ଆଜି ଶତାଧିକ ଟ୍ରଲି ବ୍ୟବସାୟୀ ପୌରପାଳିକା କାର୍ଯ୍ୟାଳୟ ଘେରାଉ କରିଥିଲେ । ପରେ ଏହି ଟ୍ରଲି ଚାଳକ ସଂଘର ସଭାପତି ଟୋନି ଅଲ୍ଲୀ, କଂଗ୍ରେସ ନେତା ନଳିନୀ ମହାନ୍ତି, ଟାଉନ୍ କଂଗ୍ରେସ ସଂପାଦକ ସେକ୍ ଫାଇଜାନ ଅଲ୍ଲୀ, ଅସରଫ ଅଲ୍ଲୀ ପ୍ରମୁଖ ପହଞ୍ôଚ ଏସ୍‌ଡିପିଓ ସାର୍ଥକ ରାୟ ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏବଂ ୧୫ଦିନ ମଧ୍ୟରେ ଏହି ଟ୍ରଲି ବ୍ୟବସାୟୀଙ୍କୁ ଠିକ୍ ଭାବରେ ଥଇଥାନ କରାଯିବାର ନିଷ୍ପତ୍ତି ହୋଇଥିଲା । ଏବଂ ଏଥିସହ ଏକ କମିଟି ଗଠନ ପରେ ପୁନର୍ବାର ଆଲୋଚନା ହେବ ବୋଲି ସ୍ଥିର ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.