Home ଓଡ଼ିଶା ନକଲି ଟଙ୍କାରୁ ରହୁନ୍ତୁ ସତର୍କ; ଆରବିଆଇ କହିଲା କିପରି ଚିହ୍ନିବେ ଅସଲି ଆଉ ନକଲି ଟଙ୍କା...

ନକଲି ଟଙ୍କାରୁ ରହୁନ୍ତୁ ସତର୍କ; ଆରବିଆଇ କହିଲା କିପରି ଚିହ୍ନିବେ ଅସଲି ଆଉ ନକଲି ଟଙ୍କା ..

476

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତ ଚାରି ବର୍ଷ, ୨୦୧୬ ରୁ ୨୦୨୯ ମଧ୍ୟରେ କିଛି ନକଲି ମୁଦ୍ରା ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିଛି। ପରିସଂଖ୍ୟାନରେ କୁହାଯାଇଛି ଯେ କେତେବେଳେ ଏବଂ କେଉଁଠାରେ କେତେ ନକଲି ଭାରତୀୟ ମୁଦ୍ରା ଧରାଯାଇଛି। ଭାରତରେ ପାକିସ୍ତାନ ୨୦୦୦, ୫୦୦ ଏବଂ ୨୦୦ ଟଙ୍କାର ନକଲି ନୋଟ୍ ପଠାଉଛି। ବିଶେଷ କଥା ହେଉଛି ଏହି ତିନି ପ୍ରକାରର ନକଲି ନୋଟ୍ ୨୦୦୦, ୫୦୦ ଏବଂ ୨୦୦ ପୁନରୁଦ୍ଧାର କ୍ଷେତ୍ରରେ ଗୁଜୁରାଟ ଏକ ନମ୍ବର ଅଟେ। ଗୁଜୁରାଟରୁ ୧୨ କୋଟିରୁ ଅଧିକ ମୂଲ୍ୟର ନକଲି ନୋଟ୍ ଧରାପଡ଼ିଛି। ପଶ୍ଚିମବଙ୍ଗରୁ ୧୦ କୋଟି ଏବଂ ପଞ୍ଜାବରୁ ୫୦ ଲକ୍ଷ ଟଙ୍କା ଧରାପିଡ଼ିଛି। ନକଲି ମୁଦ୍ରା ବ୍ୟବସାୟୀମାନେ ୟୁପିରେ ମଧ୍ୟ ପାଦ ବିସ୍ତାର କରିଛନ୍ତି। ଏଥିନେଇ ସାବଧାନ ରହିବାକୁ ଆରବିଆଇ ସତର୍କ କରାଇବା ସହ ଏହି ନକଲି ନୋଟ ଗୁଡ଼ିକୁ ଚିହ୍ନିବା ପାଇଁ କିଛି ବୈଶିଷ୍ଟ୍ୟ ବିଷୟରେ ସୂଚନା ଦେଇଛି। ଯାହା ଦ୍ୱାରା ଜଣେ ଅସଲି ଏବଂ ନକଲି ନୋଟ୍ ଚିହ୍ନଟ କରିବାରେ ସକ୍ଷମ ହୋଇପାରିବେ। ଯଦି ଆପଣ ଏହି ବୈଶିଷ୍ଟ୍ୟ ଗୁଡ଼ିକୁ ଧ୍ୟାନରେ ରଖନ୍ତି, ତେବେ ଆପଣ ନକଲି ନୋଟକୁ ସହଜରେ ଜାଣିପାରିବେ।

କିପରି ଜାଣିବେ ଅସଲି ଏବଂ ନକଲି ନୋଟ୍ –

– ସର୍ବପ୍ରଥମେ, ୨୦୦୦ ଟଙ୍କାରେ ଥିବା ବୈଶିଷ୍ଟ୍ୟ ଗୁଡ଼ିକୁ ଭଲ ଭାବରେ ଦେଖନ୍ତୁ। ଏଥିରେ ୨୦୦୦ ନମ୍ବରର ଏକ ଲୁକ୍କାୟିତ ଚିତ୍ର ରହିଛି।
– ସଂଖ୍ୟା ୨୦୦୦ ଆଲୋକର ବିପରୀତ ଦିଗରେ ଦେଖାଯାଏ।
– ୪୫ ଡିଗ୍ରୀ କୋଣରେ ୨୦୦୦ ନମ୍ବରର ଲୁକ୍କାୟିତ ଚିତ୍ର ଟଙ୍କାର ପଛ ଭାଗରେ ଦେଖାଯାଏ।
– ଦେବନାଗରୀରେ ୨୦୦୦ ସଂଖ୍ୟା ଲେଖାଥିବ ଏବଂ ମଝିରେ ମହାତ୍ମା ଗାନ୍ଧୀଙ୍କ ଚିତ୍ର ରହିଥିବ।
-ସୁରକ୍ଷା ସୂତ୍ରରେ (ଧାଗାରେ) ଆରବିଆଇ, ଦେବନାଗରୀରେ ଭାରତ ଏବଂ ୨୦୦୦ ଲେଖାଥାଏ ଏବଂ ନୋଟକୁ ବଙ୍କେଇ ଦେଖିଲେ ଧାଗାର ରଙ୍ଗ ସବୁଜରୁ ନୀଳ ରଙ୍ଗରେ ପରିବର୍ତ୍ତନ ହୁଏ।
– ନୋଟର ଡାହାଣ ପାର୍ଶ୍ୱର ତଳେ ଲେଖାଥିବା ୨୦୦୦ ସବୁଜରୁ ନୀଳ ରଙ୍ଗକୁ ବଦଳୁଥିବା ରଙ୍ଗରେ ଲେଖାଯାଇଛି ଏବଂ ଡାହାଣ ପାର୍ଶ୍ୱରେ ଅଶୋକ ସ୍ତମ୍ଭର ଚିହ୍ନ ରହିଛି।
– ଓଲଟା ପଟ ପାର୍ଶ୍ୱବାମ ପାର୍ଶ୍ୱରେ ନୋଟର ମୁଦ୍ରଣ ବର୍ଷ, ଓଲଟା ପାର୍ଶ୍ୱରେ ସ୍ୱଚ୍ଛ ଭାରତର ଲୋଗୋ ଏବଂ ସ୍ଲୋଗାନ, ଓଲଟା ପାର୍ଶ୍ୱରେ ମଙ୍ଗଳାୟାନର ଚିତ୍ର ରହିଥାଏ।
– ମହାତ୍ମା ଗାନ୍ଧୀଙ୍କ ଚିତ୍ର ୱାଟର ମାର୍କ ଏବଂ ଇଲେକ୍ଟ୍ରୋଟାଇପ୍ ୨୦୦୦ ୱାଟର ମାର୍କ ରହିଥାଏ।
– ମହାତ୍ମା ଗାନ୍ଧୀଙ୍କ ଫଟୋର ଡାହାଣ ପାର୍ଶ୍ୱରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଦସ୍ତଖତ ସହିତ ଗ୍ୟାରେଣ୍ଟି କ୍ଲୋଜ, ପ୍ରତିଶ୍ରୁତି ଧାରା ସହିତ ଆରବିଆଇର ପ୍ରତୀକ ମଧ୍ୟ ରହିଥାଏ।
– ନମ୍ବର ପ୍ୟାନେଲରେ, ସଂଖ୍ୟାଗୁଡିକ ବାମରୁ ଡାହାଣକୁ ଛୋଟରୁ ବଡ଼ ରହିଥାଏ।
– ଡାହାଣ ପାର୍ଶ୍ୱରେ ଅଶୋକ ସ୍ତମ୍ଭର ପ୍ରତୀକ ରହିଥାଏ।
– ଡାହାଣ ପାର୍ଶ୍ୱରେ ଭୂସମାନ୍ତର ଆୟତକ୍ଷେତ୍ର ସହିତ ୨୦୦୦ ରହିଥାଏ।
– ଡାହାଣ ଏବଂ ବାମ ପାର୍ଶ୍ୱରେ ସାତଟି ଆଙ୍ଗୁଲାର ବ୍ଲେଡ ଲାଇନ୍ ରହିଥାଏ।
/-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.