Home ଓଡ଼ିଶା ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

157

କଟକ ୧୭-୯ (ଓଡ଼ିଆ ପୁଅ) : ବରିଷ୍ଠ ବିଜେପି ନେତା ତଥା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ (ଆଇପିଏସ) ଅଶୋକ ସାହୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା।
– କଟକ ପିଠାପୁର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।
– ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଛି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।
– ସେ ଆସାମର ଅତିରିକ୍ତ ପୋଲିସ ଡିଜି ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ।
– ଅବସର ପରେ ରାଜନୀତିରେ ପାଦ ଦେଇ ସେ ବିଜେପିରେ ସାମିଲ ହୋଇଥିଲେ।
– ଗଣମାଧ୍ୟମକୁ ଶ୍ରୀ ସାହୁଙ୍କ ଭାଇ ସୂଚନା ଦେଇଥିଲେଯେ, ଗତ ସପ୍ତାହରେ ପାରାଲିଟିକ୍ ଆଟାକ୍ ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳ ୫ ଟାରେ ତାଙ୍କର ଦେହାନ୍ତ ହୋଇଛି।
– ଶ୍ରୀ ସାହୁ ଆସାମ-ମେଘାଳୟ କ୍ୟାଡରର ଜଣେ ଆଇପିଏସ୍ ଅଧିକାରୀ ଥିଲେ।
– ତେବେ ଶ୍ରୀ ସାହୁ ଯଥାକ୍ରମେ ୨୦୦୯ ଏବଂ ୨୦୧୪ ମସିହାରେ କନ୍ଧମାଳ ଏବଂ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ସେ ଉଭୟଥର ନିର୍ବାଚନରେ ପରାଜିତ ହୋଇଥିଲେ।
– ସେ ଦଳରେ ବିଭିନ୍ନ ସାଂଗଠନକି ପଦବୀରେ ରହିଥିଲେ ଏବଂ ସେ ରାଜ୍ୟ ଶାଖାର ଉପ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ।
– ୨୦୦୯ରେ ସେ କନ୍ଧମାଳରୁ ବିଜେପି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ।
– ଶ୍ରୀ ସାହୁଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.