●”ମୁଁ ନୁହଁ,ଆମେ” ର ସନ୍ଦେଶ
●ପ୍ରଗତି ହୁଏ,ବିକାଶ ହୁଏ କିନ୍ତୁ ଦେଖିବାର ଅଛି ପ୍ରଗତିରେ ଗତି ଅଛି କି ନାହିଁ”-ଅପରାଜିତା
ଭୁବନେଶ୍ୱର:ପୂର୍ବତନ ଆଇଏଏସ ଅପରାଜିତା ଷଡ଼ଙ୍ଗୀ ବିଧିବଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି।ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ଶାହା ଅପରାଜିତାଙ୍କୁ ଦଳରେ ସ୍ୱାଗତ ଜଣାଇଛନ୍ତି।ଏହି ସମୟରେ ସେଠାରେ ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡା,ଓଡ଼ିଶା ପ୍ରଭାରୀ ଅରୁଣ ସିଂ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ରହି ଅପରାଜିତାଙ୍କୁ ସ୍ୱାଗତ ଜଣାଇଛନ୍ତି।
ଏହାପରେ ଅପରାଜିତା ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରାଇଛନ୍ତି।ଅପରାଜିତା କହିଛନ୍ତି ବିଜେପିରେ ଯୋଗଦେବା ଗୋଟେ ବିଚାର ସମତ ନିଷ୍ପତି।ଯେତେବେଳ ଜଣେ ଗୋଟେ ଦଳକୁ ଯାଏ,ସେ ଦୁଇଟି ଜିନିଷ ଦେଖେ।ପ୍ରଥମତଃ ଦଳର ଆଭିମୁଖ୍ୟ,ବିଚାରଧାରା ଏବଂ ଦୂତୀୟରେ ଦଳର ନେତା।ନିଶ୍ଚିତ ଭାବରେ ମୁଁ ଦୁଇଟି ଜିନିଷ ଦେଖିକି ଏଠାକୁ ଆସିଛି।ବହୁ ଲୋକଙ୍କ ସହ ପରାମର୍ଶ କରିଛି।ତିନୋଟି ବହି ମଧ୍ୟ ପଢ଼ିଛି।ସବୁ ଅନୁସନ୍ଧାନ,ଅନୁଧ୍ୟାନ କଲା ପରେ ମୁଁ ଆଜି ବିଜେପିରେ ଯୋଗ ଦେଇଛି।ଏହି ଅବସରରେ ସେ ନରେନ୍ଦ୍ର ମୋଦୀ,ଅମିତ ଶାହା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ବସନ୍ତ ପଣ୍ଡା ଏବଂ ପିତାମ୍ବର ଆଚାର୍ଯ୍ୟଙ୍କ ପ୍ରତି ମଧ୍ୟ କୃତଜ୍ଞତା ଜଣାଇଥିଲେ।
ଏହାପରେ ଅପରାଜିତା କହିଥିଲେ ଯେ ରାଜନୀତି ଲୋକସେବା କରିବାର ଏକ ବଡ଼ ମାଧ୍ୟମ।ପ୍ରଶାସନିକ ଅଧିକାରୀ ହିସାବରେ ଏକ ସୀମିତ ବାତାବରଣ ଭିତରେ କାମ କରିବାକୁ ପଡ଼େ।କିନ୍ତୁ ରାଜନୀତି ଏକ ବଡ଼ ପ୍ଲାଟଫର୍ମ ଦେଇଥାଏ।
ଅପରାଜିତା କହିଥିଲେ ଯେ,ମୋଦୀ ଜୀ”ଙ୍କର କାର୍ଯ୍ୟଶୈଳୀକୁ ଖୁବ୍ ନିକଟରୁ ଦେଖିବାର ସେ ସୁଯୋଗ ପାଇଥିଲେ।ତାଙ୍କର ଅଦ୍ଭୁତ କାର୍ଯ୍ୟଶୈଳୀ,ବିକାଶ ପ୍ରତି ତାଙ୍କର ଅଙ୍ଗୀକାର ବଦ୍ଧତା,କଠିନ ପରିଶ୍ରମ କରିବାର କ୍ଷମତା,ଦୃଢ଼ ସଂକଳ୍ପ ଶକ୍ତି,ଦୃଢ଼ ଇଚ୍ଛାଶକ୍ତି ମତେ ଗଭୀର ଭାବରେ ଅନୁପ୍ରାଣିତ କରିଛି।
ଏହା ସହ ଦଳର ବିକାଶ କେନ୍ଦ୍ରିକ ବିଚାର ଧାରା,ତ୍ୱରାନ୍ୱିତ ତଥା ଦ୍ରୁତ ବିକାଶ,ଗତିଶୀଳ ପ୍ରଗତି ବିଚାରଧାରା ସହ ମୋ ଆଭିମୁଖ୍ୟ ମିଶି ଯାଉଥିବାରୁ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବରେ ଏବେ ବିଜେପିରେ ଯୋଗଦେଲି।ଅପରାଜିତା କହିଥିଲେ ଯେ ପ୍ରଗତି ହୁଏ,ବିକାଶ ହୁଏ କିନ୍ତୁ ଦେଖିବାର ଅଛି ପ୍ରଗତିରେ ଗତି ଅଛି କି ନାହିଁ।ବିଜେପିରେ ଯୋଗ ଦେବା ପରେ ଅପରାଜିତାଙ୍କ ପ୍ରଥମ ମନ୍ତବ୍ୟରେ ସେ ସେହି ନିଜ ଟ୍ୱିଟ “ମୁଁ ନୁହେଁ,ଆମେ”ର ବିଚାର ରଖିଛନ୍ତି।ସେ ସାମଗ୍ରିକ ଭାବରେ ଦଳର ବିଚାରଧାରା ଏବଂ ମୋଦୀଙ୍କ କାର୍ଯ୍ୟଶୈଳୀ କଥାରେ ପ୍ରଭାବିତ କହିବା ସହ ଦୁଇଟି ବହି ପଢିଥିବା କଥା କହିଛନ୍ତି।ବହି ଦୁଇଟି ନିଶ୍ଚିତ ଯେ,ସଙ୍ଗଠନ ବିଚାରଧାରାର!/ଦେବଦତ୍ତ