Home ଓଡ଼ିଶା ୨୭ରେ ପଦ୍ମ ଧରିବେ ଅପରାଜିତା;ଉନ୍ମୋଚନ ହୋଇପାରେ ଡକ୍ୟୁମେଣ୍ଟାରୀ

୨୭ରେ ପଦ୍ମ ଧରିବେ ଅପରାଜିତା;ଉନ୍ମୋଚନ ହୋଇପାରେ ଡକ୍ୟୁମେଣ୍ଟାରୀ

702

ଭୁବନେଶ୍ୱର:ଆସନ୍ତା ୨୭ ତାରିଖରେ ପଦ୍ମ ଧରିବେ ଅପରାଜିତା।ବିଧିବଧ ଭାବରେ ସେ ବିଜେପିରେ ଯୋଗ ଦେବେ।ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତିରେ ଅପରାଜିତା ବିଜେପିରେ ମିଶିବେ।ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ଉନ୍ମୋଚନ ହେବାର ଯୋଜନା ରହିଛି।

ସୂଚନାଯୋଗ୍ୟ ଯେ ଅପରାଜିତା ଭିଆରଏସ ପାଇଁ ଆବେଦନ କରିବା ପରଠାରୁ ସେ ରାଜନୀତିକୁ ଆସିବା,ଏବଂ ବିଜେପିରେ ଯୋଗ ଦେବା କଥା ଆଲୋଚନା ହୋଇ ଆସୁଥିଲା।ଏହା ପରେ ରାଜ୍ୟ ସରକାରଙ୍କର ସ୍ୱୀକୃତି ଏବଂ କେଇ ଘଣ୍ଟା ଭିତରେ କେନ୍ଦ୍ରୀୟ ଅନୁମୋଦନ ଏବଂ ଏହା ସହ ଅପରାଜିତାଙ୍କ ଟ୍ୱିଟରୁ ସେ ରାଜନୀତିକୁ ଏବଂ ବିଜେପିକୁ ଆସିବା ଆଲୋଚନା ଜୋର ଧରିଥିଲା।ଏବେ ଆଲୋଚନା ସତ୍ୟ ସାବ୍ୟସ୍ତ ହେବାକୁ ଯାଉଛି।ଆସନ୍ତା ୨୭ ତାରିଖରେ ଅପରାଜିତା ଧରିବାକୁ ଯାଉଛନ୍ତି ପଦ୍ମ।/ଦେବଦତ୍ତ ରଥ

ସମ୍ବଦ୍ଧିତ ଖବର

ବିଜେପି ଏବଂ ଅପରାଜିତା : ଉଭୟଙ୍କୁ ଉଭୟଙ୍କର ଆବଶ୍ୟକ – ଏକ ବିଶ୍ଳେଷଣ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.