Home ଓଡ଼ିଶା ଘରୋଇ ବଜାର ପାଇଁ ବଳକା ଔଷଧ ଉପଲବ୍ଧ ପରେ ହାଇଡ୍ରୋକ୍ସି କ୍ଳୋରୋକୁଇନ (ଏଚସିକ୍ୟୁ) ଉପରୁ ଉଠିଲା...

ଘରୋଇ ବଜାର ପାଇଁ ବଳକା ଔଷଧ ଉପଲବ୍ଧ ପରେ ହାଇଡ୍ରୋକ୍ସି କ୍ଳୋରୋକୁଇନ (ଏଚସିକ୍ୟୁ) ଉପରୁ ଉଠିଲା ରପ୍ତାନି କଟକଣା

284

– ଏଚସିକ୍ୟୁ ମାସିକ ଘରୋଇ ଉତ୍ପାଦନ ୧୦ ରୁ ୩୦ କୋଟିକୁ ବୃଦ୍ଧି
– ୧୫ ଦିନକୁ ଥରେ ଆନ୍ତଃସଚିବ ସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସ୍ଥିତିର ନିୟମିତ ସମୀକ୍ଷା କରୁଛି

ନୂଆ ଦିଲ୍ଲୀ ୨୦-୬ (ଓଡ଼ିଆ ପୁଅ) ସରକାର ମାଲେରିଆ ନିରୋଧି ଔଷଧ ହାଇଡ୍ରୋକ୍ସି କ୍ଳୋରୋକୁଇନ ଉପରେ ତତ୍କାଳ ରପ୍ତାନି କଟକଣା ଉଠାଇ ଦେଇଛନ୍ତି।

ଗତ ୩ ତାରିଖ ଦିନ ଆନ୍ତଃସଚିବ ସ୍ତରୀୟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ସୁପାରିଶକୁ ଭିତ୍ତିକରି ଏହି ନିଷ୍ପତ୍ତି ନିଆଯାଇଛି। କମିଟିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବ୍ୟତୀତ ଫାର୍ମାସ୍ୟୁଟିକାଲ ବିଭାଗ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏଥିରେ ଯୋଗଦେଇଥିବା ବେଳେ ଫାର୍ମାସ୍ୟୁଟିକାଲ ବିଭାଗ ଏଚସିକ୍ୟୁ ବଟିକା ଉପରୁ ରପ୍ତାନି କଟକଣା ଉଠାଇବା ପାଇଁ ସୁପାରିଶ କରିଥିଲା। ଗତକାଲି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି।

ବୈଠକରୁ ଆହୁରି ଜଣାପଡିଛି ଯେ, ଗତ ମାର୍ଚ୍ଚ ରୁ ମେ’ ମାସ ମଧ୍ୟରେ ଦେଶରେ ଏଚସିକ୍ୟୁ ବଟିକା ୟୁନିଟ ୨ ରୁ ୧୨କୁ ବୃଦ୍ଧି ପାଇବା ଫଳରେଏହାର ଉତ୍ପାଦନ ମାସିକ ୧୦ ରୁ ୩୦ କୋଠିକୁ ବୃଦ୍ଧି ପାଇଛି। ଦେଶରେ ଆବଶ୍ୟକତା ଅନୁସାରେ ଏବେ ଅଧିକ ବଟିକା ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ ଦେଶର ଆବଶ୍ୟକତା ୧୨.୨୨ କୋଟି ବଟିକା କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଲାଇଫ କେୟାର ଲିମିଟେଡକୁ ଅର୍ଡର ଦିଆଯାଇଛି। ଦେଶର ଚାହିଦା ପୁରଣ ପରେ ମଧ୍ୟ ପର୍ଯ୍ୟାପ୍ତ ଏଚସିକ୍ୟୁ ବଟିକା ମହଜୁଦ ଅଛି। ଏହାଛଡା ୨୦୦ ମିଲିଗ୍ରାମ ଶକ୍ତିଯୁକ୍ତ ୭.୫୮ କୋଟି ରାଜ୍ୟ ସରକାର, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ଜନଔଷଧି କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଇଛି। ଘରୋଇ ଚାହିଦା ପୂରଣ ନିମନ୍ତେ ୧୦.୮୬ କୋଟି ଏଚସିକ୍ୟୁ ବଟିକା ସ୍ଥାନୀୟ ଫାର୍ମାସୀଗୁଡିକୁ ଆବଶ୍ୟକତା ଅନୁସାରେ ଯୋଗାଇ ଦିଆଯାଇଛି। ସେଦୃଷ୍ଟିରୁ ମୋଟ ୩୦.୬୬ କୋଟି ବଟିକା ଦେଶକୁ ଯୋଗାଯାଇଛି। ଏହାଛଡା ଦେଶର ପ୍ରମୁଖ ଏଚସିକ୍ୟୁ ବଟିକା ଉତ୍ପାଦନକାରୀ ଘରୋଇ ବଜାରକୁ ୫ ଲକ୍ଷ ପର୍ଯ୍ୟନ୍ତ ବଟିକା ଏହି ମାସରେ ଯୋଗାଇଦେବେ।

ସମୟକ୍ରମେ ଭାରତୀୟ ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ଦେଶର ଏଚସିକ୍ୟୁ ବଟିକାର ଉପଲବ୍ଧତା ନେଇ ସର୍ଭେ କରିଛନ୍ତି। ଗତମାସ ୨୫ ଓ ୨୬ ତାରିଖରେ ଦେଶର ପ୍ରମୁଖ କୋଭିଡ-୧୯ ହସ୍ପିଟାଲଗୁଡିକରେ କରାଯାଇଥିବା ସର୍ଭେ ଅନୁସାରେ ଶତକଡା ୯୩ ଭାଗରୁ ଅଧିକ ଏଚସିକ୍ୟୁ ବଟିକା ମହଜୁଦ ରହିଛି।

ସେଦୃଷ୍ଟିରୁ ଏହା ଉପରୁ ରପ୍ତାନି କଟକଣା ଉଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ଘରୋଇ ଏଚସିକ୍ୟୁ ଉତ୍ପାଦନକାରୀଙ୍କ ବ୍ୟତୀତ ଅନ୍ୟ କେତେକ ୟୁନିଟ ମଧ୍ୟ ଘରୋଇ ବଜାର ଆବଶ୍ୟକତାର ଶତକଡା ୨୦ ଭାଗ ପର୍ଯ୍ୟନ୍ତ ବଟିକା ଉତ୍ପାଦନ କରିଥାନ୍ତି। ଏଥିନିମନ୍ତେ ଥିବା କାଇଦା କଟକଣାକୁ କଡାକଡି ଭାବେ ଅନୁସରଣ କରିବାକୁ ଭାରତୀୟ ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.