Home Coronavirus Outbreak 5ଟି ସଚିବ ଏବଂ ଉନ୍ନୟନ କମିଶନରଙ୍କ ପୁରୀ ଗସ୍ତ

5ଟି ସଚିବ ଏବଂ ଉନ୍ନୟନ କମିଶନରଙ୍କ ପୁରୀ ଗସ୍ତ

157

ପୁରୀ ୯-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) 5ଟି ସଚିବ ଶ୍ରୀ ଭି.କେ.ପାଣ୍ଡିଆନ୍ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତ କରି ପୁରୀରେ କରୋନା ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ସଂକ୍ରମଣ ରୋଗ ଚିକିତ୍ସାଳୟ ପରିସରରେ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା, ଡାକ୍ତର ଏବଂ କର୍ମଚାରୀଙ୍କର ମୁତୟନ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝି ସନ୍ତୋଷ ବ୍ୟକ୍ତ କରିଛନ୍ତି।

କୋଭିଡ ଜନିତ ସମସ୍ତ ପରିସ୍ଥିତିର ସମ୍ମୁଖୀନ ହେବାକୁ ପରାମର୍ଶ ଦେଇଛନ୍ତି। ଉଭୟ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ରୋଗୀଙ୍କ ପାଇଁ ୧୦୦ ଶଯ୍ୟା ପ୍ରସ୍ତୁତ କରି ରଖାଯାଇଛି।

ପରେ ଉନ୍ନୟନ କମିଶନର ରଥଖଳା ପରିଦର୍ଶନ କରିଥିଲେ।

ଏହି ଗସ୍ତ ଅବସରରେ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ, ସିଡିଏମଓ ଶ୍ରୀ ନୀଳକଣ୍ଠ ମିଶ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.