Home ଓଡ଼ିଶା ଦେଶରେ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀର ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ବ୍ୟବହାର ହେଉଛି ୪୯୦...

ଦେଶରେ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀର ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ବ୍ୟବହାର ହେଉଛି ୪୯୦ ଲାଇଫ ଲାଇନ ଉଡାଣ ବିମାନ

234

ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ଲାଇଫଲାଇନ ଉଡାଣ ଅଧୀନରେ ୪୯୦ ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଇଣ୍ଡିଆନ ଏୟାର ଫୋର୍ସ ଏବଂ ଘରୋଇ ବିମାନ ଚଳାଚଳ କରୁଛି। ସେଥିମଧ୍ୟରୁ ୨୮୯ ଟି ବିମାନ ଏୟାର ଇଣ୍ଡିଆ ଏବଂ ଆଲାଏନ୍ସ ଏୟାର ଦ୍ୱାରା ପରିଚାଳିତ ହେଉଛି। ଗତକାଲି ଭାରତୀୟ ବାୟୁସେନାର ୮ଟି ବିମାନ ପରିଚାଳନା କରୁଥିବା ବେଳେ ଆଲାଏନ୍ସ ଏୟାର ଦ୍ଵାରା ୨ଟି ବିମାନ ପରିଚାଳିତ ହେଉଛି। ଲାଇଫଲାଇନ ବିମାନଗୁଡ଼ିକ ବର୍ତ୍ତମାନ ସୁଦ୍ଧା ୪, ୭୩, ୬୦୯ କିଲୋମିଟର ଦୂରତା ଅତିକ୍ରମ କରିସାରିଲେଣି। କୋଭିଡ-୧୯ ବିରୋଧରେ ଭାରତର ଲଢେଇରେ ସହାୟତା କରିବା ପାଇଁ ଦେଶର ଦୂରବର୍ତ୍ତୀ ଅଞ୍ଚଳକୁ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ଯୋଗାଇବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏହି ବିମାନଗୁଡିକ ପରିଚାଳିତ ହେଉଛି।

ପବନ ହଂସ ଲିମିଟେଡ ସମେତ ହେଲିକପ୍ଟର ସେବା ଦ୍ଵାରା ଜମ୍ମୁ-କଶ୍ମୀର, ଲଦାଖ ଏବଂ ଉତ୍ତର ପୂର୍ବାଞ୍ଚଳକୁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସାମଗ୍ରୀ ଓ ରୋଗୀମାନଙ୍କୁ ପରିବହନ କରାଯାଉଛି। ପବନ ହଂସ ୮ ମେ’ ୨୦୨୦ ସୁଦ୍ଧା ୨.୩୨ ଟନ କାର୍ଗୋ ସହିତ ୮, ୦୦୧ କିଲୋମିଟର ରାସ୍ତା ଅତିକ୍ରମ କରିଛି।

ଘରୋଇ କାର୍ଗୋ ଅପରେଟର ସ୍ପାଇସଜେଟ, ବ୍ଲୁ ଡାର୍ଟ, ଇଣ୍ଡିଗୋ ଏବଂ ଭିସ୍ତାରା ସଂସ୍ଥାଗୁଡ଼ିକ ବ୍ୟବସାୟିକ ଭିତ୍ତିରେ କାର୍ଗୋ ବିମାନ ପରିଚାଳନା କରୁଛନ୍ତି। ୨୪ ମାର୍ଚ୍ଚରୁ ୮ ମଇ ୨୦୨୦ ମଧ୍ୟରେ, ସ୍ପାଇସଜେଟ୍ ୧୫, ୪୬, ୮୦୯ କିଲୋମିଟର ଉଡାଣ ଭାରି ୬, ୫୮୭ ଟନ ସାମଗ୍ରୀ ପରିବହନ କରିଛି। ସେଥିମଧ୍ୟରୁ ୩୩୭ଟି ଅନ୍ତର୍ଜାତୀୟ ମାଲ ପରିବହନ ବିମାନ ଅନ୍ତର୍ଭୁକ୍ତ। ମାର୍ଚ୍ଚ ୨୫ ରୁ ୮ ମଇ ୨୦୨୦ ମଧ୍ୟରେ, ବ୍ଲୁ ଡାର୍ଟ ୩, ୫୫, ୫୧୫ କିଲୋମିଟର ଦୂରତା ବିଶିଷ୍ଟ ୩୧୧ କାର୍ଗୋ ବିମାନ ସାହାଯ୍ୟରେ ୫, ୨୩୧ ଟନ୍ ସାମଗ୍ରୀ ବିତରଣ କରିଛି, ଯେଉଁଥିରେ ୧୬ଟି ଅନ୍ତର୍ଜାତୀୟ କାର୍ଗୋ ବିମାନ ରହିଥିଲା। ସେହିପରି ଇଣ୍ଡିଗୋ ୩ ଏପ୍ରିଲରୁ ୮ ମଇ ମଧ୍ୟରେ ୧୨୧ କାର୍ଗୋ ବିମାନ ପରିଚାଳନା କରି ୧, ୯୬, ୨୬୩ କିଲୋମିଟର ଦୂରତା ଅତିକ୍ରମ କରିବା ସହିତ ପ୍ରାୟ ୫୮୫ ଟନ ମାଲ ପରିବହନ କରିପାରିଛି। ଏଥିରେ ୪୬ଟି ଅନ୍ତର୍ଜାତୀୟ ବିମାନ ଅନ୍ତର୍ଭୁକ୍ତ। ଏହା ମଧ୍ୟରେ ସରକାରଙ୍କ ମାଗଣା ଚିକିତ୍ସା ସାମଗ୍ରୀ ମଧ୍ୟ ରହିଛି। ଭିସ୍ତାରା ୧୯ ଏପ୍ରିଲରୁ ୮ ମେ ମଧ୍ୟରେ ୨୩ଟି କାର୍ଗୋ ବିମାନ ପରିଚାଳନା କରି ୩୨, ୩୨୧ କିଲୋମିଟର ଦୂରତା ଅତିକ୍ରମ କରି ପ୍ରାୟ ୩୨ ଟନ ମାଲ ପରିବହନ କରିପାରିଛି।

ଔଷଧ, ଚିକିତ୍ସା ଉପକରଣ ଏବଂ କୋଭିଡ-୧୯ ରିଲିଫ ସାମଗ୍ରୀ ବିତରଣ ପାଇଁ ପୂର୍ବ ଏସିଆ ସହିତ ଏକ କାର୍ଗୋ ଏୟାର ବ୍ରିଜ ପ୍ରତିଷ୍ଠା କରାଯାଇଥିଲା। ଏୟାର ଇଣ୍ଡିଆ ଆଣିଥିବା ମେଡିକାଲ ମାଲଗୁଡିକର ମୋଟ ପରିମାଣ ହେଉଛି ୧୦୭୫ ଟନ। ଗ୍ୱାଙ୍ଗଝୋ ଏବଂ ସାଂଘାଇରୁ ପ୍ରାୟ ୧୩୧ ଟନ ଏବଂ ହଂକଂରୁ ୨୪ ଟନ ମାଲ ବ୍ଲୁ ଡାର୍ଟ ଦ୍ଵାରା ଏପ୍ରିଲ ୧୪ ରୁ ମେ ୮, ୨୦୨୦ ମଧ୍ୟରେ ପରିବହନ କରାଯାଇଥିଲା। ସ୍ପାଇସ ଜେଟ ସାଂଘାଇ ଓ ଗ୍ୱାଙ୍ଗଝୋରୁ ୨୦୫ ଟନ ଏବଂ ୮ ମଇ ୨୦୨୦ ସୁଦ୍ଧା ହଂକଂ ଏବଂ ସିଙ୍ଗାପୁରରୁ ୨୧ ଟନ ଚିକିତ୍ସା ସାମଗ୍ରୀ ଉଠାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.