Home କେନ୍ଦୁଝର ସରକାରୀ ଯୋଜନା କାହାପାଇଁ, ଢ଼େଙ୍କା ପଞ୍ଚାୟତରେ ବିଦ୍ଧବା ଓ ବୃଦ୍ଧାଙ୍କୁ ମିଳୁନି ଭତ୍ତା

ସରକାରୀ ଯୋଜନା କାହାପାଇଁ, ଢ଼େଙ୍କା ପଞ୍ଚାୟତରେ ବିଦ୍ଧବା ଓ ବୃଦ୍ଧାଙ୍କୁ ମିଳୁନି ଭତ୍ତା

121

ହାଟଡ଼ିହି, ୧୧/୬ : ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତରେ ଗରିବ, ଅସହାୟ ବୃଦ୍ଧବୃଦ୍ଧା ମାନଙ୍କୁ ଭତ୍ତା ମିଳୁନଥିବା ବେଳେ ଅନେକ ପଞ୍ଚାୟତରେ ଅଯୋଗ୍ୟ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢ଼େଙ୍କା ପଞ୍ଚାୟତରେ । ଏହି ପଞ୍ଚାୟତର କାଳିଆମ୍ବ ଗ୍ରାମର ପୁଣ୍ଟା ଟୁଡୁଙ୍କ ସ୍ୱାମୀ ଦୁଇବର୍ଷ ହେଲା ମୃତ୍ୟୁ ବରଣ କରିଥିବାବେଳେ ଆଜି ପର୍ଯ୍ୟନ୍ତ ତାଙ୍କୁ ବିଧବା ଭତ୍ତା ଟିଏ ପାଇପାରୁ ନାହାନ୍ତି । ସେ ବାରମ୍ବାର ପ୍‌ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେବି ତାଙ୍କ ଗୁହାରୀ କେହି ଶୁଣୁ ନାହାନ୍ତି, ଫଳରେ ନାନା ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି ବୋଲି କହିଛନ୍ତି । ସେହିପରି ବେଙ୍ଗି ହେମ୍ରମ ଜଣେ ନିରାଶ୍ରୟ ବୃଦ୍ଧା ହୋଇଥିବାବେଳେ ସେ ଅବିବାହିତ । ଘରେ ମଧ୍ୟ ତାଙ୍କର କେହି ନାହାନ୍ତି । ୬୦ବର୍ଷରୁ ଉର୍ଦ୍ଧ ହୋଇଥିବାବେଳେ ତାଙ୍କୁକଥା କେହି ବୁଝୁ ନାହାନ୍ତି ବୋଲି କହିଛନ୍ତି । ସେ ମଧ୍ୟ ଭତ୍ତା ଖଣ୍ଡିଏ ପାଇଁ ପଞ୍ଚାୟତକୁ ଦୌଡି ଦୌଡି ନୟାନ୍ତ ହୋଇଥିବା କହିଛନ୍ତି । ରୋଗବାଗ ହେଲେ ଔଷଧପତ୍ର ପାଇଁ ପର ଉପରେ ନିର୍ଭର କରୁଛନ୍ତି । ଅନେକ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି ବେଙ୍ଗି । ସେହିପରି କାନ୍ଦରା ମାରାଣ୍ଡି ନାମକ ଜଣେ ବୃଦ୍ଧ ୬୫ବର୍ଷରେ ପାଦ ଥାପିଥିବାବେଳେ ଭତ୍ତା ଖଣ୍ଡିଏ ପାଇଁ ବାରମ୍ବାର ଯାଇ ଯାଇ ନିରାଶ ହେବାପରେ ପର ଉପରେ ଆଶ୍ରୟ କରି ଜୀବନ ଅତିବାହିତ କରୁଛନ୍ତି ବୋଲି କହିଛନ୍ତି । ଖାଲି ଏହି ତିନିଜଣ ନୁହଁନ୍ତି ଏହି ଗ୍ରାମରେ ୧୫ରୁ ଉର୍ଦ୍ଧ ବୃଦ୍ଧବୃଦ୍ଧା ଓ ଅସହାୟ ବ୍ୟକ୍ତି ଥିଲେବି ସାମାଜିକ ସୁରକ୍ଷା ଯୋଜନାରେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ସାମିଲ କରାଯାଇ ପାରୁନାହିଁ । ବ୍ଲକ କର୍ତ୍ତୁପକ୍ଷ ତୁରନ୍ତ ଏହି ଗରିବ ଅସହାୟ ମାନଙ୍କ ପାଇଁ ଭତ୍ତା ଖଣ୍ଡିଏ ଖଣ୍ଡିଏ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.