Home ଜିଲ୍ଲା ପରିକ୍ରମା କରୋନା ମହା ଦୁର୍ନୀତି ବିରୋଧରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ : ମାସ୍କ ବଣ୍ଟନ ଓ ଦାବୀପତ୍ର...

କରୋନା ମହା ଦୁର୍ନୀତି ବିରୋଧରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ : ମାସ୍କ ବଣ୍ଟନ ଓ ଦାବୀପତ୍ର ପ୍ରଦାନ

87

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ପତି କରୋନା ମହାମାରୀ ଦେଶକୁ ୫୦ ବର୍ଷ ପଛକୁ ନେଇ ଯାଇଥିବା ବେଳେ ଏହାର ବେଶ୍ ଫାଇଦା ଉଠାଇଛି ରାଜ୍ୟ ସରକାରେ ତଥା ବିଜେଡି ଦଳ । କରୋନା ମୁକାବିଲା ନାମରେ ମାସ୍କ ଘୋଟାଲା, ପିପିଇ କିଟ୍ ଘୋଟାଲା, ଟେଷ୍ଟିଂ କିଟ କିଣାରେ ଦୁର୍ନୀତି ଭଳି ମହା ଦୁର୍ନୀତି ରାଜ୍ୟ ସରକାର କରିଛନ୍ତି । ଏହାକୁ ବିରୋଧ କରି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଜିଳ୍ଲା ପ୍ରଶାସନ ମାଧ୍ୟମରେ ପ୍ରଦାନ କରାଯାଇଛି । ପ୍ରଥମେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ ଓ କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଘୋଟାଲାର ତଦନ୍ତ ଦାବୀ କରି ଦାବୀପତ୍ର ପ୍ରଦାନ କରାଯାଇଥିଲା । ବିକ୍ଷୋଭ ସ୍ଥଳରେ ଉଦ୍‌ବୋଧନ ଦେଇ କୁହାଯାଇଥିଲା ଯେ ରାଜ୍ୟ ସରକାର ମାସ୍କ କିଣିବାରେ ବ୍ୟାପକ ଦୁର୍ନୀତି କରିଛନ୍ତି । ଯେଉଁମାନର ମାସ୍କ ରାଜ୍ୟ ସରକାର ୧୬ ଟଙ୍କାରେ କିଣିଛନ୍ତି, ସେହି ସମାନ ମାନର ମାସ୍କକୁ ଅନ୍ୟ ରାଜ୍ୟ ସରକାର ବହୁ କମ୍ ମୂଲ୍ୟରେ କିଣିଛନ୍ତି । ସେହିପରି ଟେଷ୍ଟିଂ କିଟ୍ କିଣିବା କ୍ଷେତ୍ରରେ କିଟକୁ ବିଭିନ୍ନ କମ୍ପାନୀ ପାଖରୁ ବିଭିନ୍ନ ମୂଲ୍ୟରେ କିଣାଯାଇଛି । ଗୋଟିଏ କମ୍ପାନୀରୁ ଏହାକୁ ୧୩୨୧ ଟଙ୍କାରେ କିଣାଯାଇଥିବା ବେଳେ ଅନ୍ୟ ଏକ କମ୍ପାନୀ ଠାରୁ ୧୧୨୫ ଏବଂ ଅନ୍ୟ ଏକ କମ୍ପାନୀ ଠାରୁ ୯୮୦ଟଙ୍କାରେ ମଧ୍ୟ କିଣାଯାଇଛି । ଭିନ୍ନ ଭିନ୍ନ ଦରରେ କିଟ କିଣାଯିବାରେ ମଧ୍ୟ ବହୁ ଦୁର୍ନୀତି ହୋଇଛି ବୋଲି ସ୍ପଷ୍ଟ ପ୍ରତୀୟମାନ ହେଉଛି । ତୃତୀୟ ଘୋଟାଲାରେ ରିୟଲ ଟାଇମ ପିସିଆର ମେହିସିନ କଇଣାରେ ହୋଇଛି ।

 

 

ଯାହାର ମୂଲ୍ୟ ୪ରୁ ୫ ଲକ୍ଷ ହୋଇଥିବା ବେଳେ ସରକାର ୧୨.୯୪ଲକ୍ଷରେ କିଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରେ ବ୍ୟବହୃତ ସ୍କ୍ରିନଂ କିଟ ଯାହର ମୂଲ୍ୟ ୫ଶହରୁ ୭ଶହ ଟଙ୍କା, ତାହାକୁ ସରକାର କିଣିଛନ୍ତି ୧୩୪୦ଟଙ୍କାରେ । ଚତୁର୍ଥ ଘୋଟାଲା ପିପିଇ କିଣାରେ । ବିନା ଟେଷ୍ଟିଂରେ କିଣାଯାଇଥିବା ପିପିଇ କିଟ କାରୋନା ଭାଇରସ୍‌କୁ କେତଦୂର ରୋକି ପାରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରଙ୍କ ଔଷଧ ନିଗମ ର‌୍ୟାପିଡ କୋବିଡ଼ ଟେଷ୍ଟିଂ ମେସିନ କିଣିବା ପାଇଁ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ କେଉଁ ଆଧାରରେ ୧୨ କୋଟି ଟଙ୍କା ଆଡ୍‌ଭାନ୍‌ସ ଦେଇଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହିଭଳି ବହୁ ଅଭିଯୋଗ ନେଇ କଂଗ୍ରେସ କର୍ମୀମାନେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଷୋଦ୍‌ଗାର କରିଥିଲେ । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ଭଣ୍ଡାରିପୋଖରୀ ସୁବ୍ରତ ଦାସ, ଚାନ୍ଦବାଲି ଦିଗମ୍ବର ଦାସ, ଧାମନଗର ବିଦ୍ୟାଧର ଜେନା, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଆଶିଷ ରାଉତ, ପୀତବାସ ଧଳ, ଅବଦୁଲ ମୁକିତ୍ ଖାଁ, ଦିଲିପ ନାୟକ, ପ୍ରଫୁଲ୍ଲ ସାମଲ, ପ୍ରଭାତ କୁମାର ବାରିକ, ସୁଦର୍ଶନ ମହାକୁଡ, ରାଜୀବ ଗାହାଣ, ଏଲିଆସ୍ ଖାଁ, ନରେନ୍ଦ୍ର ସାହୁ, ପ୍ରକାଶଜ୍ୟୋତି ମହାକୁଡ, ରାଜନ ଲାହା, ପ୍ରଦ୍ୟୁମ୍ନ ଦାସ, ରାଜକିଶୋର ପଣ୍ଡା, ବିଜୟ ବାରିକ, ହରିହର ମଣ୍ଡଳ, ସୁଶାନ୍ତ ମହାକୁଡ,ହୃଶିକେଶ ନାୟକ, ରମାକାନ୍ତ ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.