Home ଓଡ଼ିଶା ୧୦ ଲକ୍ଷ ଟଙ୍କାର ପଲିଥିନ ଜବତ

୧୦ ଲକ୍ଷ ଟଙ୍କାର ପଲିଥିନ ଜବତ

592

କଟକ,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ଜବତ ହେଲା ୧୦ ଲକ୍ଷ ଟଙ୍କାର ପଲିଥିନ । ଆଜି ଏହା କଟକ ନୂଆବଜାର ଅଞ୍ଚଳରେ ହୋଇଛି । ଆଜି ଅଚାନକ ସିଏମସି ଡେପୁଟି କମିସନର ଉକ୍ତ ବଜାର ଉପରେ ଚଢାଉ କରିଥିଲେ । ହେଲେ ଚଢ଼ାଉ ବେଳେ ଡେପୁଟି କମିସନରଙ୍କ ସମେତ ୪ ଅଧିକାରୀଙ୍କୁ ପ୍ରାୟ୧ ଘଣ୍ଟା ଧରି ଅଟକ ରଖିଲେ ସ୍ଥାନୀୟ ଅଞ୍ଚଳର ଲୋକେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଅଧିକାରୀଙ୍କୁ ମୁକୁଳାଇଥିଲେ । ତେବେ ଘଟଣାସ୍ଥଳରୁ ୧୦ ଲକ୍ଷ ଟଙ୍କାର ପଲିଥିନ୍ ଜବତ କରିବା ସହ ୨ଜଣଙ୍କୁ ଅଟକ ରଖାଯାଇଛି । ଏହାସହ ଦୋକାନୀଙ୍କ ଉପରେ ୫୦ ହଜାର ଟଙ୍କାର ଜରିମାନା ମଧ୍ୟ ଲଗାାଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.